ନ୍ୟାୟ ନପାଇ କୁନ୍ଦୁଲି ପୀଡ଼ିତାଙ୍କ ଆତ୍ମହତ୍ୟା ପ୍ରତିବାଦରେ ନବୀନ ନିବାସରେ ଧସେଇ ପଶିଲେ ମହିଳା କଂଗ୍ରେସ

କୋରାପୁଟ ଜିଲା କୁନ୍ଦୁଲିର ଗଣବଳାକôାର ପୀଡ଼ିତା ନବମ ଶ୍ରେଣୀ ଛାତ୍ରୀ ସୁସ୍ମିତା ଛତ୍ରି ଦୀର୍ଘଦିନ ଧରି ନବୀନ ସରକାରଙ୍କ ପୋଲିସ୍ ପ୍ରଶାସନ ଠାରୁ ନ୍ୟାୟ ନପାଇ ଶେଷରେ ଆତ୍ମହତ୍ୟା କରିବା ରାଜ୍ୟପାଇଁ ଏକ ଲଜ୍ଜାଜନକ ପରସ୍ଥିତି ସୃଷ୍ଟି କରିଥିଲାବେଳେ ଓଡ଼ିଶାରେ କ୍ରମାଗତ ଭାବେ ନାରୀ ଦୁଷ୍କର୍ମ ଓ ହତ୍ୟା ପ୍ରତିବାଦରେ ଓଡ଼ିଶା ପ୍ରଦେଶ ମହିଳା କଂଗ୍ରେସ କାର୍ଯ୍ୟକର୍ତ୍ତାମାନେ ଆଜି ମୁଖ୍ୟମନ୍ତ୍ରୀଙ୍କ ବାସଭବନକୁ ଧସେଇ ପଶିବାପାଇଁ ଉଦ୍ୟମ କରିଥିଲେ । ଆଜି ପୂର୍ବାହ୍ନ ୧୨ ଘଟିକା ସମୟରେ ପ୍ରଦେଶ ମହିଳା କଂଗ୍ରେସ ସଭାନେତ୍ରୀ ଇଂ ସସ୍ମିତା ବେହେରାଙ୍କ ନେତୃତ୍ୱରେ ଶତାଧିକ ମହିଳା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବାସଭବନକୁ ଯିବାବେଳେ ଅଧିକାଂଶ ମହିଳାଙ୍କୁ ବାଟରେ ପୋଲିସ୍ ଅଟକାଇ ଦେଇଥିଲା । କିନ୍ତୁ ମହିଳା ସଭାନେତ୍ରୀଙ୍କ ସମେତ ପ୍ରାୟ ୫୦ ଜଣ ମହିଳା କୌଶଳକ୍ରମେ ନବୀନ ନିବାସ ମୁଖ୍ୟ ଫାଟକ ନିକଟକୁ ପହଞ୍ଚô କଂଗ୍ରେସ ପତାକା ଓ ବ୍ୟାନର ଦେଖାଇ ରାଜ୍ୟରେ ମହିଳାଙ୍କ ଉପରେ ହେଉଥିବା ଅତ୍ୟା•ରର ପ୍ରତିବାଦ କରିଥିଲେ । ଏହି ଘଟଣାରେ ପୋଲିସ୍ ଇତସ୍ତତଃ ହୋଇ ଘଟଣାସ୍ଥଳରେ ପହଞ୍ଚôଲାବେଳକୁ ମହିଳା କଂଗ୍ରେସ ସଭାନେତ୍ରୀ ନାରୀ ଅତ୍ୟା•ରୀ ନବୀନ ସରକାରଙ୍କ ବିରୁଦ୍ଧରେ ସ୍ଲୋଗାନ ଦେଇ•ଲିଥିଲେ । ପ୍ରାୟ ଅଧଘଣ୍ଟା ଧରି ପୋଲିସ ସହ ଧସ୍ତାଧସ୍ତି ପରେ ୨୦ରୁ ଉର୍ଦ୍ଧ ମହିଳା କଂଗ୍ରେସ କର୍ମକର୍ତ୍ତାଙ୍କୁ ପୋଲିସ୍ ଗିରଫ କରିନେଇଥିଲେ । ମହିଳା କଂଗ୍ରେସର ଏହି ବିକ୍ଷୋଭରେ ପିସିସିର ଉପସଭାନେତ୍ରୀ ଶ୍ରୀମତୀ ସଂଧ୍ୟା ମହାପାତ୍ର, ସୁଚରିତା ମହାନ୍ତି, ଶ୍ରୀୟା ମହାନ୍ତି, ଜାନକୀ ମଲ୍ଲିକ, ଉର୍ବଶ୍ରୀ ମିଶ୍ର, ଆରତୀ ସ୍ୱାଇଁ, କନକଲତା ମଲ୍ଲିକ ଓ ବିଜୟନୀ ତିରିଆ ପ୍ରମୁଖ ଶତାଧିକ ମହିଳା କଂଗ୍ରେସ ନେତ୍ରୀ ଯୋଗ ଦେଇଥିଲେ ।

Share in top social networks!
Powered By Indic IME