ବିଜେପିରେ ସାମିଲ ହେଲେ ପୂର୍ବତନ ବିଧାୟକ ରମାରଂଜନ ବଳିୟାର ସିଂହ ଓ ସିନେ ତାରକା ମିହିର ଦାସ ଏବଂ ଅନୁ ଚୌଧୁରୀ ମୁଖ୍ୟମନ୍ତ୍ରୀଙ୍କ ଭଙ୍ଗା ମାଠିଆର ବେଳ ସରି ଆସୁଛି: ଧର୍ମେନ୍ଦ୍ର ପ୍ରଧାନ

Joining_201ଓଡିଆ ଲୋକଙ୍କ ଭାବାବେଗ ସହିତ ଜଡିତ ପ୍ରଶ୍ନକୁ ନ ଏଡାଇ ଆଦର୍ଶ ମୁଖ୍ୟମନ୍ତ୍ରୀ ସମ୍ମାନ ନେବାକୁ ପୁଣେ ଯିବା ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଶ୍ନ ପଚାରି ନିଜେ ଜବାବ ରଖନ୍ତୁ ବୋଲି ଆହ୍ୱାନ ଜଣାଇଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ପୂର୍ବତନ ବିଧାୟକ ରମାରଂଜନ ବଳିୟାର ସିଂହ ଓ ସିନେ ତାରକା ମିହିର ଦାସ ଏବଂ ଅନୁ ଚୌଧୁରୀଙ୍କୁ ଦଳରେ ମିଶ୍ରଣ ଅବସରରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ତୃତୀୟ ମହଲା ଓଡିଆ ଲୋକଙ୍କ ଆସ୍ଥାର କେନ୍ଦ୍ର, ନବୀନ ପଟ୍ଟନାୟକଙ୍କ ଜାଗିର ନୁହେଁ । ତୃତୀୟ ମହଲା ଉପରେ ପ୍ରଶ୍ନ ଉଠାଇବା ଓଡିଆ ଲୋକଙ୍କର ଅଧିକାର । ନବୀନ ପଟ୍ଟନାୟକଙ୍କର ଭଙ୍ଗା ମାଠିଆର ଦିନ କାଳ ସରି ଆସିଲାଣି ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।
ଶ୍ରୀ ପ୍ରଧାନ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ବିରୋଧୀ ଦଳ ନିକଟରେ ପ୍ରସଙ୍ଗ ନ ଥାଏ ସେତେବେଳେ ତାଙ୍କର ଅଫିସ ଉପରେ ଆକ୍ରମଣ କରା ଯାଏ । ଶ୍ରୀ ପ୍ରଧାନ କହିଛନ୍ତି ଯେ ଡା. ଦାମୋଦର ରାଉତ ନବୀନ ଶାସନରେ ବରିÂ ମନ୍ତ୍ରୀ ଥିଲେ । ମନ୍ତ୍ରୀ କାହାକୁ ରଖିବେ ନ ରଖିବେ ତାହା ମୁଖ୍ୟମନ୍ତ୍ରୀଙ୍କ ଇଚ୍ଛାଧୀନ ବ୍ୟାପାର । ମାତ୍ର ରାୟଗଡାରେ ଡା ରାଉତ ମୃତିକା ସଂରକ୍ଷଣ ବିଭାଗର ଯେଉଁ ଦୁର୍ନୀତିର କଥା ଉଠାଇଥିଲେ ତାର ଚେର ମୁଖ୍ୟମନ୍ତ୍ରୀଙ୍କ ତୃତୀୟ ମହଲା ପର୍ଯ୍ୟନ୍ତ ଲମ୍ବିଛି । ଡା ରାଉତଙ୍କୁ ଏହି ପ୍ରଶ୍ନ ଉଠାଇବା କାରଣରୁ ମନ୍ତ୍ରୀମଣ୍ଡଳରୁ ତଡି ଦିଆ ଯିବା ଅଭିଯୋଗର ପ୍ରଶ୍ନର ଉତର କଣ ପ୍ରସଙ୍ଗ ନୁହେଁ କି ବୋଲି ଶ୍ରୀ ପ୍ରଧାନ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶ୍ନ କରିଛନ୍ତି ।
ଯାଜପୁର ଜିଲ୍ଲା ଦଶରଥପୁର ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଲୋଭ ଦେଖାଇ ମୁଖ୍ୟମନ୍ତ୍ରୀଙ୍କ ଅତ୍ୟନ୍ତ ଆପଣାର ବିଧାୟକଙ୍କ ଡାହାଣ ହାତ ମହିଳାଙ୍କୁ ଦୁଷ୍କର୍ମ କରିବା କଣ ପ୍ରସଙ୍ଗ ନୁହେଁ କି ବୋଲି ଶ୍ରୀ ପ୍ରଧାନ ପ୍ରଶ୍ନ କରିଛନ୍ତି । ପ୍ରଧାନମନ୍ତ୍ରୀ ଗରୀବ ଲୋକଙ୍କୁ ପକ୍କା ଘର କରିବାକୁ ଘର ପିଛା ଦେଢ ଲକ୍ଷ ଟଙ୍କା ଦେଉଛନ୍ତି । ଏହି ଟଙ୍କା ଗରୀବଙ୍କୁ ଦେବା ନାମରେ ମହିଳାଙ୍କୁ ଶୋଷଣ କରିବା ପ୍ରସଙ୍ଗ କି ନାହିଁ ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରନ୍ତୁ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।
ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଜଣେ କର୍ମଚାରୀଙ୍କୁ ଚିଟ ଫଣ୍ଡ ଠକେଇ ମାମଲାରେ ସିବିଆଇ ଜେରା କରିବା ପ୍ରସଙ୍ଗ ନୁହେଁ କି ବୋଲି ଶ୍ରୀ ପ୍ରଧାନ ପ୍ରଶ୍ନ କରିଛନ୍ତି । ରାଜ୍ୟର ଶାସକ ଦଳର ପୃÂପୋଷକତାରେ ଠକାମୀର ଶୀକାର ହୋଇଥିବା ଓଡିଆ ଲୋକଙ୍କୁ କ୍ଷତିପୂରଣ ନ ମିଳିବା କଣ ପ୍ରସଙ୍ଗ ନୁହେଁ ବୋଲି ଶ୍ରୀ ପ୍ରଧାନ ପ୍ରଶ୍ନ କରିଛନ୍ତି ।
ମୁଖ୍ୟମନ୍ତ୍ରୀଙ୍କ ଘର ସାମନାରେ ଚାକିରୀରୁ ନିଲମ୍ବିତ ଗୃହ ରକ୍ଷୀ ସନ୍ଦୀପ ହାତୀଙ୍କ ଆତ୍ମାହୁତି ପରେ ମୁଖ୍ୟମନ୍ତ୍ରୀ ସହାନୁଭୁତି ଟିକେ ପ୍ରକାଶ ନ କରିବା କି ପ୍ରକାର ସମ୍ବେଦନଶୀଳତା ବୋଲି ଶ୍ରୀ ପ୍ରଧାନ କହିଛନ୍ତି । ତୃତୀୟ ମହଲାର ଓଡିଆ ଭାବାବେଗ ବୁଝୁ ନ ଥିବା ଅଫିସରଙ୍କୁ କିଏ ସମାଲୋଚନା କରି ଦେଲେ ମୁଖ୍ୟମନ୍ତ୍ରୀଙ୍କ ମରମ ବାଧିବା ସହ ସିଧା ସିଧା ସୁରକ୍ଷା ଦେବାକୁ ନିଜେ ଗଣମାଧ୍ୟମକୁ ଆସିବାକୁ ପ୍ରଶ୍ନ କରିଛନ୍ତି ଶ୍ରୀ ପ୍ରଧାନ ।
ଓଡିଶାରେ ୬୦ ହଜାର କୋଟି ଟଙ୍କାର ଖଣି ଦୁର୍ନୀତି ହୋଇଥିବା ଖୋଦ ରାଜ୍ୟ ସରକାର ସତ୍ୟ ପାଠରେ କହିଛନ୍ତି । ମାତ୍ର ଏବେ ସୁଦ୍ଧା ୮ ହଜାର କୋଟି ଟଙ୍କାର ଜୋରିମାନା ଆଦାୟ ହୋଇ ପାରି ନାହିଁ । ଏହା ପ୍ରସଙ୍ଗ କି ନାହିଁ ବୋଲି ଶ୍ରୀ ପ୍ରଧାନ ପ୍ରଶ୍ନ କରିଛନ୍ତି ।
ଜୁଲାଇ ୨୦୦୧ ରେ ନଳିନୀ ମହାନ୍ତି, କମଳା ଦାସ ଓ ପ୍ରଶାନ୍ତ ନନ୍ଦଙ୍କୁ ଦୁର୍ନୀତି ଅଭିଯୋଗରେ ମୁଖ୍ୟମନ୍ତ୍ରୀ ମନ୍ତ୍ରିମଣ୍ଡଳରୁ ବହିଷ୍କାର କରିଥିଲେ । ଏବେ ମୁଖ୍ୟମନ୍ତ୍ରୀଙ୍କୁ କିଏ ପ୍ରଶ୍ନ କଲେ ପ୍ରଶାନ୍ତ ନନ୍ଦ ମୁଖ୍ୟମନ୍ତ୍ରୀଙ୍କ ତରଫରୁ ଉତର ଦେବାକୁ ଆସୁଛନ୍ତି । ମାତ୍ର ପ୍ରଶାନ୍ତ ନନ୍ଦଙ୍କ ଦୁର୍ନୀତି ଅଭିଯୋଗର କଣ ହେଲା ମୁଖ୍ୟମନ୍ତ୍ରୀ ତାହାର କାହିଁକି ଉତର ଦେଉ ନାହାନ୍ତି ବୋଲି ଶ୍ରୀ ପ୍ରଧାନ ପ୍ରଶ୍ନ କରିଛନ୍ତି ।
ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ କେହି ପ୍ରଶ୍ନ କରି ପାରିବେ ନାହିଁ । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟ ଶୈଳୀ ସମାଲୋଚନାରୁ ଉର୍ଧରେ, ମୁଖ୍ୟମନ୍ତ୍ରୀ ନିର୍ବିବାଦୀୟ ଓ ସମାଲୋଚନାରୁ ଉର୍ଧରେ ଏପରି ଚିନ୍ତାଧାରା ଗଣତାନ୍ତ୍ରିକ ମୂଲ୍ୟବୋଧର ପରିପନ୍ଥୀ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।
ଏହି ସମସ୍ତ ପ୍ରସଙ୍ଗ ଶାସକ ଦଳର ଦଳୀୟ ବ୍ୟାପାର ନୁହେଁ ଅଥବା ମୁଖ୍ୟମନ୍ତ୍ରୀଙ୍କ ଘର କଥା ନୁହେଁ ବୋଲି କହିବା ସହ ପୁଣେକୁ ଯାଇ ଆଦର୍ଶ ମୁଖ୍ୟମନ୍ତ୍ରୀର ମିଛ ଡିଣ୍ଡିମ ପିଟିବା ପୂର୍ବରୁ ସାଢେ ଚାରି କୋଟି ଓଡିଆ ଲୋକଙ୍କୁ ନିଜେ ପ୍ରଶ୍ନ ଗୁଡିକର ଉତର ଦିଅନ୍ତୁ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।
ଏହି ମିଶ୍ରଣ ପର୍ବରେ ସତ୍ୟବାଦୀ ନିର୍ବାଚନ ମଣ୍ଡଳୀର ପୂର୍ବତନ ପଂଚାୟତ ସମିତି ଅଧ୍ୟକ୍ଷ ତଥା ଜିଲ୍ଲା ପରିଷଦ ଶ୍ରୀ ଗୋବିନ୍ଦ ଚନ୍ଦ୍ର ସାହୁ,ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ କୁମାରୀ ସବିତା ପଣ୍ଡା ,ପୁରୀ ଜିଲ୍ଲା ବିଜେଡି ଉପସଭାପତି ଶ୍ରୀ ସତୀଶ ମିଶ୍ର,ଜିଲ୍ଲା ବିଜେଡିର କାର୍ଯ୍ୟକାରୀ ସଦସ୍ୟ ଶ୍ରୀ ଭାସ୍କର ମିଶ୍ର, ଦୋକନ୍ଦା ସରପଂଚ ଶ୍ରୀମତି ସତ୍ୟଭାମା ମାନସିଂହ,ଗଡସାପଟ ପୂର୍ବତନ ସରପଂଚ ଶ୍ରୀ ବଟୁ ପଟୁଆରସିଂହ,ଶ୍ରୀ କେଳୁ ଚରଣ ଚମ୍ପତି,ଆତ୍ମାକମିଟିର ପୂର୍ବତନ ଅଧ୍ୟକ୍ଷ ଶ୍ରୀ ନିରଂଜନ ବିଶ୍ୱାଳ,କଣାସର ପୂର୍ବତନ ସରପଂଚ ଶ୍ରୀ ବୀଣାପାଣି ବେହେରା,ବଡାସର ପୂର୍ବତନ ସମିତି ସଭ୍ୟା ଶ୍ରୀମତି ଅମ୍ବିକା ବେହେରା, ତ୍ରିଲୋଚନପୁରର ପୂର୍ବତନ ସରପଂଚନ ଶ୍ରୀ ରାଜକିଶୋର ରଣସିଂହ,କଣାସ ସମିତିସଭ୍ୟ ଶ୍ରୀମତି ସାବିତ୍ରୀ ମହାପାତ୍ର,ପୂର୍ବତନ ସମିତିସଭ୍ୟ ମନୋଜ ସାହୁ, ବିଜୁ ଜନତା ଦଳର ଯୁବନେତା ଶ୍ରୀ ରବିନ୍ଦ୍ରନାଥ ରାଉତରାୟଙ୍କ ସମେତ ଜିଲ୍ଲା ବିଜେଡି ଓ କଂଗ୍ରେସର ହଜାର ହଜାର କର୍ମୀ ଆନୁÂାନିକ ଭାବେ ଭାରତୀୟ ଜନତା ପାର୍ଟୀରେ ଯୋଗ ଦେଇଛନ୍ତି ।
ସେହିପରି ନିମାପଡା ନିର୍ବାଚନ ମଣ୍ଡଳୀ ଗୋପ ବ୍ଲକ ବନ୍ତଳି ଗ୍ରାମ ପଂଚାୟତର ସମିତିସଭ୍ୟ ପାର୍ଥୀ ଶ୍ରୀ ମହେଶ୍ୱର ନାୟକ,ଶ୍ରୀ ସର୍ବେଶ୍ୱର ପ୍ରଧାନ,ଶ୍ରୀ ବାୟାଧର ମୁଦୁଲି କଂଗ୍ରେସ ଛାଡି ବିଜେପିରେ ମିଶିଛନ୍ତି । ଅନ୍ୟପଟେ ଚଅଁରପଦା ଗ୍ରାମ ପଂଚାୟତର ପୂର୍ବତନ ସମିତି ସଭ୍ୟ ଶ୍ରୀ ପୀତବାସ ମଲ୍ଲିକ ବିଜେଡି ଛାଡି ବିଜେପିରେ ମିଶିଛନ୍ତି ।
କଟକ ସଦର ନିର୍ବାଚନ ମଣ୍ଡଳୀରେ କୁଳସରିଚୁଆଁ ଓ ଓପଲଫେଡ୍ ସୋସାଇଟିର ସଭାପତି ଶ୍ରୀ ବିଜୟ ରାଉତରାୟ, କୁଳସରିଚୁଆଁ ଗ୍ରାମ ପଂଚାୟତର ପୂର୍ବତନ ସରପଂଚ ଶ୍ରୀ ଜଗନ୍ନାଥ ଜେନା ଓ ମନୋରମା ଜେନା ବିଜେଡି ଛାଡି ବିଜେପିରେ ଯୋଗ ଦେଇଛନ୍ତି ।
କଟକ ରାଣିହାଟ ବଜାର କମିଟିର ସଭାପତି ଶ୍ରୀ ମନୋଜ କୁମାର ବେହେରା,ଇନ୍ଦ୍ରାଣୀପାଟଣା ଗ୍ରାମପଂଚାୟତର ଶ୍ରୀ ବିନୟ କୁମାର ମଲ୍ଲିକ,ଶ୍ରୀ ଶଶିଭୂଷଣ ଜେନା,ଶ୍ରୀ ଶଙ୍କର୍ଷଣ ମହାପାତ୍ରଙ୍କ ସହ ବଣିପଦା ଗ୍ରାମପଂଚାୟତର ଶ୍ରୀ ବିପନ କୁମାର ସ୍ୱାଇଁ କଂଗ୍ରେସ ଛାଡି ବିଜେପିରେ ସାମିଲ ହୋଇଛନ୍ତି ।
ମିଶ୍ରଣ ପର୍ବରେ ୨୦୦ ରୁ ଉଦ୍ଧ୍ୱର୍ ଚଳଚ୍ଚିତ୍ରରେ ଅଭିନୟ କରିଥିବା ବରିÂ ଅଭିନେତା ସରୋଜ ଦାସ ଏବଂ ନିଦେ୍ର୍ଧଶକ ତଥା ଅଭିନେତା ଶକ୍ତି ବରାଳ ମଧ୍ୟ ବିଜେପିରେ ସାମିଲ ହୋଇଛନ୍ତି ।
ଏହି ମିଶ୍ରଣ ପର୍ବରେ ରାଜ୍ୟ ବିଜେପି ବିଧାୟକ ଦଳ ନେତା ଶ୍ରୀ କନକ ବର୍ଦ୍ଧନ ସିଂହ ଦେଓ, ରାଜ୍ୟ ବିଜେପି ଉପସଭାପତି ଶ୍ରୀ ସମୀର ମହାନ୍ତି ଓ ଶ୍ରୀ ନୟନ କିଶୋର ମହାନ୍ତି, ପୂର୍ବତନ ମନ୍ତ୍ରୀ ଶ୍ରୀ ସମୀର ଦେ, ଶ୍ରୀମତି ସୁରମା ପାଢୀ,ଶ୍ରୀ ପ୍ରତାପ ଷଡଙ୍ଗୀ, ରାଜ୍ୟ ବିଜେପି ସାଧାରଣ ସଂପାଦକ ଶ୍ରୀ ପୃଥୀରାଜ ହରିଚନ୍ଦନ ଓ ଶ୍ରୀ ଭୃଗୁ ବକ୍ସିପାତ୍ର, ରାଜ୍ୟ ସଂପାଦକ ଦିଲ୍ଲୀପ ମଲ୍ଲିକ,ମହିଳା ମୋର୍ଚ୍ଚା ସଭାନେତ୍ରୀ ଶ୍ରୀମତି ପ୍ରଭାତି ପରିଡା,ରାଜ୍ୟ ବିଜେପି ପବକ୍ତା ଶ୍ରୀ ଦିଲ୍ଲୀପ ମହାନ୍ତି ଓ ଶ୍ରୀ ପୀତାମ୍ବର ଆଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ଥିଲେ ।

Share in top social networks!
Powered By Indic IME