ଆସନ୍ତା କାଲି ଦିନିକିଆ ଓଡିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ମନ୍ତ୍ରୀ ଥାୱର ଚନ୍ଦ ଗହଲୋତ

ଭୁବନେଶ୍ୱର, ତା ୧୮/୦୧ : ଆସନ୍ତାକାଲି କେନ୍ଦ୍ର ସମାଜିକ ନ୍ୟାୟ ଏବଂ ସଶକ୍ତିକରଣ ମନ୍ତ୍ରୀ ଥାୱର ଚନ୍ଦ ଗହଲୋତ ସକାଳ ୯ ଟା ୧୦ମିନିଟ୍ ସମୟରେ ଭୁବନେଶ୍ୱର ବିମାନବନ୍ଦରରେ ଆସି ପହଚିଂବେ । ତାପରେ ମାନ୍ୟବର ମନ୍ତ୍ରୀ ଶ୍ରୀ ଗହଲୋତ ରୋଡ୍ ଦେଇ କଟକ ଜିଲ୍ଲା ଅଡସପୁର ଠାରେ ୧୦ଟା ୩୦ ମିନିଟରେ ପହଂଚି ସ୍ୱାମୀ ବିବେକାନନ୍ଦ ଜାତୀୟ ଥଇଥାନ ପ୍ରଶିକ୍ଷଣ ଏବଂ ଅନୁସଦ୍ଧାନ ସଂସ୍ଥାର ୧୦୦ଟି ବେଡ୍ ବିଶିଷ୍ଟ ଏକ କୋଠାର ଭିତିପସ୍ତର ସ୍ଥାପନା କରିବେ । କାର୍ଯ୍ୟକ୍ରମ ପରେ ମନ୍ତ୍ରୀ ଶ୍ରୀ ଗହଲୋତ ଭୁବନେଶ୍ୱର ଫେରି ବିମାନବନ୍ଦରରୁ ଅପରାହ୍ନ ୪ ଟା ୨୦ମିନିଟ୍ରେ ଦିଲ୍ଲୀ ଅଭିମୁଖେ ଯାତ୍ରା କରିବେ ।

Share in top social networks!
Powered By Indic IME