ବିଜେପି ମହିଳାମୋର୍ଚ୍ଚା ସାରା ରାଜ୍ୟରେ କରିବ କୋକେଇ ଶୋଭାଯାତ୍ରା: ପ୍ରଭାତି ପରିଡ଼ା

P3 କୁନ୍ଦୁଲି ଗଣଦୁଷ୍କର୍ମ ପୀଡ଼ିତାଙ୍କ ଆତ୍ମହତ୍ୟା ପ୍ରତିବାଦରେ ବିଜେପି ମହିଳାମୋର୍ଚ୍ଚା ସାରା ରାଜ୍ୟରେ ନବୀନ ସରକାରଙ୍କ କୋକେଇ ଶୋଭାଯାତ୍ରା ବାହାର କରିବ ବୋଲି ବିଜେପି ମହିଳାମୋର୍ଚ୍ଚା ରାଜ୍ୟସଭାନେତ୍ରୀ ପ୍ରଭାତି ପରିଡ଼ା ଏକ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଛନ୍ତି ।
ଶ୍ରୀମତୀ ପରିଡ଼ା କହିଛନ୍ତି ଇତିଶ୍ରୀ,ବେବିନା,ମାଧବୀଲତା ଓ ଏପରି ଅନେକ ମହିଳାଙ୍କ ଇଜ୍ଜତ ଓ ହତ୍ୟା ପଛରେ ନବୀନ ସରକାରଙ୍କ ଅପରାଧୀକ ଷଡ଼ଯନ୍ତ୍ର ରହିଛି ।
ଶ୍ରୀମତୀ ପରିଡ଼ା କହିଛନ୍ତି ଯେ, ନବୀନ ଶାସନରେ ରାଜ୍ୟରେ ମହିଳାଙ୍କ ବିରୋଧରେ ହିଂସା ବେଲଗାମ ହେଲାଣି । ଶାସକ ଦଳ ନେତା ମନ୍ତ୍ରୀଙ୍କ ପୃÂପୋଷକତାରେ ମହିଳାଙ୍କ ଇଜ୍ଜତ ଭୁଲୁଣ୍ଠିତ ହୋଇଛି ।
ଶ୍ରୀମତୀ ପରିଡ଼ା କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଲୋଭ ଦେଖାଇ ମୁଖ୍ୟମନ୍ତ୍ରୀଙ୍କ ଆପଣାର ବିଧାୟକ ପ୍ରଣବ ପ୍ରକାଶ ଦାଶଙ୍କ ଡ଼ାହାଣ ହାତ ଦଶରଥପୁର ଠାରେ ମହିଳାଙ୍କୁ ଧର୍ଷଣ ଉଦ୍ୟମ କରିବା ଏକ ଜଘନ୍ୟକାଣ୍ଡ । ଏତେ ବଡ଼ ଘଟଣା ଘଟିଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀ ରାଜ୍ୟର ଗୃହମନ୍ତ୍ରୀ ହୋଇଥିଲେ ମଧ୍ୟ ପାଟିରେ ପଟି ଭିଡ଼ି ବସିଛନ୍ତି ।
ନବୀନ ସରକାରଙ୍କ କୋକେଇ ଶୋଭାଯାତ୍ରା ମାଧ୍ୟମରେ ମହିଳା ମୋର୍ଚ୍ଚା ରାଜ୍ୟର ସବୁ ଜିଲ୍ଲା ପରିଷଦ କେନ୍ଦ୍ର ଓ ସହରାଂଚଳରେ ନବୀନ ସରକାରଙ୍କ କୋକେଇ କାନେ୍ଧଇ ଅଭିନବ ପ୍ରତିବାଦ କରିବ ବୋଲି ଶ୍ରୀମତୀ ପରିଡା ସୁଚନା ଦେଇଛନ୍ତି ।
୨୦୦୦ ମସିହା ପୂର୍ବରୁ କଂଗ୍ରେସକୁ ହଟାଇ ଅଣକଂଗ୍ରେସ ସରକାର ପ୍ରତିÂା ପୂର୍ବରୁ ଓଡ଼ିଆ ଲୋକମାନେ ମହିଳାଙ୍କୁ ବେଇଜ୍ଜତ ର ବଦଲା ନେଇଥିଲେ । ୨୦୦୦ ମସିହା ପରେ ଏବେ ରାଜ୍ୟରେ ୨୦୦୦ ମସିହା ପୂର୍ବର ସ୍ଥିତି ସୃଷ୍ଟି ହେଲାଣି । ଓଡ଼ିଆ ମହିଳା ଓ ଜନସାଧାରଣ ଏହାକୁ ବରଦାସ୍ତ କରିବେ ନାହିଁ ବୋଲି ଶ୍ରୀମତୀ ପରିଡ଼ା କହିଛନ୍ତି ।
ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ଉପ ସଭାପତି ସମୀର ମହାନ୍ତି, ରାଜ୍ୟ ସଂପାଦକ କାଳନ୍ଦୀ ସାମଲ, ରାଜ୍ୟ ମୁଖପାତ୍ର ସଜ୍ଜନ ଶର୍ମା ଏବଂ ଦିଲୀପ ମହାନ୍ତି ଉପସ୍ଥିତ ଥିଲେ ।

Share in top social networks!
Powered By Indic IME