୨୭ରେ ‘ଦି ଟଲ୍‍ ମ୍ୟାନ୍‍ ବିଜୁ ପଟ୍ଟନାୟକ’ ପୁସ୍ତକ ଉନ୍ମୋଚନ ଉତ୍ସବ

Biju Patnaik Janma satabarsiki committee ra Press meet (2) ବିଜୁ ପଟ୍ଟନାୟକ ଜନ୍ମ ଶତବାର୍ଷିକୀ କମିଟି ପକ୍ଷରୁ ‘ଦି ଟଲ୍‍ ମ୍ୟାନ୍‍ ବିଜୁ ପଟ୍ଟନାୟକ’
ପୁସ୍ତକ ଉନ୍ମୋଚନ ଉତ୍ସବ ଆସନ୍ତା ଜାନୁଆରୀ ୨୭ ତାରିଖରେ ଭୁବନେଶ୍ୱରସ୍ଥ ଉକ୍ରଳ ମଣ୍ଡପରେ ଅପରାହ୍ଣ ୪.୩୦ରେ ଅନୁÂିତ
ହେବ । ଏହି ପୁସ୍ତକ ଉନ୍ମୋଚନ ଉତ୍ସବକୁ ବିଶିଷ୍ଟ ଅତିଥି ଭାବେ ଦେଶର ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ, ପୂର୍ବତନ ପ୍ରଧାନମନ୍ତ୍ରୀ
ଏଚ୍‍.ଡି. ଦେବଗୌଡ଼ା, ପୂର୍ବତନ ଉପ-ପ୍ରଧାନମନ୍ତ୍ରୀ ଲାଲକୃଷ୍ଣ ଆଡଭାନୀ ଏବଂ କମୁ୍ୟନିଷ୍ଟ ନେତା ସୀତାରାମ ୟେଚୁରୀ ଯୋଗଦେବେ ।
ବିଶିଷ୍ଟ ଲେଖକ ତଥା ଗବେଷକ ସୁନ୍ଦର ଗଣେଶନ୍‍ଙ୍କ ଦ୍ୱାରା ସଂକଳିତ ଏହି ପୁସ୍ତକରେ ବିଜୁବାବୁଙ୍କ ଜୀବନ ଓ ବହୁମୁଖୀ ବ୍ୟକ୍ତିତ୍ୱର
ବିଭିନ୍ନ ଦିଗ ସଂପର୍କରେ ସବିଶେଷ ତଥ୍ୟ ସହ ପ୍ରାଞ୍ଜଳ ଭାବରେ ଉପସ୍ଥାପନ କରାଯାଇଛି । ବିଶିଷ୍ଟ ସାମ୍ବାଦିକ, ସ୍ତମ୍ଭକାର ତଥା
ରାଜନୈତିକ ବିଶ୍ଳେଷକ ପ୍ରଭୁ ଚାୱାଲା ଏହି ପୁସ୍ତକଟି ସମୀକ୍ଷା କରିବେ । ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଉତ୍ସବରେ
ସଭାପତିତ୍ୱ କରିବେ ବୋଲି ବିଜୁ ପଟ୍ଟନାୟକ ଶତବାର୍ଷିକୀ କମିଟିର ଆବାହକ ବେଦପ୍ରକାଶ ଅଗ୍ରୱାଲା, ଜାତୀୟ ଓ ଆନ୍ତର୍ଜାତୀୟ
ସମନ୍ୱୟ କମିଟିର ଆବାହକ ଦେବୀ ପ୍ରସାଦ ମିଶ୍ର, ସ୍ମରଣିକା ଓ ଡକୁ୍ୟମେଶନର ଆବାହକ ଅଶୋକ ଚନ୍ଦ୍ର ପଣ୍ଡା, ସମନ୍ୱୟ କମିଟିର
ଆବାହକ ତଥାଗତ ସତପଥୀ ଆଜି ଭୁବନେଶ୍ୱର ସ୍ପେଶାଲ ସର୍କିଟ୍‍ ହାଉସ୍‍ରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା
ଦେଇଛନ୍ତି ।
ବିଜୁବାବୁଙ୍କୁ ଭଲ ପାଉଥିବା, ବିଜୁବାବୁଙ୍କ ସହିତ କାମ କରିଥିବା ତଥା ବିଜୁବାବୁଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇଥିବା ଯୁବଛାତ୍ର
ବର୍ଗ ଓ ବିଭିନ୍ନ କ୍ଷେତ୍ରରେ ସଫଳତା ଅର୍ଜନ କରି ରାଜ୍ୟ ତଥା ଦେଶକୁ ଗୌରାବନ୍ୱିତ କରିଥିବା ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କୁ ଏହି
କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ବିଜୁ ପଟ୍ଟନାୟକ ଶତବାର୍ଷିକୀ କମିଟି ପକ୍ଷରୁ ଅନୁରୋଧ କରାଯାଉଛି । ଏହି ସାମ୍ବାଦିକ ସମ୍ମିଳନୀରେ
ବିଜୁ ପଟ୍ଟନାୟକ ଶତବାର୍ଷିକୀ କମିଟିର ଆବାହକ ବେଦପ୍ରକାଶ ଅଗ୍ରୱାଲା, ଜାତୀୟ ଓ ଆନ୍ତର୍ଜାତୀୟ ସମନ୍ୱୟ କମିଟିର ଆବାହକ
ଦେବୀ ପ୍ରସାଦ ମିଶ୍ର, ସ୍ମରଣିକା ଓ ଡକୁ୍ୟମେଶନର ଆବାହକ ଅଶୋକ ଚନ୍ଦ୍ର ପଣ୍ଡା, ସମନ୍ୱୟ କମିଟିର ଆବାହକ ତଥାଗତ ସତପଥୀ,
ସଦସ୍ୟ ଅତନୁ ସବ୍ୟସାଚୀ ନାୟକ, ସଂଜୟ କୁମାର ଦାସବର୍ମା, ଅରୁଣ କୁମାର ସାହୁ, ପ୍ରଣବ ପ୍ରକାଶ ଦାସ ପ୍ରମୁଖ ଉପସ୍ଥିତ ରହି
ଗଣମାଧ୍ୟମ ଜରିଆରେ ଦଳମତ ନିର୍ବିଶେଷରେ ପ୍ରବାଦ ପୁରୁଷ ବିଜୁବାବୁଙ୍କୁ ଭଲ ପାଉଥିବା ସମସ୍ତ ବ୍ୟକ୍ତିବିଶେଷ ଏହି ପୁସ୍ତକ
ଉନ୍ମୋଚନ କାର୍ଯ୍ୟକ୍ରମରେ ସହଯୋଗ କରିବା ପାଇଁ ଶତବାର୍ଷିକୀ କମିଟି ପକ୍ଷରୁ ନିବେଦନ କରାଯାଉଛି ବୋଲି ସୂଚନା ଦେଇଥିଲେ ।

Share in top social networks!
Powered By Indic IME