ବିଜେପିର ହରତାଳ ଡାକରା, ଜନ ହରତାଲରେ ପରିଣତ ହେଲା: ସମୀର ମହାନ୍ତି

 ସ୍ୱତପ୍ରଭୁତଃ ସମର୍ଥନ ପାଇଁ ରାଜ୍ୟବାସୀଙ୍କୁ ଧନ୍ୟବାଦ
 ପତାକାଧରା ବିଜେପିକର୍ମୀ ନୁହେଁ ଜନତାଙ୍କ ଭାଗିଦାରୀରେ ସଫଳ ହୋଇଛି ହରତାଳ
 ବନ୍ଦ ପ୍ରତି ରାଜ୍ୟବାସୀଙ୍କ ସ୍ୱତଃପୁର୍ତ ସମର୍ଥନ ନବୀନ ସରକାରଙ୍କ ବିରୋଧରେ ଥିବା କ୍ରୋଧକୁ ପରିପ୍ରକାଶ କରିଛି
 ଓଡ଼ିଶାରେ ମା କୁ ସମ୍ମାନ,ନବୀନଙ୍କ ସ୍ଲୋଗାନ ଏକ ଅନ୍ତସାର ଶୂନ୍ୟ ବକ୍ତବ୍ୟରେ ପରିଣତ ହୋଇଛି
 ରାଜ୍ୟ ସଭାପତି ଶ୍ରୀ ବସନ୍ତ ପଣ୍ଡାଙ୍କ ନେତୃତ୍ୱରେ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ଆସନ୍ତା କାଲି କୁନ୍ଦୁଲି ଯାଇ ମୃତ ପୀଡିତାଙ୍କ ପରିବାରବର୍ଗଙ୍କୁ ସାକ୍ଷାତ କରିବେ
P

କୁନ୍ଦୁଲି ଗଣଦୁଷ୍କର୍ମ ପୀଡ଼ିତାଙ୍କ ଆତ୍ମହତ୍ୟା ପରେ ରାଜ୍ୟ ସରକାରଙ୍କ ବିରୋଧରେ ରାଜ୍ୟବ୍ୟାପୀ ସୂର୍ଯେ୍ୟାଦୟରୁ ସୂର୍ଯ୍ୟାସ୍ତ ହରତାଳରେ ରାଜ୍ୟବାସୀଙ୍କ ସ୍ୱତଃପୁର୍ତ ସମର୍ଥନ ରାଜ୍ୟବାସିଙ୍କ ନବୀନ ସରକାରଙ୍କ ବିରୋଧରେ ଥିବା କ୍ରୋଧକୁ ପରିପ୍ରକାଶ କରିଛି ବୋଲି କହିଛନ୍ତି ବିଜେପି ରାଜ୍ୟଉପସଭାପତି ସମୀର ମହାନ୍ତି ।
ଏହା ସାଢେ ଚାରି କୋଟି ଓଡ଼ିଆ ଲୋକଙ୍କ ଖୋଲା ହୃଦୟର ସମର୍ଥନ ଯୋଗୁଁ ସମ୍ଭବ ହୋଇଛି । ରାଜ୍ୟବାସୀଙ୍କୁ ଏହି ସମର୍ଥନ ପାଇଁ ଧନ୍ୟବାଦ ଦେବା ସହ ଏହି ଆନେ୍ଦାଳନ ପତକାଧରା ବିଜେପି କର୍ମୀଙ୍କ କାମ ବୋଲି ବିଜେଡ଼ିର ବୟାନକୁ କଟୁ ସମାଲୋଚନା କରିଛନ୍ତି ଶ୍ରୀ ମହାନ୍ତି ।
ରାଜ୍ୟ ସରକାର ସ୍କୁଲ, କଲେଜ ବନ୍ଦ କରି ସରକାରୀ ଅନୁÂାନ ଗୁଡ଼ିକୁ ଖୋଲିବା ପାଇଁ ଜୋର୍ ଜବରଦସ୍ତ ଉଦ୍ୟମକୁ ରାଜ୍ୟର ସରକାରୀ କର୍ମଚାରୀମାନେ ପ୍ରତ୍ୟାଖାନ କରି ଅଫିସରେ ଉପସ୍ଥାନକୁ ନଗଣ୍ୟ କରିଦେଇଛନ୍ତି ।
ଦୋକାନ ବଜାର, ବେସରକାରୀ ଅନୁÂାନ ତଥା ରାଜରାସ୍ତାରେ ଗାଡ଼ି ମୋଟର ଠପ୍ ହୋଇଯାଇ ଓଡ଼ିଆ ଲୋକଙ୍କ ମନର ଦୁଃଖକୁ ସମ୍ପୂର୍ଣ୍ଣ ରୂପେ ପରିପ୍ରକାଶ କରିଛି । ରାଜ୍ୟର ଶାସକ ଦଳର ନେତାମାନେ ତୃଣମୂଳ ସ୍ତରର ବାସ୍ତବତାକୁ ନବୁଝି ବିଜେପିକୁ ଦୋଷାରୋପ କରି ଆତ୍ମ ସନ୍ତୋଷ ପାଇଲେ ଆମର କିଛି ଆପତି ନାହିଁ । ମାତ୍ର ଓଡ଼ିଶାରେ ମା କୁ ସମ୍ମାନ, ନବୀନଙ୍କ ସ୍ଲୋଗାନ ଏକ ଅନ୍ତସାର ଶୂନ୍ୟ ବକ୍ତବ୍ୟରେ ପରିଣତ ହୋଇଛି ବୋଲି ଶ୍ରୀ ମହାନ୍ତି ଅଭିଯୋଗ କରିଛନ୍ତି ।
ଆସନ୍ତା କାଲି ରାଜ୍ୟ ସଭାପତି ଶ୍ରୀ ବସନ୍ତ ପଣ୍ଡାଙ୍କ ନେତୃତ୍ୱରେ ବିଧାୟକ ରବି ନାଏକ ଓ ପ୍ରଦୀପ ପୁରୋହିତ, ପୂର୍ବତନ ସାଂସଦ ପର୍ଶୁରାମ ମାଝୀ ଓ ଜୟରାମ ପାଙ୍ଗୀ ଏବଂ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ରମେଶ ସାହୁ ପ୍ରମୁଖ କୁନ୍ଦୁଲି ଗସ୍ତ କରି ମୃତୁ୍ୟବରଣ କରିଥିବା ପୀଡିତାଙ୍କ ପରିବାରବର୍ଗଙ୍କୁ ସାକ୍ଷାତ କରିବେ ବୋଲି ଶ୍ରୀ ମହାନ୍ତି ସୁଚନା ଦେଇଛନ୍ତି ।
ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସଂପାଦକ କାଳନ୍ଦୀ ସାମଲ, ରାଜ୍ୟ ମୁଖପାତ୍ର ସଜ୍ଜନ ଶର୍ମା ଏବଂ ଦିଲୀପ ମହାନ୍ତି ଉପସ୍ଥିତ ଥିଲେ ।

Share in top social networks!
Powered By Indic IME