ଆଦାନୀ ଧାମରା ବନ୍ଦର ତରଫରୁ ପ୍ରାଣୀ ସ୍ୱାସ୍ଥ୍ୟମେଳା ଆୟୋଜିତ; ୩୦୦ରୁ ଊଦ୍ଧ୍ୱର୍ ପ୍ରାଣୀ ଚିକିତ୍ସିତ

Pic-1- Livestock Health camp by Dhamra Port
ଧାମରା ବନ୍ଦର ପାଶ୍ୱର୍ବର୍ତୀ ଗ୍ରାମଗୁଡ଼ିକରେ ପ୍ରାଣୀ ସ୍ୱାସ୍ଥ୍ୟର ଗୁରୁତ୍ୱକୁ ଲକ୍ଷ୍ୟ କରି ଆଦାନୀ ଫାଉଣ୍ଡେସନ ତରଫରୁ କଇଥଖୋଲ ପଂଚାୟତ ଅଧିନସ୍ଥ ପୂର୍ଣ୍ଣପ୍ରସାଦ ଗ୍ରାମରେ ଏକ ପଶୁ ସ୍ୱାସ୍ଥ୍ୟମେଳା ଆୟୋଜିତ ହୋଇଯାଇଛି । ସରକାରୀ ପଶୁ ଚିକିତ୍ସାଳୟର ଅଭିଜ୍ଞ ଚିକିତ୍ସକ ଓ ଆଦାନୀ ଫାଉଣ୍ଡେସନର ମିଳିତ ସହଯୋଗରେ ଏହି ସ୍ୱାସ୍ଥ୍ୟମେଳା ଆୟୋଜନ କରାଯାଇ ୩୦୦ ରୁ ଊଦ୍ଧ୍ୱର୍ ପ୍ରାଣୀଙ୍କର ଚିକିତ୍ସା କରାଯାଇଥିଲା । ଶୀତଋତୁରେ ପଶୁମାନଙ୍କର ଫାଟୁଆ ତଥା ଅନ୍ୟାନ୍ୟ ରୋଗ ହେଉଥିବାରୁ ଧାମରା ବନ୍ଦର ଦ୍ୱାରା ସ୍ୱାସ୍ଥ୍ୟ ଶିବିର ଆୟୋଜନ କରାଯାଇ ପାଶ୍ୱର୍ବର୍ତୀ ଗ୍ରାମ ଯଥା ପୂର୍ଣ୍ଣପ୍ରସାଦ, କନକପ୍ରସାଦ, ଶରତପ୍ରସାଦ, କୃଷ୍ଣପ୍ରସାଦ ଆଦିରୁ ଶତାଧିକ ଗାଈ, ବଳଦ, ଛେଳି, ମେଣ୍ଢା ଇତ୍ୟାଦି ଗୃହପାଳିତ ପଶୁମାନଙ୍କ ରୋଗ ଚିହ୍ନଟ କରାଯିବା ସହ ଟୀକାକରଣ ଏବଂ ବିନା ମୂଲ୍ୟରେ ଔଷଧ ବିତରଣ କରାଯାଇଥିଲା । ଏହା ବ୍ୟତୀତ ଏହି ମେଳାରେ ଉପସ୍ଥିତ ପ୍ରାଣୀ ଚିକିତ୍ସକ ଏବଂ ଏଲ୍ଆଇଙ୍କ ଦ୍ୱାରା ଗାଈ ଗୋରୁଙ୍କ ଯତ୍ନ, ସେମାନଙ୍କ ଉତମ ସ୍ୱାସ୍ଥ୍ୟ ପାଇଁ ଖାଦ୍ୟ ପ୍ରକ୍ରିୟା ଓ ଗୁହାଳର ରକ୍ଷଣାବେକ୍ଷଣ ସମ୍ବନ୍ଧିତ ସଚେତନତା କାର୍ଯ୍ୟକ୍ରମ କରାଯାଇଥିଲା । ଅଭିଜ୍ଞ ପ୍ରାଣୀ ଚିକିତ୍ସକ ଡଃ ନାଜାର ଏବଂ ଲାଇଫ୍ ଷ୍ଟକ୍ ଇନ୍ସପେକ୍ଟର ଶ୍ରୀ କିଶୋର ପଣ୍ଡା ଓ ଶ୍ରୀ ନିରଞ୍ଜନ ସାମଲ ପ୍ରମୁଖ ଉପସ୍ଥିତ ରହି ଗୃହପାଳିତ ପଶୁମାନଙ୍କର ଚିକିତ୍ସା କରିଥିଲେ ।

ଏହି କାର୍ଯ୍ୟକ୍ରମକୁ କଇଥକୋଲ ସରପଂଚ ଶ୍ରୀ ଅଶୋକ ସେଠ୍ ଉପସ୍ଥିତ ରହି ଗ୍ରାମବାସୀଙ୍କୁ ଏହି କାର୍ଯ୍ୟକ୍ରମରେ ଯୋଗଦାନ କରି ଏହାର ସୁଫଳ ଲାଭ ପାଇଁ ଉତ୍ସାହିତ କରିଥିଲେ । ଧାମରା ବନ୍ଦର ତରଫରୁ କରାଯାଇଥିବା ଏହି କାର୍ଯ୍ୟକ୍ରମ ପାଇଁ ସ୍ଥାନୀୟ ଗ୍ରାମବାସୀ ଉଚ୍ଚ ପ୍ରଂଶସା କରିବା ସଙ୍ଗେ ସଙ୍ଗେ କମ୍ପାନୀ କର୍ତୃପକ୍ଷଙ୍କୁ ସାଧୁବାଦ ଜଣାଇଥିଲେ । ସୂଚନାଯୋଗ୍ୟ, ଧାମରା ବନ୍ଦର ତରଫରୁ ପ୍ରତ୍ୟେକ ବର୍ଷ ଏହାର ପାଶ୍ୱର୍ବର୍ତୀ ଅଂଚଳର ବିଭିନ୍ନ ପଂଚାୟତରେ ଏହି ଟୀକାକରଣ କାର୍ଯ୍ୟକ୍ରମ ଓ ପ୍ରାଣୀ ସମ୍ପଦ ସମ୍ବନ୍ଧୀୟ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ କରାଯାଉଛି ।

Share in top social networks!