କୁନ୍ଦୁଲି ପୀଡ଼ିତାଙ୍କ ଆତ୍ମହତ୍ୟାକୁ ନେଇ ରାଜନୀତି କରିବା ହତାଶ ଓ ରୁଗ୍‍ଣ ମାନସିକତା

କୁନ୍ଦୁଲି ପୀଡ଼ିତା ଆଜି ଆତ୍ମହତ୍ୟା କରିବା ଏକ ଦୁଃଖଦାୟକ ଘଟଣା । ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରକାଶ କରିଛନ୍ତି । ଏହାକୁ ନେଇ ଉଭୟ ବିଜେପି ଓ କଂଗ୍ରେସ ରାଜନୀତି କରିବା ସର୍ବଦୌ ନିନ୍ଦନୀୟ । ଏହି ଘଟଣାର କ୍ରାଇମ୍‍ବ୍ରାଞ୍ଚ ତଦନ୍ତ ଓ ନ୍ୟାୟିକ ତଦନ୍ତ ସମାନ୍ତରାଳ ଭାବେ କରିବା ଲାଗି ମୁଖ୍ୟମନ୍ତ୍ରୀ ନିଦେ୍ର୍ଧଶ ଦେବା ପରେ ଏନେଇ ତଦନ୍ତ ଜାରି ରହିଛି । ଆଜି ଯେପରି ଭାବେ କୁନ୍ଦୁଲି ପୀଡ଼ିତାଙ୍କ ଆତ୍ମହତ୍ୟା ଜନିତ ମୃତୁ୍ୟର ମାତ୍ର ଅଳ୍ପ ସମୟ ପରେ ବିରୋଧୀ ଦଳ
ବିଜେପି ଓ କଂଗ୍ରେସ ପକ୍ଷରୁ ଏହାକୁ ନେଇ ପ୍ରତିକି୍ରୟା ପ୍ରକାଶ ପାଇଲା, ସେଥିରୁ ଜଣାପଡୁଥିଲା ଯେ ଉଭୟ ଦଳ ଏପରି ଏକ
ସୁଯୋଗ ପାଇଁ ଅପେକ୍ଷାରେ ଥିଲେ ।
ପୀଡ଼ିତାଙ୍କ ଆତ୍ମହତ୍ୟା ନେଇ କଂଗ୍ରେସ ସିବିଆଇ ତଦନ୍ତ ଦାବି କରିଛି । ଏହି ସମ୍ବେଦନଶୀଳ ଘଟଣାରୁ ରାଜ୍ୟରେ ଲୋକପ୍ରିୟତା
ହରାଇଥିବା କଂଗ୍ରେସ ରାଜନୈତିକ ଫାଇଦା ପାଇଁ ଏପରି ଉଦ୍ୟମ କରିନାହିଁ କି? ବିଜେପି ପକ୍ଷରୁ ରାଜ୍ୟରେ ୨ଦିନ ଆନେ୍ଦାଳନ
କରାଯିବାକୁ ଘୋଷଣା କରାଯାଇ ଏହି ଘଟଣାର ରାଜନୀତିକରଣ ଉଦ୍ୟମ କରାଯାଇଛି । ଜଣେ କେନ୍ଦ୍ରମନ୍ତ୍ରୀ ମୁଖ୍ୟମନ୍ତ୍ରୀଙ୍କ ନୈତିକ
ଦାୟିତ୍ୱ ନେଇ ପ୍ରଶ୍ନ ଉଠାଇଥିଲା ବେଳେ ସେ ପ୍ରଥମେ ଏହା କହିବା ପୂର୍ବରୁ ହରିଆନା ଓ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ନୈତିକ ଦାୟିତ୍ୱ
ନେଇ ପ୍ରଶ୍ନ କରିବା ଉଚିତ୍‍ । ଉଭୟ ମଧ୍ୟପ୍ରଦେଶ ଓ ହରିଆନାରେ ନାବାଳିକାଙ୍କୁ ଦୁଷ୍କର୍ମ ଓ ହତ୍ୟା ସଂଖ୍ୟା ବିଜେପି ରାଜ୍ୟରେ
କ୍ଷମତାକୁ ଆସିବା ପରେ ବଢ଼ିବାରେ ଲାଗିଛି । ସେହିପରି ଆଉ ଜଣେ କେନ୍ଦ୍ର ମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସମ୍ବେଦନହୀନତା
ନେଇ ପ୍ରଶ୍ନ କରିବା ସହ ତାତ୍ସଲ୍ୟ କରି ପ୍ରାଇଭେଟ୍‍ କଲେଜ୍‍ଗୁଡିକରୁ ପୁରସ୍କାର ନେଇଥିବା କଥା ଉଠାଇଛନ୍ତି । ‘ଚେଇଁ ଶୋଇଥିବ
ଯିଏ, ତାକୁ ଉଠାଇବ କିଏ’ ଉକ୍ତି ବିଜେପିର ଏହି କେନ୍ଦ୍ରମନ୍ତ୍ରୀଙ୍କ ପାଇଁ ଅଧିକ ପ୍ରଯୁଜ୍ୟ । ସେ କ’ଣ ଜାଣିନାହାନ୍ତି, ଏହି ଆଦର୍ଶ
ମୁଖ୍ୟମନ୍ତ୍ରୀ ସମ୍ମାନ ଉତ୍ସବରେ ବିଜେପିର ଅନ୍ୟତମ ମାର୍ଗଦର୍ଶକ ମୁରଲୀ ମନୋହର ଯୋଶୀ ଯୋଗଦେଇଥିଲେ । କେବଳ ସେତିକି
ନୁହେଁ, ମୁଖ୍ୟମନ୍ତ୍ରୀଙ୍କୁ ଏହି ସମ୍ବେଦନହୀନତା କେତେଦିନ ଚାଲିବ ବୋଲି ଉଠାଇବା ପ୍ରଶ୍ନର ଉତ୍ତର ଚାହିଁଥିଲା ବେଳେ ସେ ଥରେ
ଶ୍ରୀ ଯୋଶୀ ଆଦର୍ଶ ମୁଖ୍ୟମନ୍ତ୍ରୀ ସମ୍ମାନ ଉତ୍ସବରେ ଯାହା କହିଛନ୍ତି, ତାହା ପଢ଼ିଲେ ସେଥିରୁ ଉତ୍ତର ପାଇଯିବେ । ଶ୍ରୀ ଯୋଶୀ କହିଛନ୍ତି,
ଭଗବାନଙ୍କ ପାଖରେ ମୁଁ ପ୍ରାର୍ଥନା କରୁଛି, ନବୀନ ପଟ୍ଟନାୟକ ଆଉଥରେ ମୁଖ୍ୟମନ୍ତ୍ରୀ ହୁଅନ୍ତୁ । ଅବଶ୍ୟ କୁନ୍ଦୁଲି ପୀଡ଼ିତା ତଦନ୍ତ ସରିବା
ପୂର୍ବରୁ ଆତ୍ମହତ୍ୟା କରିଥିବା ନିଶ୍ଚିତ ଭାବେ ଦୁଃଖଦାୟକ ଘଟଣା । କିନ୍ତୁ ପୀଡ଼ିତାଙ୍କୁ ମୁଖ୍ୟମନ୍ତ୍ରୀ ନ୍ୟାୟ ଦେବା ପାଇଁ ସବୁ ପ୍ରକାର
ପଦକ୍ଷେପ ନେଇଛନ୍ତି । ଏହି ମାମଲାକୁ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇ କ୍ରାଇମ୍‍ବ୍ରାଞ୍ଚ ତଦନ୍ତ ପାଇଁ ନିଦେ୍ର୍ଧଶ ଦେଲେ । ପୁନଶ୍ଚ ସେ ନଭେମ୍ବର
୮ରେ କ୍ରାଇମ୍‍ବ୍ରାଞ୍ଚ ତଦନ୍ତ ସହ ସମାନ୍ତରାଳ ଭାବେ ବିଚାର ବିଭାଗୀୟ ତଦନ୍ତ ନିଦେ୍ର୍ଧଶ ଦେଇଛନ୍ତି । ୧୦ ତାରିଖ ଦିନ ୫୦ ହଜାର
ଟଙ୍କାର ସହାୟତା ରାଶି ପ୍ରଦାନ ପାଇଁ ଘୋଷଣା କରିଛନ୍ତି । ଏବେ ଦୁଇ ବିରୋଧୀ ଦଳ କଂଗ୍ରେସ ଓ ବିଜେପି ପକ୍ଷରୁ ସିବିଆଇ ତଦନ୍ତ
ପାଇଁ ଦାବି କରାଯାଉଥିଲା ବେଳେ ଏହି ଦୁଇଦଳର ନେତାମାନେ ଇତିଶ୍ରୀ ହତ୍ୟା ମାମଲାରେ ତଦନ୍ତ କରି ସିବିଆଇ କିପରି ବିଫଳ
ହେବା ସ୍ୱୀକାର କଲା ତାହା ଜାଣିନାହାନ୍ତି କି? ବରଂ କୁନ୍ଦୁଲି ପୀଡ଼ିତାଙ୍କ ମାମଲାରେ କ୍ରାଇମ୍‍ବ୍ରାଞ୍ଚ ଓ ନ୍ୟାୟିକ ତଦନ୍ତ ଚାଲିଥିବାରୁ
ଖୁବ୍‍ଶୀଘ୍ର ଆଇନ୍‍ ତା’ବାଟରେ ଯାଇ ନିର୍ଯାସ ବାହାରିବା ନିଶ୍ଚିତ ବୋଲି ଆମର ଆଶା ଓ ଦୃଢ଼ ବିଶ୍ୱାସ ।

Share in top social networks!
Powered By Indic IME