ଓଡ଼ିଶାବାସୀଙ୍କ ପ୍ରିୟ ନେତା ଆଦର୍ଶ ମୁଖ୍ୟମନ୍ତ୍ରୀ ରୂପେ ସମ୍ମାନିତ ହେବା ପ୍ରତ୍ୟେକ ଓଡ଼ିଆଙ୍କ ପାଇଁ ଗର୍ବ ଓ ଗୌରବର ଦିନ: ବିଜୟ ନାୟକ

26814646_572024449803214_4860615738221398639_n
ଗଣତନ୍ତ୍ରର ସ୍ତମ୍ଭ କହିଲେ ଉତ୍ତମ ପ୍ରଶାସନ ଓ ସ୍ୱାର୍ଥବିହୀନ ଜନସେବାକୁ ବୁଝାଇଥାଏ,
ଯାହାକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ସଦାସର୍ବଦା ନୀତି ରୂପେ ଗ୍ରହଣ କରି ଆସିଥିବାରୁ ଓଡ଼ିଶାବାସୀ ତାଙ୍କୁ
ହୃଦୟରୁ ସମର୍ଥନ ଦେଇଆସୁଛନ୍ତି । ଆଜି ମହାରାଷ୍ଟ୍ରର ପୁନେସ୍ଥିତ ଏମ୍‍ଆଇଟି ବିଶ୍ୱବିଦ୍ୟାଳୟ ପରିସରରେ ଭାରତୀୟ ଛାତ୍ର ସଂସଦ
ଫାଉଣ୍ଡେସନ୍‍ ପକ୍ଷରୁ ଓଡ଼ିଶା ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କୁ ପୂର୍ବତନ ରାଷ୍ଟ୍ରପତି ପ୍ରତିଭା ଦେବୀ ସିଂପାଟିଲ
ଦେଶର ଆଦର୍ଶ ମୁଖ୍ୟମନ୍ତ୍ରୀ ରୂପେ ସମ୍ମାନିତ କରିବା ପ୍ରତ୍ୟେକ ଓଡ଼ିଆଙ୍କ ପାଇଁ ଗର୍ବ ଓ ଗୌରବର ଦିନ ବୋଲି ବିଜୁ ଜନତା ଦଳ
ରାଜ୍ୟ ସଂପାଦକ ବିଜୟ ନାୟକ କହିଛନ୍ତି ।
ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏହା ପୂର୍ବରୁ ଦେଶର ଶ୍ରେÂ ପ୍ରଶାସକ ରୂପେ ସମ୍ମାନିତ ହୋଇଥିବା ବେଳେ ଆଜି ଦେଶର
ଆଦର୍ଶ ମୁଖ୍ୟମନ୍ତ୍ରୀ ରୂପେ ସମ୍ମାନିତ ହେବା ଆମ ପାଇଁ ଖୁସିର ବିଷୟ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଓଡ଼ିଶା
ସବୁକ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଗତି ହାସଲ କରିଛି । ଓଡ଼ିଶାର ଅନେକ ଜନହିତକର କାର୍ଯ୍ୟକ୍ରମକୁ ଅନ୍ୟ ରାଜ୍ୟ ଅନୁସରଣ
କରିଛନ୍ତି । ଓଡ଼ିଶା ସରକାରଙ୍କ କାର୍ଯ୍ୟକ୍ରମକୁ କେନ୍ଦ୍ର ସରକାର ମଧ୍ୟ ବିଭିନ୍ନ କାର୍ଯ୍ୟକ୍ରମରେ ପ୍ରଶଂସା କରିଛନ୍ତି । ତେଣୁ ମାନ୍ୟବର
ମୁଖ୍ୟମନ୍ତ୍ରୀଙ୍କ ଜନ କଲ୍ୟାଣକାରୀ କାର୍ଯ୍ୟକ୍ରମ ସାରା ଓଡ଼ିଶାରେ କେବଳ ଗ୍ରହଣୀୟତା ଅର୍ଜନ କରିନାହିଁ, ସମଗ୍ର ଭାରତବର୍ଷରେ ଦୃଷ୍ଟି
ଆକର୍ଷଣ କରିପାରିଛି । ନବୀନ ପଟ୍ଟନାୟକଙ୍କ ନେତୃତ୍ୱକୁ ଯେତେବେଳେ ରାଜ୍ୟବାସୀ ଶାସନ ଦାୟିତ୍ୱ ଦେଇଥିଲେ ସେତେବେଳେ
ଓଡ଼ିଶାର ରାଜକୋଷ ପ୍ରାୟତଃ ଶୂନ ଥିଲା । ସରକାର ନିଜ କର୍ମଚାରୀଙ୍କୁ ଦରମା ଦେବା ପାଇଁ ସକ୍ଷମ ନଥିଲେ । ଏହି ସମୟରେ
ନବୀନ ପଟ୍ଟନାୟକ ରାଜ୍ୟର ମୁଖ୍ୟମନ୍ତ୍ରୀ ହୋଇ ସମସ୍ତ ସମସ୍ୟାକୁ ସମାଧାନ କରିବା ସହିତ ସରକାର କିଭଳି ବିକାଶମୂଳକ
କାର୍ଯ୍ୟରେ ସହଯୋଗ କରିପାରିବେ ସେଥିପାଇଁ ଉପାୟ ଚିନ୍ତା କରିଥିଲେ । ନବୀନ ପଟ୍ଟନାୟକଙ୍କ ଶାସନର ୧୭ବର୍ଷରେ ଓଡ଼ିଶାର
ସାମାଜିକ, ଅର୍ଥନୈତିକ ଓ ସାଂସ୍କୃତିକ କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଗତି ହାସଲ ହୋଇପାରିଛି । ଓଡ଼ିଶାର ପ୍ରଗତିକୁ ସମଗ୍ର ଭାରତବର୍ଷରେ
ମର୍ଯ୍ୟାଦା ଦିଆଯାଇଛି । ଏହା ଓଡ଼ିଶା ଓ ରାଜ୍ୟବାସୀଙ୍କ ପାଇଁ ଏକ ଉଲ୍ଲେଖନୀୟ ଉପଲବ୍ଧି । ଏହି ପ୍ରଗତି ପ୍ରକ୍ରିୟାକୁ ଆହୁରି ଆଗେଇ
ନେବାକୁ ଏବଂ ଓଡ଼ିଶାକୁ ଏକ ନମ୍ବର ରାଜ୍ୟରେ ପରିଣତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଙ୍ଗୀକାରବଦ୍ଧ । ଏହି ଲକ୍ଷ୍ୟ
ହାସଲ ନିମନ୍ତେ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ରାଜ୍ୟ ସରକାର ଅନେକ ଅଭିନବ ଯୋଜନା କାର୍ଯ୍ୟକ୍ରମ ପ୍ରଣୟନ କରିଛନ୍ତି ।
ଆଗାମୀ ସମୟରେ ଓଡ଼ିଶା ଭାରତର ପ୍ରଗତି ମାନଚିତ୍ରରେ କେବଳ ଏକ ନମ୍ବର ସ୍ଥାନ ହାସଲ କରିବ ତା’ନୁହେଁ, ଅନ୍ୟ ରାଜ୍ୟଗୁଡିକ
ପାଇଁ ଅନୁକରଣୀୟ ହୋଇପାରିବ ବୋଲି ଶ୍ରୀ ନାୟକ କହିଛନ୍ତି ।