ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ମିଳିମିଳା ଓ ରୁବେଲା ( ଜର୍ମାନ ମିଳିମିଳା ) ଟୀକାକରଣ ଅଭିଯାନର ଶୁଭାରମ୍ଭ

26993877_576021259403533_2804819810299926885_n
ରାଜ୍ୟରେ ଆଜି ଠାରୁ ଆରମ୍ଭ ହେଉଥିବା ମିଳିମିଳା ଓ ରୁବେଲା ( ଜର୍ମାନ ମିଳିମିଳା ) ଟୀକାକରଣ ଅଭିଯାନକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭାରମ୍ଭ କରିଛନ୍ତି । ଏନେଇ ସଚେତନାତା ସୃଷ୍ଟି ନିମନ୍ତେ ବାହାରୁଥିବା ରଥକୁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି ।
ସଚେତନତା ରଥର ଶୁଭାରମ୍ଭ ପରେ ଗଣମାଧ୍ୟମକୁ ସୂଚନା ଦେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ , ଆଇନ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି ଯେ ଆମ ରାଜ୍ୟରେ ପ୍ରଥମ କରି ଏହି ମିଳିମିଳା ଓ ରୁବେଲା ( ଜର୍ମାନ ମିଳିମିଳା ) ଟୀକାକରଣ କରାଯାଉଛି । ଏହା ଆଜିଠାରୁ ଆସନ୍ତା ମାର୍ଚ୍ଚ ମାସ ୨୬ ତାରିଖ ପର୍ଯ୍ୟନ୍ତ ଚାଲିବ । ଏହି ଟୀକାକରଣ ଅଭିଯାନରେ ୯ ମାସରୁ ୧୫ ବର୍ଷ ବୟସ ପର୍ଯ୍ୟନ୍ତ ଏକ କୋଟି ୧୩ ଲକ୍ଷରୁ ଉଦ୍ଧ୍ୱର୍ ପିଲାମାନଙ୍କୁ ମିଳିମିଳା ଓ ରୁବେଲା ( ଜର୍ମାନ ମିଳିମିଳା ) ଟୀକାକରଣ କରାଯିବ । ଏହି ଅଭିଯାନ ସରିବାପରେ ନିୟମିତ ଟୀକାରଣ କାର୍ଯ୍ୟକ୍ରମରେ ଏହାକୁ ସାମିଲ କରାଯିବ ବୋଲି ମନ୍ତ୍ରୀ ଶ୍ରୀ ଜେନା କହିଛନନ୍ତି ।
ମିଳିମିଳା ଏବଂ ରୁବେଲା ଦୁଇଟି ଭାଇରସ୍ ଜନିତ ରୋଗ । ୧୫ ବର୍ଷରୁ କମ୍ ବୟସର ପିଲାମାନଙ୍କ କ୍ଷେତ୍ରରେ ଏହାର ସଂକ୍ରମଣ ଅଧିକ ସମ୍ଭାବନା ଏବଂ ମୃତ୍ୟୁ ମୁଖରେ ମଧ୍ୟ ପଡନ୍ତି । ଗର୍ଭଧାରଣର ପ୍ରଥମ ଅବସ୍ଥାରେ ରୁବେଲା ସଂକ୍ରମଣ ହେଲେ ସ୍ୱେଚ୍ଛାପ୍ରବୃତ ଗର୍ଭପାତ , ମୃତଶିଶୁ ଜନ୍ମ ହେବା , ଚକ୍ଷୁ ରୋଗ , ଶ୍ରବଣ ତୃଟି , ମାନସିକ ଅନଗ୍ରସରତା ଆଦି ଦେଖା ଦେଇଥାଏ ।
ଏହି ଅଭିଯାନର ପ୍ରଥମ ଦୁଇ ସପ୍ତାହ ସରକାରୀ ଓ ବେସରକାରୀ ବିଦ୍ୟାଳୟମାନଙ୍କରେ ପିଲାଙ୍କୁ ଟୀକାରଣ କରାଯିବ । ତାପର ଦୁଇ ସପ୍ତାହ ଗୋÂୀଭିତିକ ସ୍ତରରେ ପିଲାମାନଙ୍କୁ ଟୀକାକରଣ କରାଯିବ । ଶେଷ ସପ୍ତାହରେ ଗୋÂୀସ୍ତରରୁ ଆରମ୍ଭ କରି ବିଦ୍ୟାଳୟମାନଙ୍କରେ , ଯେଉଁ ସବୁ ଯାଗାରେ ସମ୍ପୂର୍ଣ୍ଣ ଟୀକାକରଣ ହୋଇ ନଥି , ସେହି ସବୁ ଯାଗାରେ ଟୀକାକରଣ କରାଯିବ ।
ଏହି ଅଭିଯାନର ସଫଳତା ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ , ମହିଳା ଓ ଶିଶୁ ବିକାଶ ବିଭାଗ , ଗୁହ ଓ ନଗର ଉନ୍ନୟନ ବିଭାଗ , ଏସ୍.ସି ଓ ଏସ୍.ଟି ବିଭାଗ ଏବଂ ପଂଚାୟତିରାଜ ବିଭାଗର ସହେଯାଗରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ଏହା କରାଯାଉଛି । ସେହିପରି ସ୍ୱାସ୍ଥ୍ୟ ବିଭାଗର ଉନ୍ନୟନ ଭାଗୀଦାର ୟୁନିସେଫ , ବିଶ୍ୱସ୍ୱାସ୍ଥ୍ୟ ସଂଗଠନ , ୟୁ.ଏନ୍.ଡି.ପି.ଏ , ଏବଂ ଆଇ.ଏମ୍.ଏ , ଆଇ.ଏ.ପି ଏବଂ ଲାୟନସ୍ ଇନ୍ଟରନେସନାଲ ଭଳି ପେଶାଦାର ସଂଗଠନ ମାନେ ମଧ୍ୟ ଏହି ଅଭିଯାନରେ ସାମିଲ ହୋଇଛନ୍ତି । ରାଜ୍ୟ ବ୍ୟାପି ସଚେତନତା କାର୍ଯ୍ୟକ୍ରମକୁ ବ୍ୟାପକ କରାଯାଇଥିବା ବେଳେ ରାଜ୍ୟ ସରକାର ସଚେତନତା କାର୍ଯ୍ୟକ୍ରମ ନିମନ୍ତେ ଅତିରିକ୍ତ ୫ କୋଟି ଟଙ୍କା ସମ୍ପୂର୍ଣ୍ଣା ଯୋଜନାରୁ ମଞ୍ଜୁର କରିଛନ୍ତି ।
ଏହି କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ କମିଶନର ତଥା ଶାସନ ସଚିବ ଡାଃ ପ୍ରମୋଦ କୁମାର ମେହେର୍ଦ୍ଧା , ଜାତୀୟ ସ୍ୱାସ୍ଥ୍ୟ ମିଶନ ନିଦେ୍ର୍ଧଶିକା ଶାଳିନୀ ପଣ୍ଡିତଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ପଦାଧିକାରୀମାନେ ଉପସ୍ଥିତ ଥିଲେ ।

Share in top social networks!
Powered By Indic IME