ମହାନଦୀ ବିବାଦ ଖୁବ ଶୀଘ୍ର ସମାଧାନ ହେଉ ବୋଲି ବିଜେଡି ସଦସ୍ୟମାନେ ଚାହୁଁନାହାଁନ୍ତି : କେ.ଭି.ସିଂହଦେଓ

ମହାନଦୀ ବିବାଦର ସମାଧାନ କରିବା ପାଇଁ ଶାସକ ବିଡେଜି ପ୍ରସ୍ତୁତ ନାହିଁ । ମହାନଦୀ ଜଳ ବିବାଦର ସମାଧାନ ଖୁବଶୀଘ୍ର ହେଉ ବୋଲି ରାଜ୍ୟର ମୁଖ୍ୟମନ୍ତ୍ରୀ ବି ଚାହୁଁନାହାଁନ୍ତି । କେନ୍ଦ୍ର ଜଳ ସଂପଦ ମନ୍ତ୍ରୀ ନୀତିଶ ଗଡକରି ଆପୋଷ ବୁଝାମଣା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିବା ପରେ ବି ବିଭିନ୍ନ ଆଳ ଦେଖାଇ ଶାସକ ବିଜେଡି ନିଜର ଦୋଷ ଦୁର୍ବଳତା ଲୁଚାଉଛି । ଶାସକ ବିଜେଡିର ଅଧିକାଂଶ ବିଧାୟକ ଗୃହ କମିଟି ବୈଠକରେ ଅନୁପସ୍ଥିତ ରହିବା ବିଜେଡିର ମହାନଦୀ ବିବାଦ ସମାଧାନ ପ୍ରତି ଥିବା ନକରାତ୍ମକ ଆଭିମୁଖ୍ୟକୁ ଦର୍ଶାଉଛି ବୋଲି ବିଧାୟକ ଦଳ ନେତା ଶ୍ରୀ କେ.ଭି ସିଂହଦେଓ କହିଛନ୍ତି ।
ଗୃହ କମିଟି ବୈଠକରେ ଶାସକ ବିଜେଡି ଦଳର ବିଧାୟକମାନେ ଅନୁପସ୍ଥିତ ରହିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଘଟଣା । ବୈଠକରେ ଶାସକ ବିଜେଡି ଦଳର ହାତଗଣତି କିଛି ବିଧାୟକଙ୍କୁ ଛାଡି ବାକି ସମସ୍ତ ବିଧାୟକ ଅନୁପସ୍ଥିତ ଥିଲେ । ଏହି ଘଟଣାରୁ ଜଣାପଡୁଛି କି, ଶାସକ ବିଜେଡି ମହାନଦୀର ସୁରକ୍ଷା ଓ ରାଜ୍ୟର ସ୍ୱାର୍ଥକୁ ଅଣଦେଖା କରି ନିଜର ଭୋଟବ୍ୟାଙ୍କ ରାଜନୀତି କରିବା ପାଇଁ ଚାହୁଁଛି । ଅନ୍ୟପଟେ ବୈଠକ ପୂର୍ବରୁ ସରକାରଙ୍କ ପକ୍ଷରୁ ମହାନଦୀ ସମ୍ବନ୍ଧରେ ରିପୋର୍ଟ ଦେବା ପାଇଁ କହିଥିଲେବି ବୈ÷ଠକ ଅବ୍ୟବହିତ ପୂର୍ବରୁ ଆସି ତଥ୍ୟ ଦେବା ଘଟଣାରୁ ସ୍ପଷ୍ଟ ଜଣାପଡୁଛି ବାସ୍ତବରେ ମୁଖ୍ୟମନ୍ତ୍ରୀଙ୍କର ମହାନଦୀ ସମସ୍ୟାର ସମାଧାନ ପାଇଁ ଆଦୈା ଆନ୍ତରିକତା ନାହିଁ । ମହାନଦୀ ଜଳ ବିବାଦ ନେଇ ବିଧାନ ସଭା ଗୃହ କମିଟିରେ ଆଜି ବସିଥିବା ବୈଠକରେ କୈାଣସି ନିଷ୍ଫତି ନହେବା ଏବଂ ବୈଠକକୁ ଫେବୃଆରୀ ପର୍ଯ୍ୟନ୍ତ ସ୍ଥଗିତ କରିବା ଅତ୍ୟନ୍ତ ନିନ୍ଦନୀୟ ବୋଲି ଶ୍ରୀ ସିଂହଦେଓ କହିଛନ୍ତି ।

Share in top social networks!
Powered By Indic IME