ଖଣି ମାଲିକଙ୍କ ଠାରୁ କଡ଼ାଗଣ୍ଡା ଜରିମାନା ଆଦାୟ କରିବା ପାଇଁ ରାଜ୍ୟ ସରକାର ସମସ୍ତ ପ୍ରକାର ପଦକ୍ଷେପ ନେଇଛନ୍ତି

ସୁପ୍ରିମକୋର୍ଟଙ୍କ ନିଦେ୍ର୍ଧଶକୁ ଅକ୍ଷରେ ଅକ୍ଷରେ ପାଳନ କରିବା ପାଇଁ ଏବଂ ଖଣି ମାଲିକଙ୍କ ଠାରୁ କଡ଼ାଗଣ୍ଡା ଜରିମାନା ଆଦାୟ କରିବା ପାଇଁ ରାଜ୍ୟ ସରକାର ସମସ୍ତ ପ୍ରକାର ପଦକ୍ଷେପ ନେଇଛନ୍ତି । ଯେତେବେଳେ ଏଥିରେ ଖଣି ମାଲିକମାନେ ଖିଲାପ କରିଛନ୍ତି, ସରକାର ତାଙ୍କ ବିରୋଧରେ ଆବଶ୍ୟକ କାର୍ଯ୍ୟାନୁÂାନ ଗ୍ରହଣ କରିବା ପାଇଁ ପଛଘୁଞ୍ଚା ଦେଇନାହାନ୍ତି । ଏ ସଂପର୍କରେ ସମସ୍ତ ତଥ୍ୟ ସର୍ବସାଧାରଣରେ ଉପଲବ୍ଧ ଅଛି, ଏହା ବୋଧେ ବିଜେପିକୁ ଦିଶୁନାହିଁ । ବିଜେପି ବିନା ଆଧାରରେ ଦୋଷାରୋପ କରୁଛି । ଏହା
ଆଦୌ ଗ୍ରହଣୀୟ ନୁହେଁ । କେବଳ ଓଡ଼ିଶା ନୁହେଁ, ଅନ୍ୟ ରାଜ୍ୟରେ ମଧ୍ୟ ଏହିଭଳି ଘଟଣା ଘଟିଛି । ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାର ଖଣି ମାଲିକଙ୍କ ଠାରୁ ଅଧିକ ପରିମାଣରେ ଜରିମାନା ଆଦାୟ କରାଯାଇଛି ଏବଂ ଖିଲାପି ଖଣି ମାଲିକଙ୍କ ଠାରୁ ସମସ୍ତ ଅର୍ଥ ଆଦାୟ ପାଇଁ ବିଭିନ୍ନ ସ୍ତରରେ ସମସ୍ତ ପ୍ରକ୍ରିୟା ଅବ୍ୟାହତ ରହିଛି । ଏପରିସ୍ଥଳେ
ବିଜେପିକୁ ଦଶଦିଗ ଅନ୍ଧାର ଦିଶୁଛି । ତାକୁ କେବଳ ତୃତୀୟ ମହଲାର ଭୟ ଗ୍ରାସ କରିଛି । ନବୀନ ପଟ୍ଟନାୟକଙ୍କୁ ଅଙ୍ଗୁଳି ଦେଖାଇବା ପାଇଁ ବିଜେପିର ସତ୍‍ସାହସ ନାହିଁ । ତେଣୁ କଥା କଥାକେ ତୃତୀୟ ମହଲାକୁ ଟାର୍ଗେଟ୍‍ କରି ବିଜେପି ଯାହା କହୁଛି, ତାହା ନିରାଧାର, ଉଦେ୍ଧଶ୍ୟ ପ୍ରଣୋଦିତ ଏବଂ ଶସ୍ତା ରାଜନୀତି ବୋଲି ବିଜୁ ଜନତା ଦଳ
ରାଜ୍ୟ ସଂପାଦକ ବିଜୟ ନାୟକ କହିଛନ୍ତି ।

Share in top social networks!
Powered By Indic IME