ରାଜାରାଣୀ ସଙ୍ଗୀତ ଉତ୍ସବ ଉଦ୍ଘାଟିତ ; ଶାସ୍ତ୍ରୀୟ ସଙ୍ଗୀତର ମୁର୍ଚ୍ଛନାରେ ରାଜାରାଣୀ ମନ୍ଦିର ପ୍ରାଙ୍ଗଣ ମୁଖରିତ

DSC_9704
ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ଓଡ଼ିଶା ସଙ୍ଗୀତ ନାଟକ ଏକାଡେ଼ମୀ ଦ୍ୱାରା ଆୟୋଜିତ ରାଜାରାଣୀ ସଙ୍ଗୀତ ମହୋତ୍ସବ ଆଜିଠାରୁ ତିନିଦିନ ଧରି କଳିଙ୍ଗ କଳାସ୍ଥାପତ୍ୟର ଚମକ୍ରାର କଳାକୃତି ଏକାଦଶ ଶତାବ୍ଦୀ ନିର୍ମିତ ପ୍ରସିଦ୍ଧ ରାଜାରାଣୀ ମନ୍ଦିର ପ୍ରାଙ୍ଗଣରେ ଅନୁÂିତ ହେଉଛି । ଏହି ଉତ୍ସବର ମୁଖ୍ୟ ଉଦେ୍ଧଶ୍ୟ ହେଉଛି ଭାରତବର୍ଷରେ ଥିବା ଶାସ୍ତ୍ରୀୟ ତଥା ପାରମ୍ପାରିକ ସଙ୍ଗୀତକୁ ଗୋଟିଏ ମଞ୍ଚରେ ପ୍ରଦର୍ଶନ କରାଇ ଆଗାମୀ ପିଢିର କଳାକାରମାନଙ୍କୁ ଆମର ଶାସ୍ତ୍ରୀୟ ସଙ୍ଗୀତ ପ୍ରତି ରୁଚି ବଢାଇବା ସହିତ ଏହି କଳାର ପ୍ରଚାର ପ୍ରସାର କରାଇବା । ଏହା ବ୍ୟତୀତ ମନ୍ଦିରମାଳିନୀ ଭୁବନେଶ୍ୱରରେ ରାଜାରାଣୀ ମନ୍ଦିର ପରି ଏକ ରମଣୀୟ ତଥା କମନୀୟ ସ୍ଥାପତ୍ୟ କଳାପୂର୍ଣ୍ଣ ମନ୍ଦିରକୁ ରାଜ୍ୟବାହାରୁ ତଥା ବିଦେଶରୁ ସଙ୍ଗୀତ ପ୍ରେମୀ ବିଧଗ୍ଧ ଶ୍ରୋତା ଓ ପର୍ଯ୍ୟଟକମାନଙ୍କୁ ଆକର୍ଷଣ କରାଇବା ।

ଆଜି ସନ୍ଧ୍ୟାର ପ୍ରଥମ କାର୍ଯ୍ୟକ୍ରମ ଥିଲା ରମେଶ ଚନ୍ଦ୍ର ଦାସଙ୍କ ବେହେଲା ସହିତ ଶ୍ରୀନିବାସ ଶଥପତୀଙ୍କ ବଂଶୀର ଯୁଗଳବନ୍ଦୀ । ରାଗ ଭୁପାଲି ଓ ତାଳ ରୂପକ ଉପରେ ସେମାନଙ୍କର ପରିବେଷଣ ଥିଲା ଅତ୍ୟନ୍ତ ମନୋରମ । ପରେ ପରେ ସେମାନଙ୍କର ପ୍ରସ୍ତୁତିରେ ଥିଲା ରାଗ ମିଶ୍ରକାଫୀ ଓ ତାଳ କହରବା । ତବଲାରେ ସେମାନଙ୍କୁ ସହଯୋଗ କରିଥିଲେ କୁଳମଣୀ ସାହୁ ଏବଂ ବିଶ୍ୱରଞ୍ଜନ ନନ୍ଦ । ଚମକ୍ରାର ବେହେଲା ବାଦନ ସାଙ୍ଗକୁ ବଂଶୀର ସ୍ୱର ଶୀତୁଆ ସନ୍ଧ୍ୟାରେ ଦର୍ଶକମାନଙ୍କୁ ଆନନ୍ଦ ଦେଇଥିଲା ।

ସନ୍ଧ୍ୟାର ଦ୍ୱିତୀୟ କାର୍ଯ୍ୟକ୍ରମ ଥିଲା କର୍ଣ୍ଣାଟକୀ ସଙ୍ଗୀତର ପ୍ରସିଦ୍ଧ ଗାୟକ ସଞ୍ଜୟ ସୁବ୍ରମଣ୍ୟମ୍ଙ୍କର କର୍ଣ୍ଣାଟକୀ ସଙ୍ଗୀତ ପରିବେଷଣ । ତାଙ୍କର ପରିବେଷଣରେ ଥିଲା ପେରିଆଲୱାସଙ୍କ ରଚନା, ରାଗ ନଟାଇ, ଆଦିତାଳ, ତ୍ୟାଗରାଜକୃତି, ଜୟଦେବଙ୍କ ଗୀତଗୋବିନ୍ଦ ଯାହା ଶ୍ରୋତାମାନଙ୍କୁ ମନ୍ତ୍ରମୁଗ୍ଧ କରିଥିଲା । ରାଗ ନଟାଇ, ରସୋତ୍ତୀର୍ଣ୍ଣ ପରିବେଷଣ ଭାବାବେଗ ସହିତ ଶୁଦ୍ଧ ଉଚ୍ଚାରଣ ଓ ଗାମ୍ଭିର୍ଯ୍ୟ ଏବଂ ଚିତାକର୍ଷକ ସ୍ୱରରେ ସେ ଦୀର୍ଘ ସମୟଧରି ଦର୍ଶକମାନଙ୍କୁ ଆହ୍ଲାଦିତ କରିଥିଲେ । ତାଙ୍କୁ ଯନ୍ତ୍ରାଂଶରେ ସହଯୋଗ କରିଥିଲେ, ବେହେଲାରେ ଏସ୍. ଭରଦରାଜନ୍, ମୃଦଙ୍ଗରେ ବି ଭେଙ୍କଟେଶ ଏବଂ ଖଞ୍ଜିରାରେ ଟି. ରାଜଗନେଶ ।

ଉଦ୍‍ଘାଟନୀ ସଂଧ୍ୟାର ଏହି ମନୋରମ ସଙ୍ଗୀତ ପରିବେଷଣକୁ ବହୁ ସଂଖ୍ୟାରେ ଦର୍ଶକ ଉପଭୋଗ କରିଥିଲେ । ଆଜି ସନ୍ଧ୍ୟାରେ ଅତିଥି ଭାବରେ ପ୍ରଦୀପ ପ୍ରଜ୍ୱୋଳନ କରିଥିଲେ ପର୍ଯ୍ୟଟନ ବିଭାଗର ନିଦେ୍ର୍ଧଶକ ଡ଼. ନିତିନ୍ ଭାନୁଦାସ ଜାୱଲେ, ବିଶିଷ୍ଟ ସଙ୍ଗୀତଜ୍ଞ ପ୍ରଫେସର ଗୁରୁ ରାମହରି ଦାସ ଓ ଓଡ଼ିଶା ସଙ୍ଗୀତ ନାଟକ ଏକାଡେ଼ମୀର ସଚିବ ଡ଼. ବିଜୟ କୁମାର ଜେନା । କାର୍ଯ୍ୟକ୍ରମକୁ ସଂଚାଳନା କରିଥିଲେ ଡ଼. ସଙ୍ଗୀତା ଗୋସାଇଁ ଓ ଡ଼. ଭିଦୁଲା ରାମଲକ୍ଷ୍ମୀ । ପର୍ଯ୍ୟଟନ ବିଭାଗର ସହ ନିଦେ୍ର୍ଧଶକ ଡ଼. ସୁନିଲ କୁମାର ପଟ୍ଟନାୟକ, ସରୋଜ କୁମାର ଜେନା, ପ୍ରତାପଦେବ ରାଜ ଏବଂ ଡ଼. ରତିକାନ୍ତ ପଟ୍ଟନାୟକ, ପର୍ଯ୍ୟଟନ ଅଧିକାରୀ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଉକ୍ତ କାର୍ଯ୍ୟକ୍ରମର ଶବ୍ଦ ସଂଯୋଜନା କରିଥିଲେ ତାରାକାନ୍ତ ପଣ୍ଡା ଏବଂ ଆଲୋକ ସଂଯୋଜନା କରିଥିଲେ ଜୟଦେବ ଜେନା ।

Share in top social networks!
Powered By Indic IME