କୁନ୍ଦୁଳି ପୀଡିତାଙ୍କୁ ନ୍ୟାୟ ନମିଳିବା ପ୍ରତିବାଦରେ ନବୀନ ନିବାସ ଘେରାଓ କଲା ବିଜେପ

IMG20180122190002[1]ମୁଖ୍ୟମନ୍ତ୍ରୀଙ୍କ ଅପାରଗତା ଓ ସ୍ଥାଣୁତାର ଶାସନ ବ୍ୟବସ୍ଥା ପାଇଁ ଆଜି କୁନ୍ଦୁଲି ପୀଡିତା ତାର ଜୀବନକୁ ବଳିଦାନ ଦେଇଛି । ଶାସକ ବିଜେଡି ପୋଲିସ ଓ ପ୍ରଶାସନ ଦ୍ୱାରା ପୀଡିତାଙ୍କୁ ଧମକାଇବା ସହ ଘଟଣାକୁ ଚାପି ଦେବା ପାଇଁ ଚେଷ୍ଟା କରିଥିଲେ । ମୁଖ୍ୟମନ୍ତ୍ରୀ ଏଭଳି ଏକ ସମ୍ବେଦନଶୀଳ ଘଟଣାରେ ଚୁପ ରହି ନିଜର ଯୋଗାଡ କରିଥିବା ଆଦର୍ଶ ପୁରସ୍କାରର ଉତ୍ସବ ମନଉଥିବା ସମୟରେ ଅନ୍ୟପଟେ ଗଣବଳାକ୍ରାରରେ ଶିକାର ହୋଇଥିବା କୁନ୍ଦୁଲି ପୀଡିତା ନିଜ ଜୀବନକୁ ବଳିଦାନ କରିବା ଘଟଣାକୁ ରାଜ୍ୟ ବିଜେପି ନିନ୍ଦା କରିଛି । ଏଭଳି ଘଟଣା ବିଜେଡି ସରକାରଙ୍କ ପ୍ରାୟୋଜିତ ହତ୍ୟା ବୋଲି ବିଜେପି କହିବା ସହ ଏହା କଣ ମୁଖ୍ୟମନ୍ତ୍ରୀଙ୍କ ଆଦର୍ଶର ପ୍ରମାଣପତ୍ର ବୋଲି ବିଜେପି ପ୍ରଶ୍ନ କରିଛି । ଏଥି ସହ କୁନ୍ଦୁଲି ପୀଡିତାଙ୍କୁ ଉଚିତ୍ ନ୍ୟାୟ ଦାବୀ କରି ରାଜ୍ୟ ବିଜେପିର ଏକ ପ୍ରତିନିଧି ଦଳ ରାଜ୍ୟ କାର୍ଯ୍ୟାଳୟରୁ ବାହାରି ନବୀନ ନିବାସ ଘେରାଓ କରିବା ସହ ମୁଖ୍ୟମନ୍ତ୍ରୀଙ୍କୁ ତାଙ୍କ ନୈତିକତାର ପ୍ରଶ୍ନ ପଚାରିବାକୁ ଯାଇଥିଲେ । ଏହି ସମୟରେ ପୋଲିସ ରାଜ୍ୟ ବିଜେପି ନେତୃବୃନ୍ଦଙ୍କୁ ପୂରୁଣା ଏୟାରପୋର୍ଟ ଛକ ନିକଟରେ ଅଟକାଇବା ସହ ଗିରଫ କରିଛି ।
ଏହି ବିଷୋଭ ସଭାରେ ବିଜେପି ଉପସଭାପତି ଶ୍ରୀ ସମୀର ମହାନ୍ତି, ପ୍ରବକ୍ତା ଗୋଲକ ମହାପାତ୍ର ଏବଂ ଦିଲ୍ଲୀପ ମହାନ୍ତି, ରଷ୍ଟ୍ରୀୟ ଯୁବମୋର୍ଚ୍ଚା ଉପସଭାପତି ଶ୍ରୀ ଠାକୁର ରଂଜିତ ଦାସ,ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀ ଜଗନ୍ନାଥ ପ୍ରଧାନ ଓ ଅମୀୟ ଦାସ, ଜିଲ୍ଲା ସଭାପତି ଶ୍ରୀ ହରେକୃଷ୍ଣ ଖୁଂଟିଆ, ରାଜ୍ୟ ଯୁବମୋର୍ଚ୍ଚାର ସାଧାରଣ ସମ୍ପାଦକ ଶ୍ରୀ ବିଶ୍ୱରଂଜନ ବଡଜେନା, ରାଜ୍ୟ ମହିଳା ମୋର୍ଚ୍ଚା ଉପସଭାପତି ପିଙ୍କି ପ୍ରଧାନ,ଭୁବନେଶ୍ୱର ଜିଲ୍ଲା ମହିଳାମୋର୍ଚ୍ଚା ସଭାନେତ୍ରୀ ମିନାକ୍ଷି ପ୍ରିୟଦର୍ଶିନୀ, ଯୁବମୋର୍ଚ୍ଚା ସଭାପତି ଅଭିଷେକ ଆଚାର୍ଯ୍ୟ ଓ ସଂଗ୍ରାମ ପାଇକରାୟ ସହ ଶତାଧିକ କାର୍ଯ୍ୟକର୍ତା ଗିରଫ ହୋଇଛନ୍ତି ।

Share in top social networks!
Powered By Indic IME