ଦଶରଥପୁରରେ ଅସହାୟ ଗରିବ ମହିଳାକୁ ଦୁର୍ଷ୍କମ ପ୍ରସଂଗ; ବଳାକ୍ରାରୀକୁ ୨୪ ଘଂଟା ମଧ୍ୟରେ ଗିରଫ କରାଯାଉ : ବିଜେପି

PC Photo_P ମୁଖ୍ୟମନ୍ତ୍ରୀଙ୍କ ୧୮ ବର୍ଷ ଶାସନ ପରେ ବି ରାଜ୍ୟରେ ନାରୀମାନେ ନିଜକୁ ଅସୁରକ୍ଷିତ ମଣୁଛନ୍ତି । ଶାସକ ବିଜେଡି ନାରୀଙ୍କୁ ସମ୍ମାନ ଦେଉଛି ବୋଲି କେବଳ ନାରାବାଜି କରୁଛି । ବାସ୍ତବ ଚିତ୍ର କଣ ତାହା ଦଶରଥପୁର ଘଟଣାରୁ ସ୍ପଷ୍ଟ ଜଣା ପଡୁଛି । ଭତା ସହ ବିଜୁ ପକ୍କା ଘର ଦେବାକୁ କହି ଅସହାୟ ଗରୀବ ମହିଳାକୁ ଦୁର୍ଷ୍କମ କରିବା ଅତ୍ୟନ୍ତ ନିନ୍ଦନୀୟ ଘଟଣା । ଏବେ ବି ପୋଲିସ ପ୍ରଶାସନ ଶାସକ ବିଜେଡିର ହାତବାରେସି ସାଜି ଦୋଷୀକୁ ଗିରଫ ନକରିବା ଘଟଣା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ରାଜ୍ୟ ବିଜେପି ମହିଳା ମୋର୍ଚ୍ଚାର ସଭାନେତ୍ରୀ ଶ୍ରୀମତି ପ୍ରଭାତି ପରିଡା କହିଛନ୍ତି ।
ରାଜ୍ୟ ମହିଳା ମୋର୍ଚ୍ଚାର ସଭାନେତ୍ରୀ ଶ୍ରୀମତି ପରିଡାଙ୍କ ନେତୃତ୍ୱରେ ୧୨ ଜଣିଆ ପ୍ରତିନିଧୀ ଯାଇ ପିଡୀତାଙ୍କୁ ଭେଟିବା ସହ ଘଟଣାର ସର ଜମିନ ତଦନ୍ତ କରିଛନ୍ତି । ପିଡୀତାଙ୍କ ବୟାନ ଅନୁଯାୟୀ ତାଙ୍କ ସହ ଯାହା ବି ଘଟଣା ଘଟିଛି ସେସବୁ ସେ ମାଜିଷ୍ଟେଟଙ୍କ ଆଗରେ ଉପସ୍ଥାପିତ କରିଛନ୍ତି । ବିଜୁ ପକ୍କାଘର ଓ ଭତା ପାଇଁ ଶାସକ ବିଜେଡିର ପୂର୍ବତନ ମନ୍ତ୍ରୀ ପ୍ରଣବ ପ୍ରକାଶଙ୍କ ଅତି ନିଜର କୁହାଯାଉଥିବା ଚନ୍ଦ୍ରକାନ୍ତ ମହାପାତ୍ର ଅସହାୟ ମହିଳାଙ୍କୁୁ ଧମକ ଦେବା ସହ ଦୁର୍ଷ୍କମ କରିଛନ୍ତି । ପରିସ୍ଥିତିକୁ ଦେଖିଲେ ଏଭଳି ଏକ ଅମାନୁଷିକ କାଣ୍ଡ ଘଟାଇ ଫେରାର ଥିବା ରମାକାନ୍ତଙ୍କୁ କଣ ପାଇଁ ପୋଲିସ ଏ ଯାଏଁ ଗିରଫ କରିନି ବୋଲି ଶ୍ରୀମତି ପରିଡା ପ୍ରଶ୍ନ ଉଠାଇଛନ୍ତି ।
ଏତେବଡ ଘଟଣା ପରେ ବି ମୁଖ୍ୟମନ୍ତ୍ରୀ ଓ ପ୍ରଣବ ପ୍ରକାଶ ଦାସ ଉଭୟେ ଚୁପ୍ ରହିଛନ୍ତି । ଅନ୍ୟପଟେ ରାତାରାତି ବିଜେଡି କାର୍ଯ୍ୟାଳୟକୁ ଏକ ଗୋଦାମ ଘର ଭାବେ ବଦଳାଇ ଦିଆଯାଇଛି । ବଳାକ୍ରାରର ସମସ୍ତ ପ୍ରମାଣ ନଷ୍ଟ କରିବା ପାଇଁ ଶାସକ ବିଜେଡି ଜୋରଦାର ପ୍ରୟାଶ କରୁଛି । ପ୍ରତି ମୂହୁର୍ତରେ ଶାସକ ଦଳର କର୍ମୀମାନେ ପିଡୀତାଙ୍କୁ ବୁଝାମଣା କରିବାକୁ ବାଧ୍ୟ କରିବା ସହ ବୁଝାମଣା ନକଲେ ଜୀବନରୁ ମାରିବା ପାଇଁ ମଧ୍ୟ ଧମକ ଦେଉଛନ୍ତି । ଶାସକ ବିଜେଡିର କିଛି କର୍ମୀମାନେ ରାତିରେ ପିଡୀତାଙ୍କ ଘର କବାଟ ବାଡେଇ ହଇରାଣ କରୁଛନ୍ତି । ଚନ୍ଦ୍ରକାନ୍ତଙ୍କ କିଛି ସହେଯାଗୀ ଭିଡିଓ ଭାଇରାଲ କରିବା ପାଇଁ ମଧ୍ୟ ଧମକ ଦେଉଛନ୍ତି । ଏହି ଘଟଣାରୁ ସ୍ପଷ୍ଟ ଜଣାପଡୁଛି କି ମୁଖ୍ୟମନ୍ତ୍ରୀ ଏଭଳି ଏକ ସମ୍ବେଦନଶୀଳ ଘଟଣାରେ ପ୍ରତିକ୍ରିୟା ନଦେଇ ପରୋକ୍ଷରେ ପ୍ରଶାସନ ଉପରେ ଚାପ ପକାଇ ମାମଲାକୁ ଦବାଇବାକୁ ବସିଛନ୍ତି ।
ଯାଜପୁର ଏସପି ପିଡୀତାଙ୍କୁ ସୁରକ୍ଷା ଯୋଗାଇବା ସହ ଦୋଷୀକୁ ଖୁବ ଶୀଘ୍ର ଗିରଫ କରିବେ ବୋଲି ପ୍ରତିଶୃତି ଦେଇଛନ୍ତି । ତେବେ ଆସନ୍ତା ୨୪ ଘଂଟା ଭିତରେ ବଳାକ୍ରାରୀ ଚନ୍ଦ୍ରକାନ୍ତକୁ ଗିରଫ ନକରାଗଲେ ଆସନ୍ତାକାଲି ମଙ୍ଗଳପୁର ଥାନା ଘେରାଉ କରାଯିବ ବୋଲିୁ ଶ୍ରୀମତି ପରିଡା କହିଛନ୍ତି ।
ବିଜେଡି ନେତା ଅସହାୟ ମହିଳାଙ୍କୁ ବଳାକ୍ରାର କରିବା ଘଟଣା ସାରା ମହିଳା ସମାଜକୁ ମର୍ମାହତ କରିଛି । କ୍ଷମତାରେ ରହି ଶାସକ ଦଳର ଏପରି ଅସମାଜିକ କାର୍ଯ୍ୟକୁ ବିରୋଧ କରି ରାଜ୍ୟ ବିଜେପି ମହିଳା ମୋର୍ଚା ଆଗାମୀ ଦିନରେ ରାଜରାସ୍ତାକୁ ଓହ୍ଲାଇବ ବୋଲି ଶ୍ରୀମତି ପରିଡା ଚେତାବନୀ ଦେଇଛନ୍ତି ।

Share in top social networks!
Powered By Indic IME