ଭୁବନେଶ୍ୱର ମହାନଗର ନିଗମ ଆଗତ କଲା ୪୩୦ କୋଟି ଟଙ୍କାର ଚିଠା ବଜେଟ୍

budget draft
ଭୁବନେଶ୍ୱର ମହାନଗର ନିଗମ ୨୦୧୮-୧୯ ପାଇଁ ଚିଠା ବଜେଟ୍ ଆଗତ କରିଛି । ୪୩୦ କୋଟିର ଏହି ବଜେଟ୍ରେ ରହିଛି ପଛୁଆ ୱାର୍ଡ ବିକାଶ ପାଇଁ ସ୍ୱତନ୍ତ୍ର ପ୍ୟାକେଜ୍ । ଏଥିରେ ୩୩୬ କୋଟି ୪୦ ଲକ୍ଷ ବ୍ୟୟ ବରାଦ ଲକ୍ଷ୍ୟ ରହିଥିବା ବେଳେ ୯୩ କୋଟି ୭୭ ଲକ୍ଷ ଟଙ୍କାର ବଳକା ରାଜସ୍ୱ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି । ସେହିପରି ଚିଠା ବଜେଟ୍ରେ ୩୬୪ କୋଟି ୩୧ ଲକ୍ଷ ଟଙ୍କା ବିଭନ୍ନ ସୂତ୍ରରୁ ଆୟ ହେବ ବୋଲି ଆକଳନ କରାଯାଇଛି ।
ନିଜସ୍ୱ ଆୟ ୧୩୭ କୋଟି ୩୦ ଲକ୍ଷ ଟଙ୍କା ହେବ ବୋଲି ବିଏମ୍ସି ଆକଳନ କରିଥିବା ବେଳେ ୨୨୯ କୋଟି ୬୧ ଲକ୍ଷ ଟଙ୍କାର ଅନୁଦାନ ପ୍ରାପ୍ତ ହେବାନେଇ ଆକଳନ ହୋଇଛି ।
ବଜେଟ୍ରେ ଏଥର ସହର ଉପକଣ୍ଠରେ ରହିଥିବା ୱାର୍ଡଗୁଡ଼ିକୁ ଅଧିକ ପାଣ୍ଠି ଯୋଗାଇଦେବାକୁ ସ୍ଥିର ହୋଇଛି । ଏଥିରେ ପାଣ୍ଡରା, ନଖରା, ହରିଦାଶପୁର, ସୁବୁଦ୍ଧିପୁର ଭଳି ଗ୍ରାମାଂଚଳ ତାଲିକାଭୁକ୍ତ ଅଛି ।
ରାଜଧାନୀର ସମସ୍ତ ଅଂଚଳ ଏବଂ ନୂତନ ଭାବରେ ମିଶିଥିବା ଗ୍ରାମାଂଚଳଗୁଡ଼ିକରେ ଏଲ୍ଇଡିଷ୍ଟ୍ରିଟ୍ ଲାଇଟ୍ ଲଗାଇବା ଯୋଜନାକୁ ଶତ ପ୍ରତିଶତ କରିବା ପାଇଁ ବ୍ୟବସ୍ଥା ହୋଇଛି । ଏଥିପାଇଁ ରହିଛି ୨୬ କୋଟି ୫୭ ଲକ୍ଷ ଟଙ୍କାର ସ୍ୱତନ୍ତ୍ର ବଜେଟ୍ ।
ବଜେଟ୍ରେ ପାର୍କ, ନୂତନ ଗୋÂୀ ଏବଂ ପବ୍ଲିକ୍ ଶୌଚାଳୟ, କଂସେଇ ଖାନା, କମୁ୍ୟନିଟି କେନ୍ଦ୍ର, ନୂତନ ରାସ୍ତା ଓ ଡ୍ରେନ୍ ନିର୍ମାଣ ପାଇଁ ବ୍ୟବସ୍ଥା ରହିଛି । ନୂତନ କଂକ୍ରିଟ୍ ରାସ୍ତା ପାଇଁ ୪୭ କୋଟି ୯୪ ଲକ୍ଷ ଟଙ୍କା ରହିଥିବା ବେଳେ ଡ୍ରେନ୍ ପାଇଁ ୩୦ କୋଟି ୮୬ ଲକ୍ଷ ଟଙ୍କାର ଖର୍ଚ୍ଚ ଅଟକଳ ହୋଇଛି ।
ବଜେଟ୍ରେ ସମସ୍ତ ଅଂଚଳର ବିକାଶ ତଥା ସମସ୍ତ ବର୍ଗର ବିକାଶକୁ ପ୍ରାଧାନ୍ୟ ଦିଆଯାଇଛି ବୋଲି ମେୟର ଅନନ୍ତ ନାରାୟଣ ଜେନା କହିଛନ୍ତି । ଚିଠା ବଜେଟରେ କର୍ପୋରେଟରମାନେ ସେମାନଙ୍କ ସୁଚିନ୍ତିତ ମତ ଦେବାପରେ ଚୁଡ଼ାନ୍ତ ବଜେଟ୍ ଆସନ୍ତା ଏକ ମାସ ମଧ୍ୟରେ ଆଗତ ହେବ ବୋଲି ଫାଇନାନ୍ସ ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ନିଜାମୁଦ୍ଧିନ୍ କହିଛନ୍ତି । ବଜେଟ୍ରେ ଗ୍ରାମାଂଚଳ ୱାର୍ଡ ଏବଂ ନୂତନ ଭାବରେ ସାମିଲ ହୋଇଥିବା ୱାର୍ଡ ଗୁଡ଼ିକର ବିକାଶ ପାଇଁ ସ୍ୱତନ୍ତ୍ର ଗୁୁରୁତ୍ୱ ଦିଆଯାଉଛି ବୋଲି କହିଛନ୍ତି କମିଶନର ଡ. କ୍ରିଷନ କୁମାର କହିଛନ୍ତି ।
ଆଜିର ବଜେଟ୍ ଅଧିବେଶନରେ ବିଧାୟକ ପ୍ରୀୟଦର୍ଶୀ ମିଶ୍ର, ମେୟର ଅନନ୍ତ ନାରାୟଣ ଜେନା, କମିଶନର ଡ. କ୍ରିଷନ କୁମାର, ଫାଇନାନସ୍ କମିଟି ଅଧ୍ୟକ୍ଷ ନିଜାମୁଦ୍ଧିନ, ଡେପୁଟି ମେୟର କେ. ଶାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।

Share in top social networks!
Powered By Indic IME