କୁନ୍ଦୁଲି ଘଟଣା ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ଇସ୍ତଫା ଦିଅନ୍ତୁ

Candle March2
କୁନ୍ଦୁଲି ଗଣବଳାତ୍କାର ଏବଂ ଆତ୍ମହତ୍ୟା ମାମଲା ଓଡ଼ିଶାର ସଭ୍ୟସମାଜକୁ ଦୋହଲାଇ ଦେଇଛି । ଅତୀତରେ
ଅଞ୍ଜନା, ବେବିନା ଏବଂ ଇତିଶ୍ରୀ ଘଟଣା ଏ ପର୍ଯ୍ୟନ୍ତ ତାଜା ରହିଛି । ମାତ୍ର ଓଡ଼ିଶା ସରକାର ଏବଂ
ପୋଲିସ ପ୍ରଶାସନ ନିଜର ଦାୟିତ୍ୱରୁ ମୁକୁଳିଯାଉଛି । ଧର୍ଷଣ ଏବଂ ମହିଳାମାନଙ୍କୁ ଅତ୍ୟାଚାର ଘଟଣାରେ
ଓଡ଼ିଶା ସମଗ୍ର ଦେଶରେ ତୃତୀୟ ସ୍ଥାନ ଦଖଲ କରିଥ#ବା ସମୟରେ ଆମର ମୁଖ୍ୟମନ୍ତ୍ରୀ ପ୍ରାୟୋଜିତ
କାର୍ଯ୍ୟକ୍ରମ ମାଧ୍ୟମରେ ଶ୍ରେଷ୍ଠ ମୁଖ୍ୟମନ୍ତ୍ରୀର ପୁରସ୍କାର ପାଇଁ ମହାରାଷ୍ଟ୍ର ଭ୍ରମଣ କରୁଛନ୍ତି । ବଳାତ୍କାର
ଏବଂ ଧର୍ଷଣ ପାଇଁ କୁଖ୍ୟାତି ଅର୍ଜନ କରିଥ#ବା ବର୍ତ୍ତମାନର ବିଜେପି ଶାସିତ ହରିୟାନା ସରକାରଙ୍କୁ ମଧ୍ୟ
ନବୀନ ବାବୁ ପଛରେ ପକାଇସାରିଲେଣି । ଏହା ଓଡ଼ିଶାବାସୀଙ୍କ ପାଇଁ ଅତ୍ୟନ୍ତ ବିଡ଼ମ୍ବନାର ବିଷୟ ।
କଂଗ୍ରେସ ଅମଳର ଅରାଜକତା ପାଇଁ ଲୋକେ ନବୀନ ସରକାରକୁ ବାରମ୍ବାର ନିର୍ବାଚିତ କରିଛନ୍ତି । ମାତ୍ର
ଜନସାଧାରଣଙ୍କ ଭରସାକୁ ଧୂଳିସାତ୍ କରି ବିଜେଡି ସରକାର ଆଜି ମହିଳାମାନଙ୍କର ସୁରକ୍ଷା ପ୍ରସଙ୍ଗକୁ
ପଛକୁ ଠେଲିଦେଇଛି । ପ୍ରତ୍ୟେକ ଦିନ ପ୍ରାୟ ଛଅଟି ଧର୍ଷଣ ଏବଂ ବଳତ୍କାର ମାମଲା ସାମ୍ନାକୁ ଆସୁଥ#ବା
ବେଳେ ସରକାର ଏ ସମ୍ପର୍କରେ କୌଣସି ବଳିଷ୍ଠ ପ୍ରତିଶେଧକ ବ୍ୟବସ୍ଥା ଗ୍ରହଣ କରିନାହାନ୍ତି । ପୋଲିସ
ପ୍ରଶିକ୍ଷଣ, ମହିଳା ସଶକ୍ତିକରଣ ଏବଂ ଦୃଷ୍ଟାନ୍ତମୂଳକ ଦଣ୍ଡବିଧାନ ବ୍ୟବସ୍ଥା କରିବାରେ ସରକାର ବିଫଳ
ହୋଇଛନ୍ତି ।
ତେଣୁକରି ଆମ୍ ଆଦ୍ମୀ ପାର୍ଟି ଏହି ଅପାରଗ ମୁଖ୍ୟମନ୍ତ୍ରୀଙ୍କର ଇସ୍ତଫା ଦାବି କରିବା ସହିତ ଏପରି
ଘଟଣାର ପୁନରାବୃତ୍ତି ନଘଟିବା ପାଇଁ ସାରା ରାଜ୍ୟରେ ସ୍ୱତନ୍ତ୍ର ପଦକ୍ଷେପ ନେବା ପାଇଁ ଦାବି ରଖୁଛି ।
ଏତଦ୍ବ୍ୟତୀତ ସମସ୍ତ ପୀଡ଼ିତା ତଥା ସେମାନଙ୍କ ପରିବାରର ସୁରକ୍ଷା ପାଇଁ ବ୍ୟବସ୍ଥା କରିବା ପାଇଁ ଦାବି
କରୁଛି ।

Share in top social networks!
Powered By Indic IME