ରାଜସ୍ୱ ମନ୍ତ୍ରୀଙ୍କ ଦ୍ୱାରା କୋଟିଆ ପଞ୍ଚାୟତର ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା

26001109_728811953993281_7222647178343813317_n
ଆଜି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀ ମହେଶ୍ୱର ମହାନ୍ତି କୋରାପୁଟ ଜିଲ୍ଲାର ପଟାଙ୍ଗୀ ତହସିଲ ଅନ୍ତର୍ଗତ କୋଟିଆ ଗ୍ରାମପଞ୍ଚାୟତର ଉନ୍ନୟନମୂଳକ କାର୍ଯ୍ୟ ଓ ବିଭିନ୍ନ ସେବା ଯୋଗାଣର ସମୀକ୍ଷା କରିଛନ୍ତିା ସଚିବାଳୟଠାରେ ଅନୁଷ୍ଠିତ ଏହି ଉଚ୍ଚସ୍ତରୀୟ ବୈଠକରେ ମୁଖ୍ୟ ଶାସନ ସଚିବ ଶ୍ରୀ ଆଦିତ୍ୟ ପ୍ରସାଦ
ପାଢ଼ୀ, ପଟ୍ଟାଙ୍ଗୀର ବିଧାୟକ ଶ୍ରୀ ପ୍ରଫୁଲ୍ଲ କୁମାର ପାଙ୍ଗୀ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା, ବିଦ୍ୟାଳୟ ଓ ଗଣଶିକ୍ଷା, ଶକ୍ତି, ଗ୍ରାମ୍ୟ ଉନ୍ନୟନ, ମହିଳା ଓ ଶିଶୁ ବିକାଶ, ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ପ୍ରମୁଖ ଶାସନ ସଚିବ ଓ ବିଭାଗୀୟ ସଚିବ ଏବଂ ଦକ୍ଷିଣାଞ୍ଚଳ ରାଜସ୍ୱ ଆୟୁକ୍ତ ଓ କୋରାପୁଟ ଜିଲ୍ଲାପାଳଙ୍କ
ସମେତ ସ୍ଥାନୀୟ ଅଧ#କାରୀମାନେ ଯୋଗଦେଇ ସଂପୃକ୍ତ ଅଞ୍ଚଳରେ ସରକାରଙ୍କ ତରଫରୁ କରାଯାଉଥ#ବା ବିଭିନ୍ନ ଉନ୍ନୟନମୂଳକ ଓ କଲ୍ୟାଣକାରୀ ଯୋଜନାର କ୍ଷେତ୍ରସ୍ତରୀୟ ସଦ୍ୟତମ ତଥ୍ୟ ଉପସ୍ଥାପନ କରିଥ#ଲୋ ଉନ୍ନୟନମୂଳକ କାର୍ଯ୍ୟ ଓ ସେବାଯୋଗାଣ ପ୍ରକ୍ରିୟାକୁ ଅଧ#କ ତ୍ୱରାନ୍ୱିତ କରିବା ସହିତ ଅଧ#କାରୀମାନେ ନିୟମିତ
କ୍ଷେତ୍ର ପରିଦର୍ଶନ କରିବା ପାଇଁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଥ#ଲୋ ସମୀକ୍ଷାରୁ ଜଣାପଡ଼ିଛି ଯେ ପଞ୍ଚାୟତର ସମୁଦାୟ ୨୮ଟି ଗ୍ରାମରେ ଯୋଗାଯୋଗ ନିମନ୍ତେ ରାସ୍ତା
ନିର୍ମାଣ କରାଯାଇଛି ଓ କୋଟିଆ ଗ୍ରାମପଞ୍ଚାୟତ ସଦର ମହକୁମାକୁ ଜାତୀୟ ରାଜପଥ ୨୬ ସହିତ ପୂର୍ତ୍ତ ବିଭାଗ ରାସ୍ତା ସହିତ ସଂଯୋଗ କରାଯାଇଛିା ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ୮୯୨.୨୬ ଲକ୍ଷ ମଞ୍ଜୁର କରାଯାଇ ଟେଣ୍ଡର ପ୍ରକ୍ରିୟା ଚାଲୁ ରହିଛିା ଏଥ# ସହିତ ବର୍ତ୍ତମାନ ସୁଦ୍ଧା ପMା ରାସ୍ତା
ଦ୍ୱାରା ସଂଯୋଗ ହୋଇ ନଥ#ବା ଅଞ୍ଚଳଗୁଡ଼ିକୁ ପMା ରାସ୍ତା ନିର୍ମାଣ କରିବା ପାଇଁ ମନ୍ତ୍ରୀ ଶ୍ରୀ ମହାନ୍ତି ନିର୍ଦ୍ଦେଶ ଦେଇଥ#ଲୋ ମହାତ୍ମା ଗାନ୍ଧୀ ଜାତୀୟ ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ କୋଟିଆ ଅଞ୍ଚଳର ୧୮୨ଟି ପ୍ରକଳ୍ପ କାର୍ଯ୍ୟ କରାଯାଉଛି ଏବଂ ୧୦୪୭ଟି ଜବ୍କାର୍ଡ ଯୋଗାଇ ଦିଆଯାଇଛିା ଇନ୍ଦିରା ଆବାସ, ବିଜୁ ପMାଘର ଆଦି
ଗ୍ରାମ ଗୃହ ନିର୍ମାଣ ଯୋଜନାରେ ୨୦୧୨-୧୩ ବର୍ଷରୁ ଆଜି ପର୍ଯ୍ୟନ୍ତ ୧୧୬୯ଟି ଗୃହ ମଞ୍ଜୁର କରାଯାଇଛିା

ସମସ୍ତ ୨୧ଟି ଗ୍ରାମରେ ନଳକୂପ, କୂପ ଏବଂ ପାଇପ ଯୋଗେ ପାନୀୟ ଜଳ ଯୋଗାଇ ଦିଆଯାଉଛିା ବିଜୁ ଗ୍ରାମ ଜ୍ୟୋତି ଯୋଜନା ଓ ରାଜୀବ ଗାନ୍ଧୀ ଗ୍ରାମୀଣ ଯୋଜନାରେ ସମସ୍ତ ଗ୍ରାମକୁ ବିଦୁ୍ୟତକରଣ ନିମନ୍ତେ ଅନ୍ତର୍ଭୁକ୍ତ କରାଯାଇଛିା ସାମାଜିକ ନିରାପତ୍ତା ଯୋଜନାରେ ୫୬୮ ଜଣଙ୍କୁ ବାର୍ଦ୍ଧକ୍ୟ ଭତ୍ତା, ମଧୁବାବୁ ପେନସନ ଯୋଜନା ଆଦିରେ ଭତ୍ତା ଯୋଗାଇ ଦିଆଯାଉଛିା କୋଟିଆଠାରେ ଗୋଟିଏ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସମେତ ଦୁଇଟି ସବସେଣ୍ଟର ଖୋଲାଯାଇ ଚିକିତ୍ସା ସେବା ଯୋଗାଇ ଦିଆଯାଇଛିା
ଜାତୀୟ ଖାଦ୍ୟ ନିରାପତ୍ତା ଯୋଜନାରେ ୧୧୧୭ ଜଣଙ୍କୁ କାର୍ଡ ଯୋଗାଇ ଦିଆଯାଇ ୩୯୫୩ ଜଣଙ୍କୁ ସାଧାରଣ ବଣ୍ଟନ ବ୍ୟବସ୍ଥାରେ ସମସ୍ତ ସାମଗ୍ରୀ ଯୋଗାଇ ଦିଆଯାଉଛିା ଏହି ଅଞ୍ଚଳରେ ପ୍ରାଥମିକ ବିଦ୍ୟାଳୟ, ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଉଚ୍ଚ ବିଦ୍ୟାଳୟ ସମେତ ଆବାସିକ ଆଶ୍ରମ ବିଦ୍ୟାଳୟ ଖୋଲାଯାଇଛି ଓ ଏଥ#ରେ
ପ୍ରାୟ ୧୫୦୦ରୁ ଅଧ#କ ଛାତ୍ରଛାତ୍ରୀ ଶିକ୍ଷା ଗ୍ରହଣ କରୁଛନ୍ତିା ଉକ୍ତ ଅଞ୍ଚଳରେ ଅନୁସୂଚିତ ଜାତି ଓ ଜନଜାତିର ପିଲାଙ୍କ ନିମନ୍ତେ ହଷ୍ଟେଲ ଭିତ୍ତିଭୂମିର ସୁଦୃଢ଼ୀକରଣ କରିବା ପାଇଁ ବୈଠକରେ ଆଲୋଚନା କରାଯାଇଥ#ଲା ସମନ୍ୱିତ ଶିଶୁ ବିକାଶ ଯୋଜନାରେ ୧୦ଟି ଅଙ୍ଗନବାଡ଼ି କେନ୍ଦ୍ର ଓ ୩ଟି ମିନି ଅଙ୍ଗନବାଡ଼ି କେନ୍ଦ୍ର ଖୋଲାଯାଇଛିା
ପ୍ରାକୃତିକ ବିପର୍ଯ୍ୟୟ ସମୟରେ ପ୍ରଶାସନ ପକ୍ଷରୁ ପର୍ଯ୍ୟାପ୍ତ ପରିମାଣର ରିଲିଫ୍ ଯୋଗାଇ ଦିଆଯାଇଥ#ବା ବୈଠକରୁ ପ୍ରକାଶା

ଏତଦ୍ବ୍ୟତୀତ କୋଟିଆ ପଞ୍ଚାୟତରେ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ, ପ୍ରାଣୀ ସଂପଦ ନିରୀକ୍ଷକଙ୍କ କାର୍ଯ୍ୟାଳୟ, ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟ ଓ ବଙ୍ଗଳା ଆଦି କାର୍ଯ୍ୟକ୍ଷମ ରହିଥ#ବାବେଳେ କୋଟିଆରେ ଥାନା ଗୃହର ନିର୍ମାଣ କାର୍ଯ୍ୟ ଆରମ୍ଭ କରିବା ପାଇଁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଥ#ଲୋ କୋଟିଆକୁ ଯାତାୟତ ନିମନ୍ତେ
ବସସେବା ଯୋଗାଇ ଦିଆଯାଇଛି ଓ ଆବଶ୍ୟକତା ଅନୁସାରେ ବସସେବା ବୃଦ୍ଧି କରିବା ପାଇଁ ମନ୍ତ୍ରୀ ଶ୍ରୀ ମହାନ୍ତି ପରାମର୍ଶ ଦେଇଥ#ଲୋ
ସୂଚନାଯୋଗ୍ୟ, କୋଟିଆ ପଞ୍ଚାୟତର ୨୮ଟି ଗ୍ରାମ କୋରାପୁଟ ସଂସଦୀୟ କ୍ଷେତ୍ର ଏବଂ ପଟ୍ଟାଙ୍ଗୀ ବିଧାନସଭା କ୍ଷେତ୍ର ଅନ୍ତର୍ଭୁକ୍ତ ହୋଇଥ#ବାବେଳେ ନିର୍ବାଚନ କମିଶନ ମୁତାବକ ଏଠାରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହୋଇଆସୁଅଛିା ୨୦୧୭ ଗ୍ରାମପଞ୍ଚାୟତ ନିର୍ବାଚନରେ ସରପଞ୍ଚ, ପଞ୍ଚାୟତ ସମିତି ସଭ୍ୟ, ଜିଲ୍ଲା
ପରିଷଦ ସଭ୍ୟ ଏବଂ ଓ୍ୱାର୍ଡ ମେମ୍ବରମାନେ ନିର୍ବାଚିତ ହୋଇଛନ୍ତିା ୨୦୧୧ ମସିହାରେ ଉକ୍ତ ଅଞ୍ଚଳରେ ଭାରତ ସରକାରଙ୍କ ଦ୍ୱାରା ଜନଗଣନା କରାଯାଇଥ#ଲାା ଉପରୋକ୍ତ ପରିସ୍ଥିତିରେ କୋଟିଆ ଅଞ୍ଚଳର ସମସ୍ତ ପ୍ରକାର ଉନ୍ନୟନମୂଳକ କାର୍ଯ୍ୟ ଓ ସରକାରୀ ସେବାର ସୁଫଳ ଲୋକମାନଙ୍କ ନିକଟରେ ପହଞ୍ଚୁଥ#ବାବେଳେ ଆନ୍ଧ୍ରପ୍ରଦେଶ
ପକ୍ଷରୁ ସେଠାକାର ଅଧ#ବାସୀଙ୍କୁ ବିଭିନ୍ନ ପ୍ରକାର ପ୍ରଲୋଭନ ଦେଖାଇ ପ୍ରଭାବିତ କରାଯାଇଥ#ବା ଅଭିଯୋଗର ଆଇନଗତ ଦିଗ ତର୍ଜମା କରାଯାଇ ଉପଯୁକ୍ତ ପଦକ୍ଷେପ ନିଆଯିବ ବୋଲି ମନ୍ତ୍ରୀ ଶ୍ରୀ ମହାନ୍ତି କହିଥ#ଲୋ

Share in top social networks!
Powered By Indic IME