କାର୍ଯ୍ୟରତ ସାମ୍ବାଦିକମାନଙ୍କୁ ସ୍ୱାସ୍ଥ୍ୟବୀମା ବାବଦ ପି୍ରମିୟମ ରାଶି ଦେବାକୁ ପଡ଼ିବ ନାହିଁ

ରାଜ୍ୟରେ କାର୍ଯ୍ୟରତ ସାମ୍ବାଦିକମାନଙ୍କୁ ସ୍ୱାସ୍ଥ୍ୟବୀମା ପ୍ରଦାନ କରିବା ପାଇଁ ରାଜ୍ୟ ସରକାର “”ଓଡ଼ିଶା
କାର୍ଯ୍ୟରତ ସାମ୍ବାଦିକ ସ୍ୱାସ୍ଥ୍ୟବୀମା ନିୟମ-୨୦୧୬” ପ୍ରଣୟନ କରିଛନ୍ତି । ସମସ୍ତ ଅଧ#ସ୍ୱୀକୃତିପ୍ରାପ୍ତ ସାମ୍ବାଦିକ/
ସମସ୍ତ ଅନୁମୋଦିତ ଖବର କାଗଜର ସାମ୍ବାଦିକ/ଇଲେକେଫ&୍ରାନିକ୍ ମିଡ଼ିଆ/େଓ୍ୱବ୍ ମିଡ଼ିଆ ଓ ନୁ୍ୟଜ୍ ଏଜେନ୍ସିର
କାର୍ଯ୍ୟରତ ସାମ୍ବାଦିକମାନେ ଏହି ଯୋଜନାରେ ଅନ୍ତର୍ଭୁକ୍ତ ହୋଇପାରିବେ । ସାମ୍ବାଦିକମାନଙ୍କୁ ସ୍ୱାସ୍ଥ୍ୟବୀମା ବାବଦ
କୌଣସି ପି୍ରମିୟମ ରାଶି ଦେବାକୁ ପଡ଼ିବ ନାହିଁ । ସରକାର ସମ୍ପୂର୍ଣ୍ଣ ଭାବରେ ବୀମା ରାଶି ବହନ କରିବେ ।

ଏହି ଯୋଜନାରେ ଅନ୍ତର୍ଭୁକ୍ତ ପାଇଁ କାର୍ଯ୍ୟରତ ସାମ୍ବାଦିକମାନେ ନିର୍ଦ୍ଧାରିତ ଫର୍ମରେ ନିଜର ସବିଶେଷ ତଥ୍ୟ
ସହିତ ସେମାନଙ୍କର ପରିବାର ସଦସ୍ୟଙ୍କ ନାମ, ବୟସ ଇତ୍ୟାଦିର (ନିଜେ, ସ୍ତ୍ରୀ/ସ୍ୱାମୀ, ନିର୍ଭରଶୀଳ ସନ୍ତାନ/
ସନ୍ତତି ଅତିବେଶିରେ ୫ଜଣ) ତଥ୍ୟ ସମ୍ପୃକ୍ତ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧ#କାରୀଙ୍କ ନିକଟରେ ଦାଖଲ କରିବାକୁ
ଅନୁରୋଧ ।

ନିର୍ଦ୍ଧାରିତ ଫର୍ମ ଏବଂ ସ୍ୱାସ୍ଥ୍ୟବୀମା ଯୋଜନାରେ ସମସ୍ତ ବିବରଣୀ ଓଡ଼ିଶା ସରକାରଙ୍କ ସୂଚନା ଓ ଲୋକସମ୍ପର୍କ
ବିଭାଗର େଓ୍ୱବ୍ସାଇଟ୍ (inଞ୍ଛr.ଞ୍ଚଛiଟhଚ୍ଚ.ଜ୍ଜଞ୍ଚଠ.in)ରେ ଉପଲବ୍ଧ ।

Share in top social networks!
Powered By Indic IME