ରାଜନୈତିକ ଅଭିସନ୍ଧି ରଖି ସମାଲୋଚନା-ବିଜେପିର ହୀନମନ୍ୟତା

ନବୀନ ପଟ୍ଟନାୟକ ହେଉଛନ୍ତି ଦେଶର ଜଣେ ଲୋକପ୍ରିୟ ନେତା । ଗଭୀର ନିÂା, ଦୂରଦୃଷ୍ଟି ଏବଂ ଜନପ୍ରିୟ ଯୋଜନାର ପ୍ରଣୟନ ଓ ସଫଳ କାର୍ଯ୍ୟକାରିତା ପାଇଁ ସେ ସାଧାରଣ ଲୋକଙ୍କ ନିକଟରେ ପ୍ରିୟ ନେତା ହୋଇପାରିଛନ୍ତି । ନବୀନ ପଟ୍ଟନାୟକ ଜଣେ ସ୍ୱଚ୍ଛ ରାଜନେତା ହୋଇଥିବାରୁ ତାଙ୍କୁ ଆଦର୍ଶ ମୁଖ୍ୟମନ୍ତ୍ରୀ ଭାବରେ ଓଡ଼ିଶା ବାହାରର ଏକ ପ୍ରତିÂିତ ଅନୁÂାନ ସମ୍ମାନିତ କରିଛନ୍ତି ଯାହାକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କ ଉଦେ୍ଧଶ୍ୟରେ ଉତ୍ସର୍ଗ କରିଛନ୍ତି । ଏହା ପ୍ରତ୍ୟେକ ଓଡିÿଆଙ୍କ ପାଇଁ ଗର୍ବ ଓ ଗୌରବର କଥା ।

କିନ୍ତୁ ଏଥିରେ ରାଜନୈତିକ ଅଭିସନ୍ଧି ରଖି ରାଜ୍ୟ ବିଜେପି ପ୍ରବକ୍ତା ପିତାମ୍ବର ଆଚାର୍ଯ୍ୟ ଯେଉଁଭଳି ବିବୃତି ରଖିଛନ୍ତି ତାହା ଘୋର ନିନ୍ଦାର ବିଷୟ । ଶ୍ରୀଯୁକ୍ତ ଆଚାର୍ଯ୍ୟ ବହୁ ଘାଟରେ ପାଣି ପିଇଛନ୍ତି । ତାଙ୍କର ରାଜନୈତିକ ଆଦର୍ଶବୋଧ ବୋଲି କିଛିନାହିଁ । ନବୀନ ପଟ୍ଟନାୟକ ଜାତୀୟ ସ୍ତରରେ ଜଣେ ସମ୍ମାନସ୍ପଦ ନେତା । ତାଙ୍କୁ ସମ୍ବର୍ଦ୍ଧିତ କରି ବିଜେପିର ବରିÂନେତା ଶ୍ରୀଯୁକ୍ତ ମୁରଲୀ ମନୋହର ଯୋଶୀ ତାଙ୍କ ବକ୍ତବ୍ୟରେ ନବୀନ ପଟ୍ଟନାୟକଙ୍କ ସରଳତା, ଶାନ୍ତ ସ୍ୱଭାବ ଓ କାର୍ଯ୍ୟଦକ୍ଷତା ଉଲ୍ଲେଖନୀୟ ବୋଲି ଦର୍ଶାଇ ଓଡ଼ିଶାରେ ବିକାଶ ପ୍ରକ୍ରିୟାର ତ୍ୱାରନ୍ୱିତ ପାଇଁ ଶ୍ରୀ ପଟ୍ଟନାୟକ ୨୦୧୯ରେ ଆଉଥରେ ମୁଖ୍ୟମନ୍ତ୍ରୀ ହୁଅନ୍ତୁ ବୋଲି ଯେଭଳି ଆଶା ପ୍ରକାଶ କଲେ, ତାହାବୋଧେ ଶ୍ରୀ
ଆଚାର୍ଯ୍ୟ ହଜମ କରିପାରୁନାହାନ୍ତି । ଏହାହିଁ ବାସ୍ତବତା, ଏହାକୁ ଶ୍ରୀ ଆଚାର୍ଯ୍ୟ ଏବଂ ତାଙ୍କର ନିଯୁକ୍ତିଦାତାଙ୍କୁ ଗ୍ରହଣ କରିବାକୁ ପଡ଼ିବ । ଓଡ଼ିଶାର ଗର୍ବ ଓ ଭାରତର ଗୌରବ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଯେଉଁଭଳି ସମଗ୍ର ଭାରତବର୍ଷରେ ଉଚ୍ଛ୍ୱସିତ ପ୍ରଂଶସା କରାଯାଉଛି ସେଥିରେ ପ୍ରତ୍ୟେକ ଓଡ଼ିଆ ଗର୍ବ କରିବାର କଥା । କିନ୍ତୁ ଶ୍ରୀ ଆଚାର୍ଯ୍ୟ
ଯେଉଁଭଳି ଭାବରେ ବକ୍ତବ୍ୟ ରଖି ହୀନମନ୍ୟତାର ପରିଚୟ ଦେଇଛନ୍ତି ତାହାକୁ କୌଣସି ଓଡ଼ିଆ ଗ୍ରହଣ କରିବେ ନାହିଁ ବୋଲି ବିଜୁ ଜନତା ଦଳ ରାଜ୍ୟ ସଂପାଦକ ଶ୍ରୀ ବିଜୟ ନାୟକ କହିଛନ୍ତି ।