ନବୀନ ପଟ୍ଟନାୟକଙ୍କୁ ଆଦର୍ଶ ମୁଖ୍ୟମନ୍ତ୍ରୀ ପୁରସ୍କାର ପ୍ରଦାନ ପ୍ରସଂଗରେ ପୁରସ୍କାର ଯୋଗାଡ କରିବାରେ ମୁଖ୍ୟମନ୍ତ୍ରୀ ସିନ୍ଧ ହସ୍ତ : ବିଜେପି

Press Conference_22
ମୁଖ୍ୟମନ୍ତ୍ରୀ ପୁରସ୍କାର ଯୋଗାଡ କରିବାରେ ପୂରା ମାହିର । ପ୍ରଥମେ ଆଉଟଲୁକ୍ ତରଫରୁ ଶ୍ରେÂ ପୁରସ୍କାର ହେଉ ଅବା ପୁନେ ଏମଆଇଟି ତରଫରୁ ଆଦର୍ଶ ପୁରସ୍କାର । ଦିନକୁ ଦିନ ଶାସକ ବିଜେଡିର ଲୋକପ୍ରିୟତା କମିବାରୁ ଏମିତି ଗୋଟିଏ ଗୋଟିଏ ପୁରସ୍କାର ଯୋଗାଡ କରି ରାଜ୍ୟ ରାଜକୋଷରୁ କୋଟି କୋଟି ଟଙ୍କା ଖର୍ଚ୍ଚ କରି ବିଜ୍ଞାପନ ମାଧ୍ୟମରେ ନିଜର ଆତ୍ମ ପ୍ରଚାର କରୁଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଆଦର୍ଶ ପୁରସ୍କାର ମହାକାଳ ଫଳ ସଦୃଶ୍ୟ ବୋଲି ରାଜ୍ୟ ବିଜେପି ପ୍ରବକ୍ତା ଶ୍ରୀ ପୀତୀମ୍ବର ଆଚାର୍ଯ୍ୟ କଡା ସମାଲୋଚନା କରିଛନ୍ତି ।
ଆଉଟଲୁକ ପୁରସ୍କାର ପାଇବା ପରେ ମୁଖ୍ୟମନ୍ତ୍ରୀ ହଜାର ହଜାର ଟଙ୍କା ଖର୍ଚ୍ଚ କରି ସେ ମାଗାଜିନକୁ କିଣି ଲୋକମାନଙ୍କୁ ବାଟିଛନ୍ତି । ଆଉ ପୁରସ୍କାର ପରେ କୋଟି କୋଟି ଟଙ୍କା ଖର୍ଚ୍ଚ କରି ବଡ ବଡ ହୋଡିଂ ମାଧ୍ୟମରେ ନିଜର ଆତ୍ମ ପ୍ରଚାର କରିବାକୁ ଲାଗିଲେ । ରାଜ୍ୟରେ ଏମିତି ଅନେକ କଲେଜମାନ ରହିଛି ଯେଉଁମାନେ କି ପ୍ରତିବର୍ଷ ବାହରୁ କିଛି ରାଜନେତାମାନଙ୍କୁ ଡାକି ପୁରସ୍କାର ଦେଇଥାନ୍ତି । ଠିକ୍ ସେହିପରି ମହାରାଷ୍ଟ ପୁନେର ଏହି ଏମଆଇଟି କଲେଜରୁ ମଧ୍ୟ ମୁଖ୍ୟମନ୍ତ୍ରୀ ଆଦର୍ଶର ପ୍ରମାଣପତ୍ର ଯୋଗାଡ କରି ଆତ୍ମପ୍ରଚାର କରୁଛନ୍ତି । କିନ୍ତୁ ବାସ୍ତବରେ ମୁଖ୍ୟମନ୍ତ୍ରୀଙ୍କର ଆଦର୍ଶ କଣ ତାହା ତାଙ୍କ ଦଳର ନେତା ବୈଜୟନ୍ତ ପଣ୍ଡା, ପ୍ରଫୁଲ ଘଡେଇ, ଜୟୀରାମ ପାଙ୍ଗୀ, ନବୀନ ନନ୍ଦ ଆଦି ପ୍ରମାଣିତ କରିଛନ୍ତି । ବିଜେଡି ଦଳରେ ମୁଖ୍ୟମନ୍ତ୍ରୀଙ୍କ ନିଜସ୍ୱ ଆଧିପତ୍ୟ ନାହିଁ । ଜଣେ ତାମିଲ ଅଫିସରଙ୍କ କଥାରେ ରାଜ୍ୟ ଚାଲିଛି ବୋଲି ଶାସକ ବିଜେଡି ଦଳର ନେତା ମାନେ ଅଭିଯୋଗ କରିଛନ୍ତି ବୋଲି ଶ୍ରୀ ଆଚାର୍ଯ୍ୟ କହିଛନ୍ତି ।
ରାଜ୍ୟରେ ଶିଳ୍ପର ବାତାବରଣ ସୃଷ୍ଟି କରିବେ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶୃତି ଦେଇଥିଲେ । କିନ୍ତ୍ୁ ସେ ପ୍ରତିଶୃତି ଗୁଡିକ ପାଣିର ଗାର ସଦୃସ୍ୟ । ଅନେକ ଶିଳ୍କ ଉଦୈ୍ୟାଗୀ ଆସି ମୁଖ୍ୟମନ୍ତ୍ରୀଙ୍କ ସହ ବୁଝାମଣା ପତ୍ର ସ୍ୱାକ୍ଷର ପରେ ବି ଓଡିଶାରେ କୈାଣସି ଶିଳ୍ପ ତିÂିପାରିଲା ନାହିଁ । ପୋସ୍କୋ, ମିତଲ, ରୁଇଆ ଆଦି କମ୍ପାନୀ ଆସିଥିଲେ ମଧ୍ୟ ରାଜ୍ୟ ସରକାରଙ୍କ ଅପରାଗତା କାରଣରୁ ଓଡିଶାରେ ଗୋଟିଏ ବି ଶିଳ୍ପ ପ୍ରତିÂା କରି ପାରିଲେ ନାହିଁ । ରାଜ୍ୟରେ ୩୦ ଲକ୍ଷ ବେକାରି ଯୁବକ ଯୁବତୀଙ୍କୁ ଚାକିରୀ ଦେବାର ଆଶ୍ୱାସନା ଦେବା ପାଇଁ ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ ମଧ୍ୟ ଏପର୍ଯ୍ୟନ୍ତ କାହାକୁ ମଧ୍ୟ ନିଯୁକ୍ତି ଦେଇ ପାରିଲେ ନାହିଁ । ଶିକ୍ଷା ଋଣ କରି ଛାତ୍ରଛାତ୍ରୀମାନେ ପାଠପଢି ୨୦ରୁ ୨୫ ହଜାର ଟଙ୍କାର ଚାକିରୀ ପାଇଁ ବାଙ୍ଗାଲୋର, ପୁନେ, ହାଇଦ୍ରାବାଦ, ଚେନ୍ନାଇ ତଥା ଅନ୍ୟ ରାଜ୍ୟମାନଙ୍କ ଉପରେ ନିର୍ଭର କରୁଛନ୍ତି । କେବଳ ନିଜର ଡିଣ୍ଡିମ ପିଟୁଥିବା ମୁଖ୍ୟମନ୍ତ୍ରୀ ରାଜ୍ୟର ବେକାର ଯୁବକ ଯୁବତୀମାନଙ୍କୁ କର୍ମସଂସ୍ଥାନ ବି ଯୋଗାଇ ଦେଇ ପାରି ନାହାଁନ୍ତି ବୋଲି ଶ୍ରୀ ଆଚାର୍ଯ୍ୟ କହିଛନ୍ତି ।
ରାଜ୍ୟରେ ଚାଷୀକୂଳ ହତାଶ ହୋଇଛି । ମୁଖ୍ୟମନ୍ତ୍ରୀଙ୍କ ହାତରେ ୧୮ ବଷ ର୍ କାଳ ଜଳସେଚନ ବିଭାଗ ରହିଛି । ଏହା ସତ୍ୱେ ବି ମୁଖ୍ୟମନ୍ତ୍ରୀ କହିବେ କି କେତେ ହେକ୍ଟର ଜମିକୁ ଜଳସେଚନର ବ୍ୟବସ୍ଥା କରାଯାଇଛି । ମୁଖ୍ୟମନ୍ତ୍ରୀ ରାଜ୍ୟରେ କୃଷକ ଆତ୍ମହତ୍ୟାକୁ ରୋକିବାର ପଦକ୍ଷେପ ନ ନେଇ ସେମାନଙ୍କୁ ବିଭିନ୍ନ ଦଳରେ ବିଭାଜିତ କରିଛନ୍ତି । ଆଜି ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ କ୍ଷତିଗ୍ରସ୍ତ ଚାଷୀକୁ ସଠିକ୍ କ୍ଷତିପୂରଣ ରାଶି ବି ଯୋଗାଇ ନାହାଁନ୍ତି ବୋଲି ଶ୍ରୀ ଆଚାର୍ଯ୍ୟ କହିଛନ୍ତି ।
(ପୃÂା: ୧/୨)

ରାଜ୍ୟରେ ଶିିକ୍ଷାବ୍ୟବସ୍ଥା ଭୁସୁଡି ପଡିଛି । ଶିକ୍ଷକମାନଙ୍କୁ ତାଙ୍କର ନ୍ୟାୟୋଚିତ ଦରମାରୁ ବଂଚିତ ହେଉଛନ୍ତି । ରାଜରାସ୍ତାରେ ଶିକ୍ଷକମାନେ ସେମାନଙ୍କର ଦାବୀ ଉପସ୍ଥାପନା କଲେ ପୋଲିସର ଲାଠି ମାଡରେ ତାଙ୍କୁ ଭୟଭୀତ କରାଯାଉଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତର ୨୦ଟି ଶିକ୍ଷାନୁÂାନକୁ ବିଶ୍ୱସ୍ତରୀୟ ଶିକ୍ଷନୁÂାନରେ ପରିଗଣିତ କରାଯିବ ବୋଲି ଘୋଷଣା କରିଥିଲେ । ରାଜ୍ୟରେ ରେଭେନ୍ସା ସବୁଠୁ ପୂରାତନ ଶିକ୍ଷାନୁÂାନ ହୋଇଥିଲେ ମଧ୍ୟ ଦରଖାସ୍ତ କରିବା ପାଇଁ ବି ଯୋଗ୍ୟ ବିବେଚିତ ହେଲା ନାହିଁ । ଏଥିରୁ ପ୍ରମାଣିତ ହେଉଛି କି ଶ୍ରେÂ ଓ ଆଦର୍ଶ ମୁଖ୍ୟମନ୍ତ୍ରୀଙ୍କ ରାଜ୍ୟରେ ଶିକ୍ଷା ବ୍ୟବସ୍ଥା କିପରି ଚାଲିଛି ।
ସେହିପରି ରାଜ୍ୟରେ ସ୍ୱାସ୍ଥ୍ୟ ବ୍ୟବସ୍ଥା ମଧ୍ୟ ଭୁଶୁଡି ପଡିଛି । ନଗଡା ଭଳି ରାଜ୍ୟର ବିଭିନ୍ନ ଅଂଚଳରେ ଛୋଟଛୋଟ ଶିଶୁମାନେ ଅପପୃଷ୍ଟିର ଶିକାର ହେଉଛନ୍ତି । ରାଜ୍ୟରେ ଦାନ ମାଝୀ କାନ୍ଧରେ ଶବ ବୁହାଇବା ଘଟଣାକୁ ଚାପିବା ପାଇଁ ଅଫିସରମାନେ ଖଣ୍ଡେ ଘର ଦେଇ ତାର ସ୍ୱାଭିମାନକୁ ଚପାଇ ଦେବାକୁ ଚେଷ୍ଟା କଲେ । ଉପାନ୍ତ ଅଂଚଳରେ ରାସ୍ତାକଡରେ ଆଦିବାସୀ ମହିଳାମାନେ ପ୍ରସବ କରୁଛନ୍ତି । ଏହା ହେଉଛି ସ୍ୱାସ୍ଥ୍ୟ ମିଶନର ନମୁନା । ୧୦୮ ଆମ୍ବୁଲାନ୍ସ କର୍ମଚାରୀମାନେ ତାଙ୍କ ଦାବୀ ଉପସ୍ଥାପନା କରିବା ସମୟରେ ସେମାନଙ୍କୁ ଏସମା ଲଗାଇ ଜେଲରେ ଭର୍ତି କରାଇଲେ । ସେହିପରି ଭବାନୀପାଟଣା ସ୍ଥିତ ସର୍ଦ୍ଧାର ରାଜା ମେଡିକାଲ କଲେଜ ଖୋଲାଯାଇ ପିଲାମାନଙ୍କୁ ଶୋଷଣ କରାଗଲା । ଏହା ପଛରେ କାହାର ହାତ ରହିଛି ବୋଲି ଶ୍ରୀ ଆଚାର୍ଯ୍ୟ ପ୍ରଶ୍ନ ଉଠାଇଛନ୍ତି ।
ଗତ କିଛି ଦିନ ତଳେ ଡ.ଦାମ ରାଉତ ମନ୍ତ୍ରୀ ଥିବାବେଳେ କୃଷି ବିଭାଗର ରିଭୁ୍ୟ କରିଥିଲେ । ବିନା ଟେଣ୍ଡରରେ କୋଟି କୋଟି ଟଙ୍କାର ସାର କିଣା ଯାଇଥିଲା । ଏହାର ବିରୋଧ କରିବାରୁ ମନ୍ତ୍ରୀଙ୍କ ପଦ ଚାଲିଯାଇତିଲା । ଏଥିରୁ ସ୍ପଷ୍ଟ ଜଣାପଡୁଛି ଏଠି ମୁଖ୍ୟମନ୍ତ୍ରୀ ନୁହଁନ୍ତି ତାମିଲ ଅଫିସରମାନଙ୍କର ରାଜ ଚାଲିଛି । ଏହାକୁ ନେଇ ଓଡିଶାବାସୀ ବ୍ୟସ୍ତ ବିବ୍ରତ ହୋଇ ଗଲେନି । ଆଗାମୀଦିନରେ ରାଜ୍ୟବାସୀ ଏଭଳି ଅପରାଗ ସରକାରକୁ ବହିଷ୍କାର କରିବା ସହ ବିଜେପି ପ୍ରତି ଆସ୍ଥା ପ୍ରକଟ କରିଲେଣି ବୋଲି ଶ୍ରୀ ଆଚାର୍ଯ୍ୟ ଦୃଢୋକ୍ତି ପ୍ରକାଶ କରିଛନ୍ତି ।
ଉକ୍ତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ବିଜେପି ଉପସଭାପତି ସମୀର ମହାନ୍ତି ଏବଂ ମୁଖ୍ୟ ମୁଖପାତ୍ର ଶ୍ରୀ ସଜ୍ଜନ ଶର୍ମା ପ୍ରମୁଖ ଉପସ୍ଥିତ ଥିଲେ ।

Share in top social networks!
Powered By Indic IME