ସାର୍ବଜନୀନ ଚକ୍ଷୁ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ସଂପର୍କରେ ବୈଠକ

20180118_114526ସାର୍ବଜନୀନ ଚକ୍ଷୁ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ସଂପର୍କରେ ଆଜି ଏକ ଉଚ୍ଚସ୍ତରୀୟ ବୈଠକ ଅନୁÂିତ ହୋଇଯାଇଛି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ , ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ଅଧ୍ୟକ୍ଷତାରେ ଅନୁÂିତ ଉକ୍ତ ବୈଠକରେ ରାଜ୍ୟରେ ଦୃଷ୍ଟିହୀନତା ଦୁରୀକରଣ ନିମନ୍ତେ ଆରମ୍ଭ କରାଯାଇଥିବା ଏହି କାର୍ଯ୍ୟକ୍ରମକୁ ବ୍ୟାପକ କରାଯାଇ ନିର୍ଦ୍ଧାରିତ ସମୟ ମଧ୍ୟରେ ଲକ୍ଷ୍ୟହାସଲ କରିବା ଉପରେ ଗୁରୁତ୍ୱ ଆରୋପ କରାଯାଇଛି । ନୂଆକରି ଆରମ୍ଭ କରାଯାଇଥିବା ଏହି କାର୍ଯ୍ୟକ୍ରମ ସମସ୍ତ ଜିଲ୍ଲାରେ କିପରି ସଫଳତାର ସହିତ କାର୍ଯ୍ୟକାରୀ କରାଯାଇ ପାରିବ , ଚକ୍ଷୁ ପରୀକ୍ଷା ଶିବିର ଆୟୋଜନ ମାଧ୍ୟମରେ କିପରି ଚିହ୍ନଟ ପ୍ରକ୍ରିୟାକୁ ଜୋରଦାର କରାଯାଇପାରିବ , ଚିହ୍ନଟ ମାନଙ୍କୁ ଉପଯୁକ୍ତ ଚିକିତ୍ସା , ମୋତିଆବିନ୍ଦୁ ଅପରେସନ ସୁବିଧା ଉପଲବ୍ଧ ସହିତ ଅଧିକରୁ ଅଧିକ ଲୋକଙ୍କର ମୋତିଆବିନ୍ଦୁ ଅପରେସନ ବ୍ୟବସ୍ଥା କରିବା ଆଦି ସଂପର୍କରେ ବିସ୍ତୃତ ଆଲୋଚନା ହୋଇଛି । ଏହି କାର୍ଯ୍ୟକ୍ରମକୁ ଆଗେଇ ନେବା ନିମନ୍ତେ ଆବଶ୍ୟକ ଆନୁସଂଗିକ ବ୍ୟବସ୍ଥାକୁ ତ୍ୱରାନ୍ୱିତ କରିବାକୁ କୁହାଯାଇଛି ।
ରାଜ୍ୟ ମେଡିକାଲ ନିଗମ ସମ୍ମିଳନୀ କକ୍ଷରେ ଅନୁÂିତ ଉକ୍ତ ବୈଠକରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ କମିଶନର ତଥା ଶାସନ ସଚିବ ଡାଃ ପ୍ରମୋଦ କୁମାର ମେହେର୍ଦ୍ଧା , ସାର୍ବଜନୀନ ଚକ୍ଷୁ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ନିମନ୍ତେ ଗଠିତ କ୍ଷମତାପନ୍ନ କମିଟି ଚେୟାରମ୍ୟାନ ଡାଃ ଟି.ପି.ଦାସ , ଜାତୀୟ ସ୍ୱାସ୍ଥ୍ୟ ମିଶନ ନିଦେ୍ର୍ଧଶିକା ଶାଳିନୀ ପଣ୍ଡିତ , ମେଡିକାଲ ନିଗମ ପରିଚାଳନା ନିଦେ୍ର୍ଧଶିକା ଅର୍ଚ୍ଚନା ପଟ୍ଟନାୟକକ , ସ୍ୱାସ୍ଥ୍ୟସେବା ନିଦେ୍ର୍ଧଶକ ଡାଃ ବି.କେ.ବ୍ରହ୍ମାଙ୍କ ସମେତ ଏଲ୍.ଭି.ଚକ୍ଷୁ ପ୍ରତିÂାନ. ଭୁବନେଶ୍ୱର , ରୋଟାରୀ ପଦାଧିକାରୀ ଏବଂ ଅନ୍ୟାନ୍ୟ ବିଭାଗୀୟ ପଦାଧିକାରୀମାନେ ଉପସ୍ଥିତ ଥିଲେ ।

Share in top social networks!
Powered By Indic IME