ମାସିକ ସମ୍ବାଦଭିତ୍ତିକ ପତ୍ରିକା ‘ଜ୍ୟୋତିଶ୍ରୀ’ର ବିଶେଷ ସଂଖ୍ୟା ‘ମରଣ ମୁହଁରେ ମହାନଦୀ’ ଉନ୍ମୋଚିତ

releaseମାସିକ ସମ୍ବାଦଭିତ୍ତିକ ପତ୍ରିକା ଜ୍ୟୋତିଶ୍ରୀର ବିଶେଷ ସଂଖ୍ୟା ‘ମରଣ ମୁହଁରେ ମହାନଦୀ’ ସ୍ଥାନୀୟ ରେଡକ୍ରସ୍ ଭବନରେ ଉନ୍ମୋଚିତ ହୋଇଯାଇଛି । ଉକ୍ତ ଉତ୍ସବରେ ମୁଖ୍ୟବକ୍ତା ଭାବେ ଯୋଗ ଦେଇ ପୂର୍ବତନ ଅର୍ଥମନ୍ତ୍ରୀ ପଂଚାନନ କାନୁନଗୋ ପୋସ୍କୋକୁ ବନ୍ଦ କରିବା ପାଇଁ ଯଦି ଆନେ୍ଦାଳନ ହେଲା, ତେବେ ମହାନଦୀ ପାଇଁ ଆନେ୍ଦାଳନ କାହିଁକି ନୁହେଁ ବୋଲି ପ୍ରଶ୍ନ ଉଠାଇଛନ୍ତି । ଛତିଶଗଡର ଉପରମୁଣ୍ଡରେ ୧୦୦ ବ୍ୟାରେଜ୍ ହେଲେ ମଧ୍ୟ ଓଡିଶା ଉପରେ କୌଣସି ପ୍ରଭାବ ପଡିବନାହିଁ ବୋଲି ପୂର୍ବରୁ ଓଡିଶା ସରକାର କହିଥିବା ମନେପକାଇ ଦେଇ ସେ ରାଜ୍ୟ ସରକାରର ଅବହେଳାକୁ ସମାଲୋଚନା କରିବା ସହ ଏବେ ଦଳମତ ନିର୍ବିଶେଷରେ ମହାନଦୀ ପାଇଁ ସମସ୍ତଙ୍କ ଲୁହ ବହୁ ବୋଲି ସେ ଆହ୍ୱାନ ଦେଇଥିଲେ ।
ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପୂର୍ବତନ ବାଚସ୍ପତି ଶରତ କର ମହାନଦୀର ଭବିଷ୍ୟତକୁ ନେଇ ଚିନ୍ତା ବ୍ୟକ୍ତ କରିବା ସହ ସରସ୍ୱତୀ ନଦୀ ଭଳି ମହାନଦୀ ମଧ୍ୟ ପୋତି ହୋଇପଡିବ ଏବଂ ମହାନଦୀର ସୁରକ୍ଷା ପାଇଁ ଆହ୍ୱାନ ଦେଇଥିଲେ ।
ସମ୍ମାନୀତ ଅତିଥି ଭାବେ ପୂର୍ବତନ ରାଜ୍ୟ ସଭା ସାଂସଦ ବୈଷ୍ଣବ ପରିଡା ମହାନଦୀ ପାଇଁ ବିଧାନସଭା ଭିତରେ ଏବଂ ବାହାରେ ସଂଗ୍ରାମ ଲୋଡା ଏବଂ ଏହା ଆମ ସମସ୍ତଙ୍କ ଦାୟିତ୍ୱ ବୋଲି କହିବା ସହ ମହାନଦୀର ମୃତୁ୍ୟ ହେଲେ ଉଜ୍ଜ୍ୱଳ ଭବିଷ୍ୟତର ଓଡିଶାର ସ୍ଥିତି କଣ ହେବ ବୋଲି ଆଶଙ୍କା ବ୍ୟକ୍ତ କରିଥିଲେ ।
ଅନ୍ୟତମ ସମ୍ମାନୀତ ଅତିଥି ଭାବେ ବିଜେପି ବିଧାୟକ ପ୍ରଦୀପ ପୁରୋହିତ ଯୋଗ ଦେଇ ଛତିଶଗଡ ଦ୍ୱାରା ମହାନଦୀ ଉପରମୁଣ୍ଡରେ ବ୍ୟାରେଜ୍ ନିର୍ମାଣ ୯୫% ସରିବା ପରେ ବିଳମ୍ବରେ ଓଡିଶା ସରକାରଙ୍କ ପ୍ରତିକ୍ରିୟାକୁ ନେଇ ପ୍ରଶ୍ନ ଉଠାଇବା ସହ ୨୦୧୦/୨୦୧୧ ମସିହାରୁ ମହାନଦୀ ବଂଚାଓ ଆନେ୍ଦାଳନ ଆରମ୍ଭ ହୋଇଥିଲେ ମଧ୍ୟ ସେ ସମୟରେ ୧୦୦ ବ୍ୟାରେଜ୍ ଛତିଶଗଡ କଲେ ମଧ୍ୟ ଓଡିଶାର ଅସୁବିଧା ହେବନି ବୋଲି ଓଡିଶା ସରକାର କହିଥିବା ପ୍ରକାଶ କରିଥିଲେ । ଏଥିରୁ ମହାନଦୀ ପାଇଁ ସରକାର କେତେ ଚିନ୍ତିତ, ସେନେଇ ସେ ସନେ୍ଦହ ପ୍ରକଟ କରିଥିଲେ ।
ଅନ୍ୟତମ ଅତିଥି ଭାବେ ପୂର୍ବତନ ସାଂସଦ ବିଭୂ ପ୍ରସାଦ ତରାଇ ଆଗାମୀ ଦିନରେ ମହାନଦୀ ଓ ଏହାର ଶାଖା ନଦୀ ଉପରେ ମାଛ ଧରି ପରିବାର ପ୍ରତିପୋଷଣ କରୁଥିବା ଲୋକଙ୍କ ଜୀବନଜୀବିକା କିଭଳି ବିପର୍ଯ୍ୟସ୍ତ ହେବ, ସେନେଇ ଚିନ୍ତା ବ୍ୟକ୍ତ କରିଥିଲେ ।
ଜ୍ୟୋତିଶ୍ରୀ ବିଶେଷ ସଂଖ୍ୟା ‘ମରଣ ମୁହଁରେ ମହାନଦୀ’ ଉନ୍ମୋଚନ ସହ ଯୁବ ଉଦ୍ୟୋଗୀ ମାନସ ବୈରିଶଲ୍ୟ, ସମାଜସେବୀ ତଥା ମହିଳା ଉଦ୍ୟୋଗୀ ସ୍ମୃତିସୁଧା ନାୟକ, ନର୍ଲା ବ୍ଲକ୍ ଅଧ୍ୟକ୍ଷା ମନୋରମା ମହାନ୍ତି, ଜାତୀୟ ସୁରକ୍ଷା ସଚେତନତା ପାଇଁ କାର୍ଯ୍ୟରତ ସଂଘମିତ୍ରା ରାଜଗୁରୁ ଏବଂ ରାଜ୍ୟର ପ୍ରଥମ ଦୃଷ୍ଟିବାଧିତ ଓଡିଶା ପ୍ରଶାସନିକ ସେବା ଅଧିକାରୀ ସନ୍ୟାସ ବେହେରାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।
ଜ୍ୟୋତିଶ୍ରୀ ସଂପାଦିକା ଶୁଭଶ୍ରୀ ପାଣିଗ୍ରାହୀ ପତ୍ରିକାର ଆଭିମୁଖ୍ୟ ନେଇ ଅଭିଭାଷଣ ରଖିଥବା ବେଳେ ବରିÂ ସାମ୍ବାଦିକ ବାସୁଦେବ ମହାପାତ୍ର ଏହି ଉନ୍ମୋଚନ ଉତ୍ସବରେ ଅଧ୍ୟକ୍ଷତା କରିଥଲେ ।

Share in top social networks!
Powered By Indic IME