୨୫ରୁ ଆରମ୍ଭ ହେବ ଚାରିଦିନବ୍ୟାପୀ ଖଣ୍ଡଗିରି-ଉଦୟଗିରି ମହୋତ୍ସବ; ମୁଖ୍ୟମନ୍ତ୍ରୀ କରିବେ ଉଦ୍ଘାଟନ

ଚଳିତ ମାସ୨୫ରୁ ୨୮ ତାରିଖ ପର୍ଯ୍ୟନ୍ତ ଖଣ୍ଡିଗିରି-ଉଦୟଗିରି ମହୋତ୍ସବ ସ୍ଥାନୀୟ ବ୍ୟାଖ୍ୟାନ କେନ୍ଦ୍ରଠାରେ ଆୟୋଜିତ ହେବ । ୨୫ ତାରିଖ ସନ୍ଧ୍ୟାରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏହି ଉତ୍ସବ ଉଦ୍ଘାଟନ କରିବେ । ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ଓ ସଂସ୍କୃତି ବିଭାଗ, ଭୁବନେଶ୍ୱର ମହାନଗର ନିଗମ ଓ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷଙ୍କ ମିଳିତ ସହଯୋଗରେ ଏହା ଅନୁଷ୍ଠିତ ହେବ ବୋଲି ପର୍ଯ୍ୟଟନ, ଓଡ଼ିଆ ଭାଷା, ସାହିତ୍ୟ ଏବଂ ସଂସ୍କୃତି ମନ୍ତ୍ରୀ ଶ୍ରୀ ଅଶୋକଚନ୍ଦ୍ର ପଣ୍ଡା ପ୍ରକାଶ କରିଛନ୍ତି । “କଳିଙ୍ଗାଃ ସାହସିକା’ ମହାବାକ୍ୟର ପ୍ରମାଣ ସ୍ୱରୂପ ଓଡ଼ିଶାର ସାଂସ୍କୃତିକ ଐତିହ୍ୟକୁ ପରିଚିତ ଓ ପ୍ରସାରିତ କରିବା ପାଇଁ ଅଭିପ୍ରେତ ଏହି ଉତ୍ସବ ରାଜ୍ୟର ଅନ୍ୟତମ ପ୍ରଭାବଶାଳୀ ସାଂସ୍କୃତିକ ମହୋତ୍ସବ ଭାବରେ ପରିଗଣିତ ହେବ ବୋଲି ମନ୍ତ୍ରୀ ଶ୍ରୀ ପଣ୍ଡା ଆଶାପ୍ରକାଶ କରିଛନ୍ତି ।
ଆଜି ସନ୍ଧ୍ୟାରେ ସ୍ଥାନୀୟ ପାନ୍ଥନିବାସ କନ୍ଭେନ୍ସନ୍ ହଲ୍ରେ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ଉପସ୍ଥିତ ରହି ମନ୍ତ୍ରୀ ଶ୍ରୀ ପଣ୍ଡା ଖଣ୍ଡଗିରି-ଉଦୟଗିରି ମହୋତ୍ସବ ସଂପର୍କରେ ଅବଗତ କରାଇ କହିଛନ୍ତି ଯେ ପୂର୍ବରୁ ଆୟୋଜିତ ହେଉଥ#ବା ଖାରବେଳ ମହୋତ୍ସବ ପରିବର୍ତ୍ତେ ଏପରି ଉତ୍ସବ ଆୟୋଜନ କରାଯିବ । ମନ୍ତ୍ରୀ ଶ୍ରୀ ପଣ୍ଡା କହିଛନ୍ତି ଯେ ଖଣ୍ଡଗିରି- ଉଦୟଗରିରିର ଓଡ଼ିଶାର ଐତିହାସିକ ଗୌରବକୁ ବିଶ୍ୱାଦୃତ କରିଛି । ଓଡ଼ିଶା ଇତିହାସର ସର୍ବମାନ୍ୟ ପ୍ରଭାବଶାଳୀ ଓ ଲୋକହିତକାରୀ ସମ୍ରାଟ ଖାରବେଳଙ୍କ ରାଜତ୍ୱର ବିଶେଷ ଫଳଶùତିର ମୂକସାକ୍ଷୀ ଭାବରେ ଖଣ୍ଡଗିରି-ଉଦୟଗିରି ବିଦ୍ୟମାନ । ସେହି ଐତିହାସିକ ଗୌରବଗାଥାକୁ ପ୍ରସାରିତ କରିବା ସହ ଓଡ଼ିଶାର ଐତିହ୍ୟମଣ୍ଡିତ ସାଂସ୍କୃତିକ ବିଭବକୁ ବିଶ୍ୱବିଶ୍ରୁତ କରିବା ନିମନ୍ତେ ଏପରି ମହୋତ୍ସବର ଆୟୋଜନ କରାଯାଇଛି ବୋଲି ସେ କହିଛନ୍ତି । ଏପରି ଉତ୍ସବ ରାଜ୍ୟର ସାଂସ୍କୃତିକ ଓ ପର୍ଯ୍ୟଟନ ବିଭବକୁ ଅଧ#କ ବିମଣ୍ଡିତ କରିବ ବୋଲି ମନ୍ତ୍ରୀ ଶ୍ରୀ ପଣ୍ଡା ଦର୍ଶାଇଛନ୍ତି । ଉଦ୍ଘାଟନ ଉତ୍ସବରେ ସାଂସଦ ଡ. ପ୍ରସନ୍ନ ପାଟ୍ଟଶାଣୀଙ୍କ ସମେତ ବିଧାୟକ ଶ୍ରୀ ପି୍ରୟଦର୍ଶୀ ମିଶ୍ର, ଶ୍ରୀ ବିଜୟ କୁମାର ମହାନ୍ତି ଓ ମେୟର ଶ୍ରୀ ଅନନ୍ତ ନାରାୟଣ ଜେନା ମଧ୍ୟ ଉପସ୍ଥିତ ରହିବେ ।
ଚାରିଦିନ ବ୍ୟାପୀ ଅନୁଷ୍ଠିତ ହେବାକୁ ଥ#ବା ଏହି ସାଂସ୍କୃତିକ ମହୋତ୍ସବରେ ଖାଦ୍ୟମେଳା ସମେତ ହସ୍ତଶିଳ୍ପ ପ୍ରଦର୍ଶନୀ, ବାଲୁକା କଳା ଓ ସାଂସ୍କୃତିକ କାର୍ଯ୍ୟକ୍ରମମାନ ପରିବେଷଣ କରାଯିବ । ଖଦୀ ବୋର୍ଡ ପକ୍ଷରୁ ଏକ ପ୍ରଦର୍ଶନୀ ମଧ୍ୟ ଅନୁଷ୍ଠିତ ହେବା ଅନେକ ଅସ୍ଥାୟୀ ଦୋକାନବଜାର ମେଳାରେ ସାମିଲ ହେବେ । ସାଂସ୍କୃତିକ କାର୍ଯ୍ୟକ୍ରମରେ ପ୍ରସିଦ୍ଧ ନୃତ୍ୟଶିଳ୍ପୀ ପଦ୍ମଶ୍ରୀ ଡ. ଅରୁଣା ମହାନ୍ତିଙ୍କ ପରି ନୃତ୍ୟାଙ୍ଗନାମାନେ ସାମିଲ ହେବେ । ସ୍ୱନାମଧନ୍ୟ କ=ଶିଳ୍ପୀ ଅନନ୍ୟା ଶ୍ରୀ୍ରତମ ନନ୍ଦ, ସବ୍ୟସାଚୀ, ଅଭିଜିତ୍ ମଜୁମ୍ଦାର ସଂଗୀତ ପରିବେଷଣ କରିବୋ ପ୍ରସିଦ୍ଧ ପି୍ରନ୍ସ ଡ୍ୟାନ୍ସ ଗ୍ରୁପ୍ ମଧ୍ୟ କାର୍ଯ୍ୟକ୍ରମରେ ସାମିଲ ହେବା ଏହା ବ୍ୟତୀତ ବିଭିନ୍ନ ପାରମ୍ପରିକ ଓ ଆଧୁନିକ ନୃତ୍ୟସଂଗୀତର ଅଭିନବ ସମିଶ୍ରଣ ସଂପୃକ୍ତ ହେବା ସାମଗ୍ରିକ ଭାବରେ ଏହି ମହୋତ୍ସବ ହେବ ମନୋରଞ୍ଜନ, ପର୍ଯ୍ୟଟନ, ମୂଲ୍ୟାୟନ ଓ ଗବେଷଣାର ମହୋତ୍ସବ । ପାଇକ ନୃତ୍ୟ, ସାହି ନାଚ, ଗୋଟିପୁଅ ଓ ଅନ୍ୟାନ୍ୟ ପାରମ୍ପରିକ ନୃତ୍ୟରେ ସମନ୍ୱିତ ହେବ ଏହି ଉତ୍ସବ । ମୋଟାମୋଟି ଭାବରେ ଖଣ୍ଡଗିରି-ଉଦୟଗିରି ମହୋତ୍ସବ ହେବ ଓଡ଼ିଶାର ସାଂସ୍କୃତିକ ଜାଗରଣର ଅନନ୍ୟ ଆକର୍ଷଣ । ଏଠାରେ ଉଲ୍ଲେଖଯୋଗ୍ୟ ଯେ ପ୍ରଥମଥର ପାଇଁ ଖଣ୍ଡଗିରି-ଉଦୟଗିରି ମହୋତ୍ସବ ଆୟୋଜିତ ହେଉଛି ଏବଂ ଏହା ଓଡ଼ିଶାର କଳା-ସାଂସ୍କୃତିକ ଗୁରୁତ୍ୱକୁ ଅର୍ଥପୂର୍ଣ୍ଣ ଭାବରେ ଉପସ୍ଥାପିତ କରିବ । ପରବର୍ତ୍ତୀ ସମୟରେ ଏହାକୁ ପର୍ଯ୍ୟଟନ-ସଂସ୍କୃତି ବିଭାଗର ଏକ ବାର୍ଷିକ ନିର୍ଘଣ୍ଟ ଭାବରେ ଗ୍ରହଣ କରାଯିବ ବୋଲି ମନ୍ତ୍ରୀ ଶ୍ରୀ ପଣ୍ଡା କହିଛନ୍ତି ।
ଏହି ସାମ୍ବାଦିକ ସମ୍ମିଳନୀରେ ଭୁବନେଶ୍ୱର ମହାନଗର ନିଗମ ମେୟର ଶ୍ରୀ ଅନନ୍ତ ନାରାୟଣ ଜେନା, ପର୍ଯ୍ୟଟନ ବିଭାଗ ନିର୍ଦ୍ଦେଶକ ଶ୍ରୀ ନିତିନ ଭାନୁଦାସ ଜଓ୍ୱାଲେ ଓ ସଂସ୍କୃତି ବିଭାଗ ନିର୍ଦ୍ଦେଶକ ଶ୍ରୀ ବିଜୟ ନାୟକ ପ୍ରମୁଖ ଉପସ୍ଥିତ ଥ#ଲୋ

Share in top social networks!