ବିଜେପୁର ଉପନିର୍ବାଚନ ପାଇଁ ସର୍ବଦଳୀୟ ବୈଠକ

20180129_171419
ବିଜେପୁର ବିଧାନସଭା ଉପନର୍ବାଚନ ନିମନ୍ତେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧ#କାରୀ ଡ.
ଡି.ଏନ୍.ଗୁପ୍ତାଙ୍କ ଅଧ୍ୟକ୍ଷତାରେ ଏକ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଯାଇଛିା
ଆଗାମୀ ଫେବୃଆରୀ ୨୪ ତାରିଖରେ ହେବାକୁ ଥ#ବା ଉପନିର୍ବାଚନରେ ସମସ୍ତ ବୁଥମାନଙ୍କରେ
ଇଭିଏମ୍ ମେସିନ୍ ଏବଂ ଭିଭିପ୍ୟାଟ୍ର ବ୍ୟବହାର, ଭୋଟ ଗ୍ରହଣ ସମୟରେ ଭୋଟରମାନଙ୍କ ପରିଚୟ
ପତ୍ର, ଆଦର୍ଶ ଆଚରଣ ବିଧ#ର ପାଳନ ଏବଂ ଅବାଧ ଓ ମୁକ୍ତ ନିର୍ବାଚନ ନିମନ୍ତେ ଉପସ୍ଥିତ ଥ#ବା ବିଭିନ୍ନ
ରାଜନୈତିକ ଦଳର ନେତୃବୃନ୍ଦଙ୍କ ସହ ଡ. ଗୁପ୍ତା ପୁଙ୍ଖାନୁପୁଙ୍ଖ ଆଲୋଚନା କରିବା ସହ ଶାନ୍ତିଶୃଙ୍ଖଳାର
ସହ ନିର୍ବାଚନ ଶେଷ କରାଇବା ପାଇଁ ସମସ୍ତ ରାଜନୈତିକ ଦଳର ସହଯୋଗ ଲୋଡ଼ିଥ#ଲୋ
ଅନ୍ୟମାନଙ୍କ ମଧ୍ୟରେ ଯୁଗ୍ମ ମୁଖ୍ୟ ନିର୍ବାଚନ ଅଧ#କାରୀ ଶ୍ରୀ ଭବାନୀ ପ୍ରସାଦ ରାୟ, ବିଜୁ ଜନତା
ଦଳର ସଂପାଦକ ଶ୍ରୀ ପି୍ରୟଦର୍ଶୀ ମିଶ୍ର, ଭାରତୀୟ ଜନତା ପାର୍ଟିର ମୁଖପାତ୍ର ଶ୍ରୀ ଗୋଲକ ମହାପାତ୍ର,
ଜାତୀୟ କଂଗ୍ରେସ ଦଳର ଶ୍ରୀ ଲଲାଟେନ୍ଦୁ ମହାପାତ୍ର, ଶ୍ରୀ ଉପେନ୍ଦ୍ର ସାମନ୍ତରାୟ, ଶ୍ରୀ ସୁଶାନ୍ତ ତି୍ରପାଠୀ
ଏବଂ ଲିଗାଲ ସେଲର ସଂପାଦକ ଶ୍ରୀ ସିଦ୍ଧାର୍ଥ ମହାନ୍ତି ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ
କରିଥ#ଲୋ

Share in top social networks!
Powered By Indic IME