କୁନ୍ଦୁଲି ପୀଡିତାର ଆତ୍ମହତ୍ୟା ରାଜ୍ୟ ପାଇଁ କଳାଦିବସ : ବିଜେପି

 ଯଦି ମୁଖ୍ୟମନ୍ତ୍ରୀଙ୍କ ଭାଷାରେ ସାଢେ ଚାରିକୋଟି ଓଡିଆ ତାଙ୍କ ପରିବାର ତେବେ କୁନ୍ଦୁଲି ପୀଡିତା କଣ ତାଙ୍କ ପରିବାର ସଦସ୍ୟ ନୁହେଁ କି ?
 ଏହା କଣ ଶ୍ରେÂ ଓ ଆଦର୍ଶ ମୁଖ୍ୟମନ୍ତ୍ରୀଙ୍କ ପ୍ରମାଣପତ୍ର ?
 କୁନ୍ଦୁଲି ପୀଡିତାର ଆତ୍ମହତ୍ୟା ରାଜ୍ୟ ପାଇଁ କଳାଦିବସ
 ୯୦ ଦଶକର କଂଗ୍ରେସ ଠାରୁ ୪ ପାଦ ଆଗକୁ ଯାଇ ଏବେ ଶାସକ ବିଜେଡି ମହିଳା ମାନଙ୍କର ଇଜ୍ଜତ ଲୁଟିବାକୁ ଲାଗିଛି

ଗୋଟିଏ ପଟେ ରାଜ୍ୟର ମୁଖ୍ୟମନ୍ତ୍ରୀ ଆଦର୍ଶ ପୁରସ୍କାର ଯୋଗାଡ କରିବାରେ ଲାଗିଛନ୍ତି । ଅନ୍ୟ ପଟେ ଜଣେ ଗରୀବ ଦଳିତ ନାବାଳିକା ନ୍ୟାୟର ଭିକ୍ଷା ଅପେକ୍ଷାରେ ନିଜକୁ ବଳୀଦାନ ଦେଇଛି । ଏହା କଣ ଜଣେ ଆଦର୍ଶ ମୁଖ୍ୟମନ୍ତ୍ରୀଙ୍କ ନମୂନା । କୋଟି କୋଟି ଟଙ୍କା ଖର୍ଚ୍ଚରେ ପୁରସ୍କାର ଯୋଗାଡ କରି ନିଜର ଆତ୍ମ ପ୍ରଚାର କରୁଥିବା ମୁଖ୍ୟମନ୍ତ୍ରୀଙ୍କ ଏହା କଣ ଆଦର୍ଶତାର ପ୍ରମାଣପତ୍ର । ନିଜ ରାଜ୍ୟରେ ଗୋଟିଏ ଅସହାୟ ଗରୀବ ନାବାଳିକା ଗଣବଳାକ୍ରାରରେ ଶିକାର ହେଇ ଆତ୍ମହତ୍ୟା କରିବା ମୁଖ୍ୟମନ୍ତ୍ରୀଙ୍କ ଅପରାଗତାକୁ ସ୍ପଷ୍ଟ ପ୍ରମାଣିତ କରୁଛି । ଦୀର୍ଘ ଦିନ ହେବ ସତ ଲୁଚାଇବାକୁ ଯାଇ ଶାସକ ବିଜେଡି ପୀଡିତା ଙ୍କ ସହିତ ଅକଥନୀୟ ଅତ୍ୟାଚାର କରି ଚାଲିଥିଲା । ପୀଡିତା ପୋଲିସ ଓ ପ୍ରଶାସନ ଦ୍ୱାରା ସତ କଥାକୁ ଲୁଚାଇ ପ୍ରକୃତ ଦୋଷୀକୁ ସୁରକ୍ଷା ଦେଉଥିବା ମୁଖ୍ୟମନ୍ତ୍ରୀ ଆଜି କୁନ୍ଦଲି ପୀଡିତାର ଶବ ଉପରେ ଶ୍ରେÂ ଓ ଆଦର୍ଶ ପୁରସ୍କାରର ଉତ୍ସବ ମନେଇବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ରାଜ୍ୟ ବିଜେପି ସଂପାଦିକା ଶ୍ରୀମତୀ ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି ।
ମୁଖ୍ୟମନ୍ତ୍ରୀ ବାରମ୍ବାର କହୁଛନ୍ତି କି ସାଢେ ଚାରି କୋଟି ଓଡିଆ ମୋର ପରିବାର । ତେବେ ଏଠି ପ୍ରଶ୍ନ ଉଠୁଛି କୁନ୍ଦୁଲି ପୀଡିତା କଣ ତାଙ୍କ ପରିବାର ଜଣେ ସଦସ୍ୟ ନୁହଁନ୍ତି କି ? ବାସ୍ତବରେ ମୁଖ୍ୟମନ୍ତ୍ରୀ କେବଳ ଭାଷଣବାଜି କରି ସାଧାରଣ ଜନତାଙ୍କୁ ବିଭ୍ରାନ୍ତ କରୁଛନ୍ତି । ଏହାର ସ୍ପଷ୍ଟ ପ୍ରମାଣ ହେଉଛି କୁନ୍ଦୁଲି ପୀଡିତା ଦୁର୍ଷ୍କମରେ ଶିକାର ହୋଇ ଆତ୍ମହତ୍ୟା କରିବା । କୁନ୍ଦୁଲି ପୀଡିତା ଦୁର୍ଷ୍କମରେ ଶିକାର ହୋଇଥିଲେ ମଧ୍ୟ ତାହାର ପ୍ରମାଣ ନଷ୍ଟକରିବା ପାଇଁ ମୁଖ୍ୟମନ୍ତ୍ରୀ ତାଙ୍କର ପ୍ରଶାସନିକ କଳ, ପୋଲିସ ବିଭାଗ , ଡାକ୍ତରମାନଙ୍କୁ ଲଗାଇ କୁହାକରାଇଲେ କି ଏଭଳି ଘଟଣା ଘଟିନାହିଁ । ବିଜେପି ପ୍ରତିନିଧୀ ଦଳ ଏସସିବି ମେଡିକାଲରେ ପୀଡିତାଙ୍କୁ ଭେଟିବାକୁ ଯାଇଥିବାବେଳେ ବି ପୋଲିସ ଶାସକ ବିଜେଡିର ହାତବାରେସି ସାଜି ପୀଡିତାଙ୍କ ସହ ଭେଟ କରିବାକୁ ଦେଇନଥିଲା । କେବଳ ସତ ଘଟଣା ଲୁଚାଇବାକୁ ଏଭଳି ପ୍ରୟାସ କରା ଯାଇଥିଲା । କଣ ପାଇଁ ଏଭଳି ଘଟଣାକୁ ଶାସକ ବିଜେଡି ଲୁଚାଇବାକୁ ଚେଷ୍ଟା କରୁଥିଲା । କିଏ ଏହି ଘଟଣାର ଷଡଯନ୍ତ୍ରକାରୀ ତାହାର ସ୍ପଷ୍ଟୀକରଣ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ ଦିଅନ୍ତୁ ବୋଲି ଶ୍ରୀମତୀ ସାମନ୍ତସିଂହାର କହିଛନ୍ତି ।

ମୁଖ୍ୟମନ୍ତ୍ରୀ ପ୍ରାୟୋଜିତ ପୁରସ୍କାର ଯୋଗାଡ କରି ଉତ୍ସବ ମନଉଛନ୍ତି ସେତେବେଳେ ଏଭଳି ଘଟଣା ଘଟିବା ରାଜ୍ୟର ମାଆ ଓ ଭଉଣାମାନଙ୍କ ପ୍ରତି ଅପମାନଜନକ । ଏଭଳି ଘଟଣା ରାଜ୍ୟ ପାଇଁ ଏକ କଳା ଦିବସ । କୁନ୍ଦୁଲି ପୀଡିତା ବାରମ୍ବାର ନିଜକୁ ଅସୁରକ୍ଷିତ ମଣି ରାଜ୍ୟ ସରାକରଙ୍କୁ ଗୁହାରୀ କରିଥିଲେ ମଧ୍ୟ କେହି ବି ତାର ଦୁଃଖ ଶୁଣିବାକୁ ପ୍ରସ୍ତୁତ ନଥିଲେ । ଦୀର୍ଘ ୪ ମାସ ଧରି ପୋଲିସ ପ୍ରଶାସନ ଠୁ ଆରମ୍ଭ କରି ଡାକ୍ତର ପର୍ଯ୍ୟନ୍ତ ବିଭିନ୍ନ ପ୍ରକାର ବୟାନ ବାଜି କରିବା ସହ ଶେଷରେ ଗଣ ବଳାକ୍ରାର ହୋଇନି କହି ପ୍ରସଂଗକୁ ଏଡାଇ ଯିବା ଅତ୍ୟନ୍ତ ନିନ୍ଦନୀୟ ଘଟଣା । ମୁଖ୍ୟମନ୍ତ୍ରୀ ରାଜ୍ୟରେ ମାଆ ଭଉଣୀଙ୍କୁ ସୁରକ୍ଷା ଦେବା କଥା କହି ମିଥ୍ୟା ପ୍ରଚାର କରୁଛନ୍ତି । ଏହାର ସ୍ପଷ୍ଟ ପ୍ରମାଣ ହେଉଛି ଦଶରଥପୁରରେ ଖୋଦ୍ ଶାସକ ବିଜେଡିର ନେତା ଭତା ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଦେବାର ଆଳ ଦେଖାଇ ବିଜେଡି କାର୍ଯ୍ୟାଳୟରେ ଜଣେ ଅସହାୟ ସ୍ୱମୀ ପରିତକ୍ତା ମହିଳାଙ୍କୁ ଦୁର୍ଷ୍କମ କରିବା । ୯୦ ଦଶକର କଂଗ୍ରେସ ଠାରୁ ୪ ପାଦ ଆଗକୁ ଯାଇ ଏବେ ଶାସକ ବିଜେଡି ମହିଳା ମାନଙ୍କର ଇଜ୍ଜତ ଲୁଟିବାକୁ ଲାଗିଛି । ରାଜ୍ୟରେ ମହିଳାମାନେ ଏବେ ନିଜକୁ ଅସୁରକ୍ଷିତ ମଣୁଛନ୍ତି । ଆଗାମୀଦିନରେ ଓଡିଶାବାସୀ ମହିଳାଙ୍କ ପ୍ରତି ଏଭଳି ଅପମାନର ଜବାଜ ଖୁବଶୀଘ୍ର ଦେବେ ବୋଲି ଶ୍ରୀମତି ସାମନ୍ତସିଂହାର ଦୃଢୋକ୍ତି ପ୍ରକାଶ କରିଛନ୍ତି ।

Share in top social networks!
Powered By Indic IME