ମୁଖ୍ୟମନ୍ତ୍ରୀଙ୍କ ଅପାରଗତା କାରଣରୁ କେବଳ ଦୁଇ ରାଜ୍ୟର ସୀମା ବିବାଦ ନୁହେଁ ବରଂ ଜିଲ୍ଲା ମଧ୍ୟରେ ସୀମା ବିବାଦ ଦେଖିବାକୁ ମିଳୁଛି: ବିଜେପି

PC_Bhrugu baxipatra_31 ଗାଁ ଗୋଟିଏ, ମାତ୍ର ନାମ ତିନୋଟି । ଗଂଜାମ ଜିଲ୍ଲା ପାତ୍ରପୁର ବ୍ଲକ ବୁରାତାଲ ପଂଚାୟତ ଗୁଡିଖୋଲା ଗାଁଟି, ଗଜପତି ଜିଲ୍ଲା ରାୟଗଡ ବ୍ଲକ ଗଂଗାବାଡ ପଂଚାୟତରେ ଗୁଡିଖୁଡୀ ଏବଂ ଆନ୍ଧ୍ର ପ୍ରଦେଶ ଶ୍ରୀକାକୁଲମ ଜିଲ୍ଲା ମଣ୍ଡାସା(ମଂଜୁସା) ବ୍ଲକରେ କୁରୁଡାଲୁ ଗ୍ରାମ ଭାବେ ପରିଚିତ । କେବଳ ଦୁଇ ରାଜ୍ୟର ସୀମା ବିବାଦ ନୁହେଁ ମୁଖ୍ୟମନ୍ତ୍ରୀଙ୍କ ଅପାରଗତା କାରଣରୁ ଜିଲ୍ଲା ଜିଲ୍ଲା ମଧ୍ୟରେ ବିବାଦ ଦେଖିବାକୁ ମିଳିଛି । ଏହି କାରଣରୁ ସୀମାନ୍ତ ଅଂଚଳରେ ବାସ କରୁଥିବା ରାଜ୍ୟବାସୀ ନାନାଦି ସମସ୍ୟାର ସମ୍ମୁଖୀନ ହେଉଛନ୍ତି ବୋଲି ରାଜ୍ୟ ସାଧାରଣ ସଂପାଦକ ଶ୍ରୀ ଭୃଗୁ ବକ୍ସିପାତ୍ର ଅଭିଯୋଗ କରିଛନ୍ତି ।
ରାଜ୍ୟ ବିଜେପିର ଏକ ପ୍ରତିନିଧୀଦଳ ଗତ ୨୮ ତାରିଖରେ ଗଂଜାମ ଜିଲ୍ଲା ବୁରାତାଲ ପଂଚାୟତର ୧୨ଟି ଗାଁ ଏବଂ ତୁମ୍ବା ପଂଚାୟତର ୭ଟି ଗାଁ ପରିଦର୍ଶନ କରି ଫେରିଛି । ଏହି ପ୍ରତିନିଧୀ ଦଳରେ ଶ୍ରୀ ବକ୍ସିପାତ୍ରଙ୍କ ସମେତଗଜପତି ଜିଲ୍ଲା ସଭାପତି ଜି,ଭେଂକଟରାବଣା, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସରୋଜ ସାବତ, ସିଦେ୍ଧଶ୍ୱର ମିଶ୍ର, ତିରୁପତି ନାୟକ, ଉଦୟ ପ୍ରଧାନ, ମନୋରଂଜନ ଦ୍ୟାନସାମନ୍ତରାୟ ପ୍ରମୁଖ ସାମିଲ ଥିଲେ ।
ଶ୍ରୀ ବକ୍ସିପାତ୍ର ଅଭିଯୋଗ କରି କହିଛନ୍ତି ଯେ, ରାଜ୍ୟରେ କୋଟିଆ ଭଳି ୧୧୪ ଟି ଗାଁ ସୀମାନ୍ତ ରାଜ୍ୟର କବଳରେ ଅଛି । ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ ଗଂଜାମ ଜିଲ୍ଲା ସମେତ ସୀମାନ୍ତବତୀ ବହୁ ଗ୍ରାମ ଓଡିଶାର ମ୍ୟାପରେ ଥିବାବେଳେ ଏବେ ଏହି ଗ୍ରାମଗୁଡିକୁ ସପୂର୍ଣ୍ଣ ଭାବରେ ଆନ୍ଧ୍ର ସରକାର ଦଖଲରେ ରହିଛି । ଏମିତିକି ଗ୍ରାମବାସୀମାନଙ୍କ ପାଖରେ ଦୁଇ ଦୁଇଟି ରାସନକାର୍ଡ ଏବଂ ଭୋଟର କାର୍ଡ ରହିଛି । ସୀମାନ୍ତ ଅଂଚଳବାସୀଙ୍କ ଜମି ପଟା ଗଜପତି ଜିଲ୍ଲାରେ ଥିବାବେଳେ ଗଂଜାମ ଜିଲ୍ଲା ଅଧୀନରେ ରହିଛି ରାସନକାର୍ଡ । ଓଡିଶାରେ ଏହି ଗ୍ରାମ ଅନ୍ତର୍ଭୁକ୍ତ ଥିବା ସତ୍ୱେ ରାଜ୍ୟ ସରକାର ୩/୪ ମାସରେ ଥରେ ଚାଉଳ ଯୋଇଦେଉଥିବାବେଳେ ଆନ୍ଧ୍ର ସରକାର ସବୁ ମାସରେ ନିୟମିତ ଭାବରେ ଚାଉଳ ଯୋଗାଉଛନ୍ତି । ସେ ଅଂଚଳରେ ସ୍କୁଲ ଖୋଲିନଥିବାରୁ ଛାତ୍ରଛାତ୍ରୀମାନେ ବାଧ୍ୟ ହୋଇ ଆନ୍ଧ୍ର ସ୍କୁଲକୁ ପାଠପଢିବା ପାଇଁ ଯାଉଛନ୍ତି । ଏହି ଅଂଚଳକୁ ଗମାନଗମନ ପାଇଁ ରାସ୍ତା ନାହିଁ ଯାହାବି ରହିଛି ତାହା ଆନ୍ଧ୍ର ଦେଇ ଯିବାକୁ ପଡୁଛି । ମୁଖ୍ୟମନ୍ତ୍ରୀ ତାଙ୍କ ଜିଲ୍ଲାର ଗ୍ରାମଗୁଡିକରେ ପାନୀୟ ଜଳ ଯୋଗାଇନଥିବା କାରଣରୁ ଆନ୍ଧ୍ର ସରକାର ନଳକୂପ ବସାଇ ପାନୀୟ ଜଳର ବ୍ୟବସ୍ଥା କରିଛନ୍ତି । ସ୍ୱାସ୍ଥ୍ୟକେନ୍ଦ୍ର ନଥିବାରୁ ପଡୋଶୀ ଆନ୍ଧ୍ରପ୍ରଦେଶ ସ୍ୱାସ୍ଥ୍ୟକେନ୍ଦ୍ର ଉପରେ ନିର୍ଭରଶୀଳ । ମୁଖ୍ୟମନ୍ତ୍ରୀଙ୍କ ଅପରାଗତା କରଣରୁ ତାଙ୍କ ଜିଲ୍ଲାବାସୀ ଏବଂ ସୀମାନ୍ତ ଅଂଚଳବାସୀ ସବୁ କ୍ଷେତ୍ରରେ କେବଳ ଆନ୍ଧ୍ର ଉପରେ ଭରସା କରୁଛନ୍ତି ବୋଲି ଶ୍ରୀ ବକ୍ସିପାତ୍ର କହିଛନ୍ତି ।
ମୁଖ୍ୟମନ୍ତ୍ରୀ ତାଙ୍କ ନିର୍ବାଚନ ଇସ୍ତାହାରରେ ରାଜ୍ୟର ସୀମାନ୍ତ ଅଂଚଳର ଭାଷା , ସଂସ୍କୃତି ଓ ମୈାଳିକ ସୁବିଧାର ସୁରକ୍ଷା ଯୋଗାଇଦେବେ ବୋଲି ପ୍ରତିଶୃତି କେବଳ ଧୃୂଆଁ ବାଣସଦୃଶ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ବିଜେପି ସାଧଆରଣ ସଂପାଦକ ଶ୍ରୀ ଭୃଗୁ ବକ୍ସିପାତ୍ର କହିଛନ୍ତି ।
ସେହିପରି ଗୁଡିଖୋଳା ଗାଁ ରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ମାଧ୍ୟମରେ ଗରୀବ ହିତାଧିକାରୀଙ୍କୁ ଯୋଗାଇ ଦିଆଯାଉଥିବା ଘରର ଫାଉଣ୍ଡେସନ ଆନ୍ଧ୍ର ପ୍ରଦେଶ ସରକାରଙ୍କ ଅର୍ଥରେ ଏବଂ ଘର କାନ୍ଥ ଓଡିଶା ସରକାରଙ୍କ ଅର୍ଥରେ ନିର୍ମାଣ କରାଯାଇଛି । ରାଜ୍ୟସରକାର ୩୦୦ ଟଙ୍କା ବାର୍ଧକ୍ୟ ଭତା ଦେଉଥିବାବେଳେ ଆନ୍ଧ୍ରସରକାର ୧୦୦୦ ଟଙ୍କା ଦେଉଛନ୍ତି । ଏପରିକି ବିଦ୍ୟୁତ ସେବା ମଧ୍ୟ ଆନ୍ଧ୍ର ଯୋଗାଉଥିବାର ପ୍ରତିନିଧି ଦଳ ଦେଖିବାକୁ ପାଇଥିଲେ ।
ଆନ୍ଧ୍ର ପ୍ରଦେଶରେ ବାଲି ଟେଣ୍ଡର ବନ୍ଦ ହେବା ପରେ ଗଜପତି ଜିଲ୍ଲାର ସମସ୍ତ ବାଲି, ଗ୍ରାନାଇଟ ପଥର ଖଣି ମଧ୍ୟ ଆନ୍ଧ୍ର ସରକାରଙ୍କ କବଜାରେ ରହିଛି । ରାଜ୍ୟର ପୋଲିସ ପ୍ରଶାସନ ଓ ତହସିଲଦାରଙ୍କ ଜାଣତରେ ସବୁ କାମ କରାଯାଉଛି । ସବୁ ଜାଣିଶୁଣି ଏହାର ପ୍ରତିବାଦ ଜିଲ୍ଲା ପ୍ରଶାସନ ବା ଜନପ୍ରତିନିଧୀ କେହି ବି କରୁ ନାହାଁନ୍ତି । ଏପରିକି ଦୀର୍ଘ ୧୮ ବର୍ଷ ଧରି ମୁଖ୍ୟମନ୍ତ୍ରୀଙ୍କ ଅପାରଗତା ଓ ସ୍ଥାଣୁତା କାରଣରୁ ସୀମାନ୍ତବର୍ତୀ ଅଂଚଳର ଏଭଳି ଦୂରାବସ୍ଥା ଦେଖିବାକୁ ମିଳିଛି ବୋଲି ଶ୍ରୀ ବକ୍ସିପାତ୍ର ଅଭିଯୋଗ କରିଛନ୍ତି ।
ରାଜ୍ୟ କାର୍ଯ୍ୟାଳୟରେ ଅନୁÂିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ମୁଖପାତ୍ର ସଜ୍ଜନ ଶର୍ମା, ରାଜ୍ୟ ସଂପାଦକ ବିଭୁତି ଜେନା ଏବଂ ଗଂଜାମ ଜିଲ୍ଲ ସଭାପତି କାହ୍ନୁ ଚରଣ ପତି ପ୍ରମୁଖ ଉପସ୍ଥିତ ଥିଲେ ।

Share in top social networks!
Powered By Indic IME