ଟ୍ରାଫିକ୍‍ କର୍ମଚାରୀଙ୍କୁ ସ୍ୱାସ୍ଥ୍ୟସେବା ଦିଅ: ଜାତୀୟ ମାନବାଧିକାର ଆୟୋଗ

ଭୁବନେଶ୍ୱର: ଛୋଟ ସହରଠାରୁ ଆରମ୍ଭ କରି ମେଟ୍ରୋ ସହରରେ ଟ୍ରାଫିକ୍‍ ନିୟନ୍ତ୍ରଣ କରୁଥିବା ପୁଲିସ କର୍ମଚାରୀ ବାୟୁୁ ପ୍ରଦୂଷଣର ଶିକାର ହୋଇ ବିଭିନ୍ନ ରୋଗରେ ଆକ୍ରାନ୍ତ ହେଉଥିଲେ ମଧ୍ୟ ଏଥିପାଇଁ ସେମାନଙ୍କୁ କୌଣସି ସ୍ୱତନ୍ତ୍ର ଆର୍ଥିକ କିମ୍ବା ସ୍ୱାସ୍ଥ୍ୟସେବା ମିଳୁ ନ ଥିଲା । ଟ୍ରାଫିକ୍‍ କର୍ମଚାରୀଙ୍କ ସ୍ୱାସ୍ଥ୍ୟରକ୍ଷା ଲାଗି ପଦକ୍ଷେପ ନେବା ଏବଂ ସେମାନଙ୍କ ସ୍ୱାସ୍ଥ୍ୟ ପାଇଁ ଅଧିକାର କ୍ଷୁର୍ଣ୍ଣ ହେଉଥିବା ନେଇ ଜାତୀୟ ମାନବାଧିକାର ଆୟୋଗଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା । ଆୟୋଗ ଏହାକୁ ଗୁରତର ସହ ଗ୍ରହଣ କରି କେନ୍ଦ୍ର ଗୃହ ସଚିବ, ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ଏ ଦିଗରେ ପଦକ୍ଷେପ ନେବାକୁ ନିର୍ଦେଶ ଦେଇଛନ୍ତି । ଟ୍ରାଫିକ୍‍ କର୍ମଚାରୀମାନେ ଲୋକଙ୍କ ସୁରକ୍ଷା ପାଇଁ କାମ କରୁଥିଲା ବେଳେ ଗାଡିମୋଟର ଧୂଆଁରେ ଘଣ୍ଟା ଘଣ୍ଟା ଧରି ଛିଡା ହୋଇ ରହିବା ଫଳରେ ଶ୍ୱାସଜନିତ ସମେତ ବିଭିନ୍ନ ରୋଗରେ ଆକ୍ରାନ୍ତ ହେଉଛନ୍ତି । ମାତ୍ର ଏଥିପାଇଁ ସେମାନଙ୍କୁ କୌଣସି ସ୍ୱତନ୍ତ୍ର ଭତ୍ତା କିମ୍ବା ସ୍ୱାସ୍ଥ୍ୟସେବା ପ୍ରଦାନ କରାଯାଉ ନାହିଁ । କାର୍ଯ୍ୟରତ ଟ୍ରାଫିକ୍‍ କର୍ମଚାରୀଙ୍କ ଲାଗି କ’ଣ ବ୍ୟବସ୍ଥା କରାଯାଇଛି ସେ ସମ୍ପର୍କରେ ୮ସପ୍ତାହ ମଧ୍ୟରେ ଆୟୋଗଙ୍କୁ ରିପୋର୍ଟ ପ୍ରଦାନ କରିବାକୁ ନିର୍ଦେଶରେ ଉଲ୍ଲେଖ ରହିଛି । ନିର୍ଦ୍ଧାରିତ ସମୟ ମଧ୍ୟରେ ଜବାବ ଦାଖଲ ନ କଲେ ଆୟୋଗ କଠୋର ପଦକ୍ଷେପ ଗ୍ରହଣ କରିବେ ବୋଲି ନିର୍ଦେଶରେ ଉଲ୍ଲେଖ କରିଛନ୍ତି ।

Share in top social networks!
Powered By Indic IME