କଂଗ୍ରେସର ଓଡ଼ିଶା ବନ୍ଦ ସଫଳ ; ଜନସାଧାରଣଙ୍କୁ କୃତଜ୍ଞତା ଜଣାଇଲେ ପ୍ରଦେଶ କଂଗ୍ରେସ କମିଟିର ସଭାପତି ପ୍ରସାଦ ହରିଚନ୍ଦନ

IMG_9941-768x505

କୋରାପୁଟ ଜିଲାର କୁନ୍ଦୁଲି ଗଣଦୁଷ୍କର୍ମ ପୀଡ଼ିତାଙ୍କ ଆତ୍ମହତ୍ୟା ପାଇଁ ରାଜ୍ୟସରକାରଙ୍କୁ ସଂପୂର୍ଣ୍ଣରୂପେ ଦାୟୀକରି ଓଡ଼ିଶା ପ୍ରଦେଶ କଂଗେସ କମିଟି ପକ୍ଷରୁ ଆଜି ଯେଉଁ ୧୨ଘଣ୍ଟିଆ ଶାନ୍ତିପୂର୍ଣ୍ଣ ଓଡ଼ିଶା ବନ୍ଦ ଡାକରା ଦିଆଯାଇଥିଲା ତାହା ସଂପୂର୍ଣ୍ଣ ସଫଳ ହୋଇଥିବାରୁ ପ୍ରଦେଶ କଂଗ୍ରେସ କମିଟିର ସଭାପତି ଶ୍ରୀ ପ୍ରସାଦ ହରିଚନ୍ଦନ ରାଜ୍ୟର ଜନସାଧାରଣଙ୍କୁ କୃତଜ୍ଞତା ଜଣାଇଛନ୍ତି । ଗତ ଅକ୍ଟୋବର ମାସ ୧୦ତାରିଖରେ କୁନ୍ଦୁଲିର ନିରୀହ ଦଳିତ ଛାତ୍ରୀଙ୍କୁ କେନ୍ଦ୍ରୀୟ ସାମରିକ ବାହିନୀର •ରିଜଣ ଜବାନ ଗଣଦୁଷ୍କର୍ମ କରିଥିଲେ ମଧ୍ୟ ରାଜ୍ୟ ସରକାର ତାହାର ବିଧିବଧ ତଦନ୍ତକରି ଦୋଷୀଙ୍କୁ ଧରିବା ପରିବର୍ତ୍ତେ ଏହି ଘଟଣାଟିକୁ ଚପାଇ ଦେବାପାଇଁ ସରକାରୀ କଳକୌଶଳ ବ୍ୟବହାର କରିଥିଲେ । ଦୁଷ୍କର୍ମ ପୀଡ଼ିତା ଛାତ୍ରୀଜଣକ ନ୍ୟାୟ ପାଇବାରୁ ବଞ୍ଚôତ ହେବାପରେ ବେସାହାରା ହୋଇ ଶେଷରେ ଆତ୍ମହତ୍ୟା କଲେ ।

ଏହି ଘଟଣାରେ ରାଜ୍ୟର ବିଜେଡ଼ି ସରକାର ଓ କେନ୍ଦ୍ରର ବିଜେପି ସରକାର ଉଭୟ ଦାୟୀ । ସିଆରପିଏଫ ଜବାନମାନେ କେନ୍ଦ୍ରସରକାରଙ୍କ ଅଧିନରେ ଥିବାରୁ ଜାଣିଶୁଣି ସଂପୃକ୍ତ ଅଞ୍ଚଳର ଜବାନମାନଙ୍କ ଚିହ୍ନଟ ପ୍ୟାରେଡ଼ କରାଗଲା ନାହିଁ । ଦୁଷ୍କର୍ମ ପୀଡ଼ିତା ଛାତ୍ରୀ ସର୍ବସମ୍ମୁଖରେ ଦେଇଥିବା ବୟାନ ଅନୁଯାୟୀ ପୋଲିସ୍ କିମ୍ବା ପ୍ରଶାସନ କୌଣସି ଅନୁସନ୍ଧାନ କଲେ ନାହିଁ । ଫଳରେ ଦୋଷୀ ଚିହ୍ନଟ ହୋଇପାରିଲା ନାହିଁ ଏବଂ ମାମଲାର ତଦନ୍ତରୁ ପୀଡ଼ିତାକୁ ନ୍ୟାୟ ମିଳିଲାନାହିଁ । ଗୋଟିଏପଟେ ରାଜ୍ୟର ବିଜେଡ଼ି ସରକାରଙ୍କର ଏହି ତଦନ୍ତରେ ସଂପୃକ୍ତ ଡାକ୍ତର, କୋରାପୁଟର ଏସ୍.ପି ଓ ଡି.ଆଇ.ଜି ପ୍ରଥମରୁ ଦୁଷ୍କର୍ମ ହୋଇନାହିଁ ବୋଲି କହି•ଲିଲେ । ଏହି ଘଟଣାରେ ତଦନ୍ତ •ଲୁଥଲା ବେଳେ ମାନବିକ ଅଧିକାର ସେଲର ଅତିରିକ୍ତ ପୋଲିସ୍ ମହାନିଦେ୍ର୍ଧଶକ ମଧ୍ୟ ଗଣଦୁଷ୍କର୍ମ ହୋଇନାହିଁ ବୋଲି ତଦନ୍ତକୁ ପ୍ରଭାବିତ କରିଥିଲେ । ଅନ୍ୟପଟେ ବିଜେଡ଼ି-ବିଜେପି ଭାଇ ଭାଇ ହୋଇ କୁନ୍ଦୁଲିର ଦଳିତ ଛାତ୍ରୀ ପ୍ରତି ହୋଇଥିବା ଦୁଷ୍କର୍ମକୁ ରଫାଦଫା କରିବା ପାଇଁ ସବୁ ପ୍ରକାର ବ୍ୟବସ୍ଥା କଲେ । ଏହିପରି କ୍ରମାଗତ ମାନସିକ ନିର୍ଯ୍ୟାତନା ଓ ସାମାଜିକ କଳଙ୍କ ଯୋଗୁଁ ମି୍ରୟମାଣ ହୋଇ ପୀଡ଼ିତା ଶେଷରେ ଆତ୍ମହତ୍ୟା କଲେ ।

ଏଣୁ ଏହି ସ୍ପର୍ଷକାତର ଘଟଣାରେ ନିରପେକ୍ଷ ତଦନ୍ତ କରି ଦୋଷୀମାନଙ୍କୁ ଗିରଫ କରିବା ସହିତ ମାମଲାର ତଦନ୍ତ ଏବଂ ପୀଡ଼ିତାକୁ ନ୍ୟାୟ ଦେବାରେ ଅବହେଳା ପ୍ରଦର୍ଶନ କରିଥିବା ସଂପୃକ୍ତ ସରକାରୀ ପଦାଧିକାରୀମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁÂାନ ଗ୍ରହଣ କରିବା ଏବଂ ଓଡ଼ିଶାରେ କ୍ରମାଗତ ଭାବେ ମହିଳାମାନଙ୍କ ଉପରେ ହେଉଥିବା ଗଣଦୁଷ୍କର୍ମ ଓ ହତ୍ୟା ସମେତ କୁନ୍ଦୁଲି ଘଟଣାରେ ପୀଡ଼ିତାକୁ ନ୍ୟାୟ ଦେବାପାଇଁ ରାଜ୍ୟ ସରକାର ବିଫଳ ହୋଇଥିବାରୁ ଆଦର୍ଶ ବୋଲାଉଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଇସ୍ତଫା ଦାବିରେ କଂଗ୍ରେସ ଦଳର ଓଡ଼ିଶା ବନ୍ଦ ଡାକରାକୁ ଅକୁଣ୍ଠ ସମର୍ଥନ ଜଣାଇଥିବା ରାଜ୍ୟର ଛାତ୍ର, ଯୁବକ, ମହିଳା, ଶ୍ରମିକ, ଆଇନଜିବୀ, ବ୍ୟବସାୟୀ ଏବଂ ବସ ଓ ଟ୍ରକ ମାଲିକ ସଂଘ ସମେତ ସବୁବର୍ଗର ଜନସାଧାରଣଙ୍କୁ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ହରିଚନ୍ଦନ ଗଭୀର କୃତଜ୍ଞତା ଜଣାଇଛନ୍ତି ।
IMG_9906-1024x718

କଂଗ୍ରେସର ପଞ୍ଚାୟତ ସ୍ତରରୁ ପ୍ରାଦେଶିକ ପର୍ଯ୍ୟନ୍ତ କର୍ମୀ, କାର୍ଯ୍ୟକତ୍ତା ଓ ବରିÂ ନେତୃବୃନ୍ଦଙ୍କ ସମେତ ଛାତ୍ର କଂଗ୍ରେସ, ଯୁବ କଂଗ୍ରେସ, ମହିଳା କଂଗ୍ରେସ, ସେବାଦଳ ଓ ପିସିସିର କର୍ମକର୍ତ୍ତା ବନ୍ଧୁମାନଙ୍କୁ ସେମାନଙ୍କର ସକ୍ରୀୟ ସହଯୋଗ ପାଇଁ ଧନ୍ୟବାଦ ଦେଇଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ବିଧାୟକ ନବ ଦାସ, ପୂର୍ବତନ ସାଂସଦ ପ୍ରଦୀପ ମାଝୀ, ପ୍ରଦେଶ ମହିଳା କଂଗ୍ରେସର ସଭାନେତ୍ରୀ ସସ୍ମିତା ବେହେରା, ପ୍ରଦେଶ କଂଗ୍ରେସର ସାଧାରଣ ସଂପାଦକ ଶୁଭେନ୍ଦୁ ମହାନ୍ତି, ଯୁବ କଂଗ୍ରେସର ସଭାପତି ଶ୍ରୀ ଲୋକନାଥ ମହାରଥି, ପୂର୍ବତନ ବିଧାୟକ ଡ. ଲଲାଟେନ୍ଦୁ ମହାପାତ୍ର ଉପସ୍ଥିତ ଥିଲେ ।

Share in top social networks!
Powered By Indic IME