ଶାସକ ବିଜେଡିର କୁଶାସନରେ ରାଜ୍ୟର ଅଗଣିତ ମାଁ, ଭଉଣୀମାନେ ଅସୁରକ୍ଷିତ : ବିଜେପି

BJP Mahila Morcha (1) କୁନ୍ଦୁଲି ନାବାଳିକା ଦୁଷ୍କର୍ମ ପୀଡିତା ଜୁଇାଁ ନ ଲିଭୁଣୁ ସେହି ଭଳି ଏକ ଘଟଣା ପୁନଃର୍ବାର ରାଜ୍ୟବାସୀଙ୍କୁ ଲଜ୍ଜିତ କରିବା ସହ ଶାସକ ବିଜେଡିର କୁଶାସନରେ ରାଜ୍ୟର ଅଗଣିତ ମା’, ଭଉଣୀମାନେ ଅସୁରକ୍ଷିତ ବୋଲି ପ୍ରମାଣିତ ହେଇଛି ।
ନ୍ୟାୟ ନପାଇବା ସହ ପୋଲିସ ଓ ପ୍ରଶାସନର ବିଭିନ୍ନ ମାନସିକ ଯନ୍ତ୍ରଣାର ଶିକାର ହୋଇ ଗତ କାଲି ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ରତନପୁର ପଂଚାୟତ ଅନ୍ତର୍ଗତ ସୁଆଁପଡିଆ ଗ୍ରାମର ଧର୍ଷଣର ଶିକାର ଜଣେ ପୀଡିତା ଆତ୍ମହତ୍ୟା କରିଛି । ପୋଲିସ ଏବଂ ପ୍ରଶାସନର ଅବହେଳା କାରଣରୁ ଏହି ମୃତୁ୍ୟ ହୋଇଥିବା ଉପଲବ୍ଧ କରି ସ୍ଥାନୀୟ ଗ୍ରାମବାସୀ ଥାନା ସମ୍ମୁଖରେ ଧାରଣା ଦେଇଥିଲେ । ରାଜ୍ୟ ବିଜେପି ଉପ ସଭାପତି ଶ୍ରୀ ସମୀର ମହାନ୍ତିଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ସୁଆଁପଡିଆ ଗ୍ରାମକୁ ଯାଇ ସ୍ଥିତି ଅନୁଧ୍ୟାନ କରିବା ସହ ମୃତ ପୀଡିତାର ପରିବାର ସଦସ୍ୟଙ୍କ ସହ ଘଟଣା ସଂପର୍କରେ ଆଲୋଚନା କରିଥିଲେ ।
ଗତ ୨ ତାରିଖ ଦିନ ଘଟିଥିବା ଏକ ଧର୍ଷଣ ମାମଲାରେ ଶିକାର ହୋଇଥିବା ପୀଡିତା ଜଣକ ପରିବାର ସଦସ୍ୟଙ୍କ ସହ ଥାନାକୁ ଯାଇ ଘଟଣା ସଂପର୍କରେ ଅଭିଯୋଗ କରିଥିଲେ । ମାତ୍ର ଅଭିଯୁକ୍ତ ଜଣକ ଶାସକ ଦଳର କାର୍ଯ୍ୟକର୍ତା ହୋଇଥିବା କାରଣରୁ ତଦନ୍ତକାରୀ ପୋଲିସ ଅଧିକାରୀଜଣକ ଟାଳଟୁଳ ନୀତି ପନ୍ଥା ଆପଣାଇ ମାମଲାକୁ ଯେଣତେଣ ଭାବେ ରଫାଦଫା କରିବାର ଉଦ୍ୟମ କରିଥିଲେ । ତଦନ୍ତ ଆଳରେ ପୀଡିତାକୁ ବିଭିନ୍ନ ପ୍ରକାରର ପ୍ରଶ୍ନ କରି ତଦନ୍ତକାରୀ ପୋଲିସ ଅଧିକାରୀଜଣକ ପୀଡିତାକୁ ମାନସିକ ଯନ୍ତ୍ରଣା ଦେବା ଆରମ୍ଭ କରିଦେଇଥିଲେ । ଯନ୍ତ୍ରଣା ସହି ନପାରି ପୀଡିତାଜଣକ ପରିଶେଷରେ ଗତ କାଲି ଆତ୍ମହତ୍ୟା କରିଥିବାର ଗ୍ରାମବାସୀ ଓ ପୀଡିତାର ପରିବାର ସଦସ୍ୟମାନେ ବିଜେପି ପ୍ରତିନିଧି ଦଳକୁ କହିଥିଲେ ।
ଏହା ପରେ ପ୍ରତିନିଧି ଦଳ ସ୍ଥାନୀୟ ପୋଲିସ ଥାନାକୁ ଯାଇ ସେଠାରେ ଉପସ୍ଥିତ ଥିବା ଜିଲ୍ଲା ଏସପିଙ୍କ ସହ ଆଲୋଚନା କରିଥିଲେ । ଧର୍ଷଣ ଭଳି ଏକ ସ୍ପର୍ଶକତା ଘଟଣାକୁ ଚାପି ଦେବା ଅଭିଯୋଗରେ ତୁରନ୍ତ ସଂପୃକ୍ତ ଥାନାଧିକାରୀଙ୍କୁ ଚାକିରୀରୁ ବହିଷ୍କାର ପାଇଁ ବିଜେପି ପ୍ରତିନିଧି ଦଳ ଦାବୀ କରିବା ସହ ଘଟଣାରେ ସଂପୃକ୍ତ ଅଭିଯୁକ୍ତକୁ ତୁରନ୍ତ ଗିରଫ କରି ଆଇନ ଅନୁଯାୟୀ ଦଣ୍ଡ ପ୍ରଦାନ କରିବାକୁ ଏହି ପ୍ରତିନିଧି ଦଳ ଦାବୀ କରିଛି ।
ଏହି ପ୍ରତିନିଧି ଦଳରେ ରାଜ୍ୟ ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ, ରାଜ୍ୟ ମୁଖପାତ୍ର ଓ ବରିÂ ଓକିଲ ପିତାମ୍ବର ଆଚାର୍ଯ୍ୟ, ରାଜ୍ୟ ସଂପାଦକ କାଳନ୍ଦୀ ସାମଲ, ଡ.ଲେଖାଶ୍ରୀ ସାମନ୍ତସିଂହାର, ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ପ୍ରଭାତୀ ପରିଡା ପ୍ରମୁଖ ସାମିଲ ଥିଲେ ।

Share in top social networks!
Powered By Indic IME