ମୁଖ୍ୟମନ୍ତ୍ରୀଙ୍କ ସଭାକୁ ଅଣ୍ଡା ଫିଙ୍ଗି ଭଣ୍ଡୁର କରିବାର ଅପଚେଷ୍ଟା ଏକ ହୀନ ମାନସିକତା:ବିଜୁ ଜନତା ଦଳ

27540196_730950730625954_7990973931695566020_n
ମୁଖ୍ୟମନ୍ତ୍ରୀଙ୍କ ସଭାକୁ ଅଣ୍ଡା ଫିଙ୍ଗି ଭଣ୍ଡୁର କରିବାର ଅପଚେଷ୍ଟା ଏକ ହୀନ ମାନସିକତା, ଏହା ଓଡ଼ିଆ ସଭ୍ୟ ସମାଜ ତଥା ଗଣତାନ୍ତ୍ରିକ ବିଚାର ଧାରା ପ୍ରତି ଏକ କଳଙ୍କ ଓ ଅପମାନ । ମୁଖ୍ୟମନ୍ତ୍ରୀ ବାଲେଶ୍ୱର ଜିଲ୍ଲାରେ ବିଭିନ୍ନ ଜନକଲ୍ୟାଣକାରୀ ପ୍ରକଳ୍ପର ଉଦ୍‍ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ ସମେତ ପ୍ରସିଦ୍ଧ ତାଳସାରି ବେଳାଭୂମି ମହୋତ୍ସବର ଶୁଭ ଉଦ୍‍ଘାଟନ ପାଇଁ ଯେତେବେଳେ ଗସ୍ତ କରୁଛନ୍ତି ସେତେବେଳେ ସେ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ଏଥିରେ କୌଣସି ଦଳୀୟ ରାଜନୀତି ନାହିଁ । ସଂପୂର୍ଣ୍ଣ ସରକାରୀ କାର୍ଯ୍ୟକ୍ରମକୁ ଦଳୀୟ ଭିତ୍ତିରେ ବିବେଚନା କରିବା ରୁଗ୍‍ଣ ମାନିସକତାର ପରିଚାୟକ ।

ଏହାକୁ କୌଣସି ସଭ୍ୟ ସମାଜ ଭଲରେ ଗ୍ରହଣ କରିବ ନାହିଁ । ବିଜେପିର କେତେଜଣ କର୍ମୀ ଏଭଳି କାର୍ଯ୍ୟରେ ଲିପ୍ତ ରହିବା ଶୋଭନୀୟ ନୁହେଁ । ଏଭଳି କାର୍ଯ୍ୟରୁ ଏହି କର୍ମୀମାନଙ୍କୁ କିଭଳି ବାରଣ କରାଯିବ, ସେଥିନିମନ୍ତେ ବିଜେପି ନେତୃବୃନ୍ଦ ଆଗେଇ ଆସିବା ଦରକାର । ଏକ ସୁସ୍ଥ ରାଜନୈତିକ ବାତାବରଣ ପାଇଁ ବିରୋଧୀ ଦଳର ମଧ୍ୟ ଭୂମିକା ରହିଛି । ଅଣ୍ଡା ପକାଇ ବିରୋଧ ପ୍ରଦର୍ଶନ କରିବା ବଦଳରେ ସୁସ୍ଥ ବିମର୍ଶ ଓ ବିତର୍କ ଶ୍ରେୟସ୍କର ବୋଲି ବିଜୁ ଜନତା ଦଳ ରାଜ୍ୟ ସଂପାଦକ ବିଜୟ ନାୟକ କହିଛନ୍ତି ।

Share in top social networks!
Powered By Indic IME