ଅନ୍ଲାଇନ୍ ବ୍ୟବସ୍ଥା ପ୍ରଚଳନ ଫଳରେ କାର୍ଯ୍ୟଦକ୍ଷତା ବୃଦ୍ଧି ପାଇଛି : ରାଜସ୍ୱ ମନ୍ତ୍ରୀ ଶ୍ରୀ ମହାନ୍ତି

IMG-20180120-WA0040
ରାଜସ୍ୱ ପ୍ରଶାସନ କ୍ଷେତ୍ରରେ ଅନ୍ଲାଇନ୍ ବ୍ୟବସ୍ଥା ପ୍ରଚଳନ ଫଳରେ କାର୍ଯ୍ୟଦକ୍ଷତା ବୃଦ୍ଧିପାଇବା ସହିତ
ଦାଖଲଖାରଜ ମାମଲା ଫଇସଲା ସଂଖ୍ୟା ବୃଦ୍ଧି ପାଇଛି ଓ ବକେୟା ମାମଲା ସଂଖ୍ୟା ପର୍ଯ୍ୟାପ୍ତ ପରିମାଣରେ
ହ୍ରାସ ପାଇଛି ବୋଲି ରାଜସ୍ୱ ଓ ବିପର୍ଯୟ ପରିଚାଳନା ମନ୍ତ୍ରୀ ଶ୍ରୀ ମହେଶ୍ୱର ମହାନ୍ତି ମତବ୍ୟକ୍ତ କରିଛନ୍ତିା
ଆଜି ସଚିବାଳୟଠାରେ ଅନୁଷ୍ଠିତ ଅତିରିକ୍ତ ଜିଲ୍ଲାପାଳମାନଙ୍କର ସମ୍ମିଳନୀରେ ଅଧ୍ୟକ୍ଷତା କରି ମନ୍ତ୍ରୀ ଶ୍ରୀ
ମହାନ୍ତି ବିଭିନ୍ନ କାର୍ଯ୍ୟକ୍ରମର ଅଗ୍ରଗତି ସଂପର୍କରେ ସମୀକ୍ଷା କରିଥ#ଲୋ ସୂଚନାଯୋଗ୍ୟ ଯେ ସମସ୍ତ ତହସିଲ,
ଉପଜିଲ୍ଲାପାଳ ଏବଂ ଜିଲ୍ଲା ରାଜସ୍ୱ ପ୍ରଶାସନକୁ କାର୍ଯ୍ୟଦକ୍ଷ ଓ ଉତ୍ତରଦାୟୀ କରିବା ପାଇଁ ପଚିଶସୂତ୍ରୀ ମାନଦଣ୍ଡ
ପ୍ରସ୍ତୁତି କରାଯାଇ ରାଜସ୍ୱ ମାମଲା ଫଇସଲାର ଅଗ୍ରଗତି ସଂପର୍କରେ ସମୀକ୍ଷା କରାଯାଉଛିା ଏଥ#ରେ
ଦାଖଲଖାରଜ, କିସମ ପରିବର୍ତ୍ତନ, ଘରଡିହଶୂନ୍ୟ ପରିବାରକୁ ଘରଡିହ ପଟ୍ଟାବଣ୍ଟନ, ତହସିଲ ଓ ରାଜସ୍ୱ
ନିରୀକ୍ଷକଙ୍କ କାର୍ଯ୍ୟାଳୟର କମ୍ପୁ୍ୟଟରୀକରଣ ଆଦି ବହୁ ଜନହିତକର କାର୍ଯ୍ୟର ସମୀକ୍ଷା କରାଯାଉଛିା
ରାଜସ୍ୱ ପ୍ରଶାସନରେ ସ୍ୱଚ୍ଛତା ବଜାୟ ରଖ#ବା ପାଇଁ ଡକୁ୍ୟମେଣ୍ଟ ମ୍ୟାନେଜ୍ମେଣ୍ଟ ସିଷ୍ଟମ୍ରେ ସମସ୍ତ
ଆବଶ୍ୟକୀୟ ତଥ୍ୟ ଅପ୍ଲୋଡ୍ କାର୍ଯ୍ୟ ତୁରନ୍ତ ସମାପ୍ତ କରିବା ଉପରେ ମନ୍ତ୍ରୀ ଗୁରୁତ୍ୱାରୋପ କରିଥ#ଲୋ ଏଥ#
ସହିତ ବୈଠକରେ ମୂଲ୍ୟବାନ ସରକାରୀ ଜମିର ସୁରକ୍ଷା ଦିଗରେ ପ୍ରାଥମିକତା ଦିଆଯାଇଥ#ଲାା ସରକାରୀ
ଜମିଗୁଡ଼ିକ ଯଥାଶୀଘ୍ର ଚିହ୍ନଟ କରି ଏହାର ସୁରକ୍ଷା ନିନ୍ତେ ପାଚେରୀ, ତାରବାଡ଼ ଆଦିର ବ୍ୟବସ୍ଥା କରିବା ନିମନ୍ତେ
ମନ୍ତ୍ରୀ ଗୁରୁତ୍ୱାରୋପ କରିଥ#ଲୋ
ବିଭିନ୍ନ ଜିଲ୍ଲାରେ ବାଲି, ମୋରମ, ପଥର ଏବଂ ଲଘୁ ଖଣିଜ ଦ୍ରବ୍ୟର ଲିଜ ପ୍ରଦାନ ପ୍ରକ୍ରିୟାକୁ ତ୍ୱରାନ୍ୱିତ
କରି ଏ ଦିଗରେ ବେଆଇନ ଉତ୍ତୋଳନ ଓ ଚାଲାଣକୁ ରୋକିବା ଦିଗରେ ପୋଲିସ ପ୍ରଶାସନ ସହଯୋଗରେ
ଯାଞ୍ଚ ପ୍ରକ୍ରିୟାକୁ ନିୟମିତ ଓ କଡ଼ାକଡ଼ି କରିବା ପାଇଁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଥ#ଲୋ ବିଦ୍ୟାଳୟସ୍ତରରେ ଜାତିଗତ
ଓ ଅନ୍ୟାନ୍ୟ ପ୍ରମାଣପତ୍ର ଧାର୍ଯ୍ୟ ସମୟସୀମା ମଧ୍ୟରେ ପ୍ରଦାନ କରିବା ପାଇଁ ମନ୍ତ୍ରୀ ଗୁରୁତ୍ୱାରୋପ କରିବା ସହିତ
ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନଗୁଡ଼ିକର ଆବଶ୍ୟକତାକୁ ଅନୁଧ୍ୟାନ କରି ଜମି ଦେବା ଓ ଏହାର
ନିୟମିତକରଣ କରିବା ପାଇଁ କହିଥ#ଲୋ
ବୈଠକରେ ସମସ୍ତ ତହସିଲର ଶତପ୍ରତିଶତ କଜ୍ ଲିଷ୍ଟ ପ୍ରଦର୍ଶନ, କାଡାଷ୍ଟ୍ରାଲ ମ୍ୟାପ୍ର ସଂଶୋଧନ,
ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟରେ ଇଣ୍ଟରନେଟ୍ ସଂଯୋଗୀକରଣ, ବେବନ୍ଦୋବସ୍ତ ମାମଲାର ଫଇସଲା,
ଜମିଜମା ରେଜିଷ୍ଟ୍ରେସନ୍ରେ କ୍ୟାସ୍ଲେସ୍ କାରବାର, ଅବସରପ୍ରାପ୍ତ କର୍ମଚାରୀଙ୍କ ପେନସନ୍ ମାମଲାର ତୁରନ୍ତ
ଫଇସଲା ଆଦି ବିଷୟରେ ସବିଶେଷ ଆଲୋଚନା କରାଯାଇଥ#ଲାା ସମ୍ମିଳନୀରେ ରାଜସ୍ୱ ଓ ବିପର୍ଯ୍ୟୟ
ପରିଚାଳନା ବିଭାଗର ପ୍ରମୁଖ ଶାସନ ସଚିବ ଡ. ଚନ୍ଦ୍ରଶେଖର କୁମାରଙ୍କ ସମେତ ବରିଷ୍ଠ ବିଭାଗୀୟ ଅଧ#କାରୀ
ଓ ସମସ୍ତ ଅତିରିକ୍ତ ଜିଲ୍ଲାପାଳମାନେ ଉପସ୍ଥିତ ଥ#ଲୋ

Share in top social networks!
Powered By Indic IME