ଜୁଏଲ୍‍ ନିଜର ଗୁରୁତ୍ୱ ମାପନ୍ତୁ, ପରେ ମନ୍ତବ୍ୟ ଦେବେ: ବିଜୟ ନାୟକ

ବିଜେପି ନେତା ତଥା କେନ୍ଦ୍ରମନ୍ତ୍ରୀ ଜୁଏଲ୍‍ ଓରାମ୍‍ ଅନ୍ୟ ଦଳର ଆଭ୍ୟନ୍ତରୀଣ ଗଣତନ୍ତ୍ର ନେଇ ଯେଉଁ ପ୍ରଶ୍ନ ଉଠାଇଛନ୍ତି, ତାହା ସଂପୂର୍ଣ୍ଣ ଭ୍ରମାତ୍ମକ ଓ ଉଦେ୍ଧଶ୍ୟ ପ୍ରଣୋଦିତ । ସମସ୍ତେ ଜାଣନ୍ତି ନିଜ ଦଳର ଆଭ୍ୟନ୍ତରୀଣ ବ୍ୟାପାରରେ ତାଙ୍କୁ ଗୁରୁତ୍ୱ ଦିଆଯାଏ ନାହିଁ । ନିଜ ଦଳରେ କ’ଣ ହେଉଛି, ତାଙ୍କୁ ଜଣାନାହିଁ । ଓଡ଼ିଆରେ ଯାହା କୁହନ୍ତି, ‘ଗୋଦରୀଲୋ ନିଜ ଗୋଡ଼କୁ ଅନା’ ନ୍ୟାୟରେ ସେ ନିଜ ଦଳ ସଂପର୍କରେ ଗଭୀର ଚିନ୍ତା କଲେ ହୁଏତ ବହୁତ କଥା ଜାଣିପାରିବେ । ସେହିପରି କେନ୍ଦ୍ର ସରକାରରେ ଆଦିବାସୀ ବ୍ୟାପାର ମନ୍ତ୍ରୀ ହୋଇଥିଲେ ମଧ୍ୟ ଭାରତ କଥା ଛାଡନ୍ତୁ, ଓଡ଼ିଶାର ଆଦିବାସୀଙ୍କ ବିକାଶ ସଂପର୍କରେ ତାଙ୍କର କୌଣସି ନୀତି ଓ ନିଷ୍ପତ୍ତି ନାହିଁ ।

ନହେଲେ ପୋଲାଭରମ୍‍ ପ୍ରକଳ୍ପରେ କୌଣସି ଆଦିବାସୀ ଗାଁ ବୁଡ଼ିବ ନାହିଁ ବୋଲି ତାଙ୍କ ବିଭାଗର ଜଣେ ଅଫିସରଙ୍କ ଲେଖାକୁ ସଂସଦରେ ପଢ଼ି ଲୋକହସା ହୋଇନଥାନ୍ତେ । ସେହି ଜୁଏଲ୍‍ ଆଗରୁ କହୁଥିଲେ ଯେ ପୋଲାଭରମ୍‍ ପ୍ରକଳ୍ପରେ ବହୁ ଆଦିବାସୀ ଗାଁ ବୁଡ଼ିଯିବ । ସେଥିପାଇଁ ସେ ରାଜ୍ୟ ସରକାରଙ୍କୁ ଦୋଷାରୋପ କରୁଥିଲେ ଏବଂ ସେ ନିଜେ କେଉଁ ମୁହଁରେ ନିଜ ମତର ବିରୁଦ୍ଧାଚରଣ କଲେ, ତାହା ତାଙ୍କୁ ଜଣା । ଏଥିରୁ ତାଙ୍କ ସରକାର କିଭଳି ଚାଲିଛି, ତାହା ସହଜରେ ଅନୁମେୟ । ଓଡ଼ିଶାରେ ବିଜେପିର
କୌଣସି ସର୍ବମାନ୍ୟ ନେତା ନାହାନ୍ତି । ନେତା ହେବା ପାଇଁ ବିଜେପିର ସମସ୍ତେ ପାଗ ଭିଡ଼ିଛନ୍ତି ।

ସେଥିପାଇଁ ଦଳରଆଭ୍ୟନ୍ତ ରୀଣ କନ୍ଦଳ ଦାଣ୍ଡରେ ପଡି ହାଟରେ ଗଡୁଛି । ଏଭଳି ସ୍ଥିତିରେ ଜୁଏଲ୍‍ ଓରାମ ବିଜେଡି ଭଳି ଦୃଢ଼ ଓ ସଶକ୍ତ ଦଳ ବିପକ୍ଷରେ ମତ ଦେଇ ନିଜକୁ ନୁ୍ୟନ କରାଇବା ସହିତ ସାଧାରଣରେ ଲୋକହସା ହେଉଛନ୍ତି । ବିଜେଡିରୁ ତଡ଼ାଖାଇଥିବା ନେତାଙ୍କୁ ନେଇ ବିଜେପି ତା’ର ଶକ୍ତି ବୃଦ୍ଧି କରିବା ପାଇଁ ଯେଉଁ ଚେଷ୍ଟା ଚଳାଇଛି ତାହା କଦାପି ସଫଳ ହେବନାହିଁ । ସାଧାରଣରେ ନିନ୍ଦିତ, ଭର୍ତ୍ସିତ ଓ ପ୍ରତ୍ୟାଖ୍ୟାତ ନେତାଙ୍କୁ ନେଇ କୌଣସି ଦଳ ଆଗକୁ ଯାଏନାହିଁ ବୋଲି ଶ୍ରୀ ଓରାମ ମନେ
ରଖିବା ଉଚିତ୍‍ । ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ଆୟୁଧ କରି ବିଜେଡିରେ ବିଶୃଙ୍ଖଳା ସୃଷ୍ଟି କରିବା ପାଇଁ ବିଜେପି ଷଡ଼ଯନ୍ତ୍ର କରୁଥିଲା, ଯାହା ଏବେ ବିଜେପି ନେତାଙ୍କ ବୟାନବାଜିରୁ ସ୍ପଷ୍ଟ ହୋଇଛି । ବିଜେପି ଏଥିପାଇଁ ‘ଔଷଧ ବିକଳରେ ତାଟିଆ କାମୁଡ଼ିଲା’ ଭଳି ଆଚରଣ କରି ନିଜର ଅସଲ ସ୍ୱରୂପ ପଦାରେ ପକାଉଛି ବୋଲି ବିଜୁ ଜନତା ଦଳ ରାଜ୍ୟ ସଂପାଦକ ବିଜୟ ନାୟକ କହିଛନ୍ତି ।

Share in top social networks!
Powered By Indic IME