ସର୍ବସାଧାରଣରେ ପଲିଥିନ୍ ଫୋପାଡ଼ିଲେ ଗଣିବେ ୫ହଜାର ତଣ୍ଡ

ପ୍ଲାଷ୍ଟିକ୍ କ୍ୟାରିବ୍ୟାଗ ଏବଂ ପଲିଥିନ୍ ଭଳି ସାମଗ୍ରୀର ବ୍ୟବହାରକାରୀଙ୍କ ଉପରେ ନିୟନ୍ତ୍ରଣ ପାଇଁ ଆଜି ବିଏମ୍ସି ପକ୍ଷରୁ ଏକ କଡ଼ା ନୋଟିସ୍ ଜାରି ହୋଇଛି । କେନ୍ଦ୍ର ସରକାରଙ୍କ ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତନ ମନ୍ତ୍ରାଳୟର ନିୟମ ତଥା ପ୍ଲାଷ୍ଟିକ୍ ୱେଷ୍ଟ୍ ମ୍ୟାନେଜ୍ମେଂଟ୍ ରୁଲ୍ସ୍ ୨୦୧୬ ନିଦେ୍ର୍ଧଶନାମା ଅନୁସାରେ ପଲିଥିନ୍ କ୍ୟାରିବ୍ୟାଗ୍ ବ୍ୟବହାର ନେଇ କେତେକ କଟକଣା ଜାରି ହୋଇଛି । ବ୍ୟବହାରକାରୀ ଦୋକାନୀ, ବ୍ୟବସାୟିକ ପ୍ରତିÂାନମାନେ ନିଜସ୍ୱ ଉଦ୍ୟମରେ ଦୁଇଟି ଅଲଗା ଅଲଗା ଡଷ୍ଟବିନ୍ ରଖିବା ନେଇ ମନ୍ତ୍ରାଳୟ ପକ୍ଷରୁ ନିଦେ୍ର୍ଧଶ ରହିଛି । ସେହିପରି ବିଭିନ୍ନ ଦୋକାନ, ବଜାର ଅଂଚଳରେ ପଲିଥିନ୍ ଏବଂ ଅନ୍ୟାନ୍ୟ ପ୍ଲାଷ୍ଟିକ୍ ପଦାର୍ଥ ବାହାରେ ପଡ଼ୁଥିବା ନଜକୁ ଆସିଥିବା ବେଳେ ଏହାର ପ୍ରତିକାର ପାଇଁ ଆଜି ବିଏମ୍ସି ପକ୍ଷରୁ ସର୍ବ ସାଧାରଣ ନୋଟିସ୍ ଜାରି ହୋଇଛି ।
ଦୋକାନ ଅଂଚଳରେ ବାହାରେ ପଲିଥିନ୍, ଅଥବା ଅନ୍ୟାନ୍ୟ ଦ୍ରବ୍ୟ ପଡ଼ି ରହିଥିବା ଦୃଷ୍ଟିକୁ ଆସିଲେ ତତ୍କାଳ ପଦକ୍ଷେପ ନିଆଯାଇ ୫ହଜାର ଟଙ୍କାର ନଗଦ ଜରିମାନା ଦେବାକୁ ପଡ଼ିବ । ସେହିପରି ଆବଶ୍ୟକ ସ୍ଥଳେ ଆଇନ ଅନୁସାରେ କଡ଼ା ପଦକ୍ଷେପ ନେବାକୁ ସ୍ଥିର କରିଛି ବିଏମ୍ସି । ଆଜି ବିଏମ୍ସି ଚିଠି ନମ୍ବର ୩୮୧୪ ଫାଇଲ୍ ୫୯୪/୧୭ ଅନୁସାରେ ଏହି ନୋଟିସ୍ ଜାରି ହୋଇଛି ।
ସେହିପରି ପ୍ଲାଷ୍ଟିକ୍ କ୍ୟାରିବ୍ୟାଗ ବ୍ୟବହାରକାରୀଙ୍କ ପାଇଁ କ’ଣ କରିବେ ଏବଂ କ’ଣ ନକରିବେ ସେଇ ଏକ ତାଲିକା ପ୍ରକାଶ ପାଇଛି । ଦୁଇଟି ଡଷ୍ଟ୍ବିନ୍ ରଖିବା, ପ୍ଲାଷ୍ଟିକ୍ ବ୍ୟାଗ ଭଳି ପଦାର୍ଥ ବାହାରେ ନ ଫୋପାଡିବା ଇତ୍ୟାଦି ବିଷୟରେ ସତର୍କତା ଅବଲମ୍ବନ କରିବାକୁ ଏଥିରେ କୁହାଯାଇଛି । ଏହାଛଡ଼ା ଆଖିଦୃଶିଆ ଦଣ୍ଡବିଧାନ ସହ ପରିବେଶ ଆଇନ ୧୯୮୬ ଅନୁସାରେ ଆଇନଗତ କାର୍ଯ୍ୟାନୁÂାନ ନେବାକୁ ବିଏମ୍ସି କଡ଼ା ନିଷ୍ପତି ନେଇଛି ।
ସୂଚନାଯୋଗ୍ୟ ଯେ, ଗତ କିଛିଦିନ ତଳେ ପ୍ଲାଷ୍ଟିକ୍ କ୍ୟାରିବ୍ୟାଗ ବ୍ୟବହାରକାରୀଙ୍କ ପଂଜିକରଣ ନେଇ ନୋଟିସ୍ ଜାରି ହୋଇଥିଲା । ଏହାକୁ କାର୍ଯ୍ୟକାରୀ କରିବା ପାଇଁ ପ୍ରଥମେ ଏକ ସଚେତନତା ଅଭିଯାନ ଆରମ୍ଭ କରାଯିବ । ସଂପ୍ରତି ସହରର ବିଭିନ୍ନ ଏନେଇ ହୋର୍ଡିଂ ଲଗାଯିବା ସହ ଏକ ଭ୍ରାମ୍ୟମାଣ ଗାଡ଼ି ମାଧ୍ୟମରେ ମାଇକ୍ ଯୋଗେ ଏ ସଂକ୍ରାନ୍ତରେ ପ୍ରଚାର କରାଯିବାକୁ ସ୍ଥିର ହୋଇଛି । ପ୍ଲାଷ୍ଟିକ୍ କ୍ୟାରିବ୍ୟାଗ୍ ବ୍ୟବହାରକାରୀ ବ୍ୟବସାୟୀମାନେ ମାସକୁ ୪ ହଜାର ଟଙ୍କା ଏବଂ ବାର୍ଷିକ ୪୮ ହଜାର ଟଙ୍କାର ଶୁଳ୍ପ ବିଏମ୍ସିରେ ଜମା ଦେବାକୁ କୁହାଯାଇଛି । ସେହିପରି କେବଳ ୫୦ ମାଇକ୍ରନ୍ରୁ ଅଧିକ ମୋଟେଇ ଥିବା ପଲିଥିନ୍ ବ୍ୟବହାର କରିବା ପାଇଁ ନୋଟିସ୍ ଜାରି ହୋଇଛି ।

Share in top social networks!
Powered By Indic IME