ମହିଳାଙ୍କୁ ସମାନ ଅଧିକାର ନିମନ୍ତେ ଓଲିଉଡ୍ ଅଭିନେତା ସବ୍ୟସାଚୀ ଦୃଢପ୍ରତିଜ୍ଞ: ଉଦ୍ଘାଟନ କଲେ ଏଆଇସିଓଜି ୨୦୧୯ ଷ୍ଟଲ୍

Pic 1- launch of 62nd All India Congress of Obstetrics and Gynaecology (AICOG) 2019 Bengaluru Conference by Famous Ollywood Star Mr Sabyasachi ଏକ ଉକ୍ରୃଷ୍ଟ ଏବଂ ବିକଶିତ ଭାରତ ଗଠନ ପାଇଁ ମହିଳାମାନଙ୍କୁ ସମାନ ଅଧିକାର ଏବଂ କନ୍ୟା ସନ୍ତାନମାନଙ୍କୁ ସମାନ ସୁଯୋଗ ପ୍ରଦାନର ଆବଶ୍ୟକତାକୁ ପ୍ରାଥମିକତା ଦେଇଛନ୍ତି ଓଡ଼ିଆ ଫିଲ୍ମ ଜଗତର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ର ।
ଏଫ୍ଓଜିଏସ୍ଆଇ- ଫେଡେରେଶନ ଅଫ୍ ଅବ୍ଷ୍ଟେଟ୍ରିକ୍ସ ଆଣ୍ଡ ଗାଇନୋକୋଲୋଜିଗାଲ ସୋସାଇଟି ଅଫ୍ ଇଣ୍ଡିଆର ଡଃ ନିହାରିକା ମଲ୍ହୋତ୍ରାଙ୍କ ସହ ଅଲ୍ ଇଣ୍ଡିଆ କଂଗ୍ରେସ ଅଫ୍ ଅବ୍ଷ୍ଟେଟ୍ରିକ୍ସ ଆଣ୍ଡ ଗାଇନୋକୋଲୋଜୀ ୨୦୧୯ ଷ୍ଟଲ ଉଦ୍ଘାଟନୀ ଅବସରରେ ସବ୍ୟସାଚୀ କହିଛନ୍ତି ଯେ, ସୁସ୍ଥ ଭାରତ ଗଠନ ନିମନ୍ତେ ଭବିଷ୍ୟ ପିଢୀରେ ନିବେଶ କରିବା, ମୂଲ୍ୟବୋଧକୁ ସମ୍ମାନ ଦେବା ପାଇଁ ଭାବନାତ୍ମକ ସମ୍ବନ୍ଧ ବିକାଶ କରିବା, କନ୍ୟା ଓ ମହିଳାମାନଙ୍କୁ ସମ୍ମାନ ଓ ସମାନ ଅଧିକାର ଦେବା ପାଇଁ ସମଗ୍ର ଦେଶରେ ସାମାଜିକ ମାନସିକତାରେ ଅନେକ ପରିବର୍ତନ ଆଣିବ ।
“ଦେଶରେ ଥିବା ୩୫୦ ମିଲିୟନ ରୁ ଊଦ୍ଧ୍ୱର୍ ଯୁବବର୍ଗଙ୍କ ସହିତ ସୁସ୍ଥ ପରିବେଶ ଏବଂ ସୁସ୍ଥ ରାଷ୍ଟ୍ର ନିର୍ମାଣ ଏକ ଦୀର୍ଘମିଆଦୀ ପ୍ରକ୍ରିୟା । ଆମେମାନେ ଦୃଢ ଭାବେ ବିଶ୍ୱାସ କରୁ ଯେ, ନାରୀମାନଙ୍କ ସ୍ୱାସ୍ଥ୍ୟ ଦେଶର ସମ୍ପଦ ଏବଂ ବେଙ୍ଗାଲୁରୁ ଠାରେ ଅନୁÂିତ ହେବାକୁ ଥିବା ୬୨ତମ ଏଆଇସିଓଜି ୨୦୧୯ର ଏହା ହେଉଛି ମୂଳମନ୍ତ୍ର ।” ଏହା କହିଛନ୍ତି ୬୨ତମ ଏଆଇସିଓଜି ୨୦୧୯ର ଅଧ୍ୟକ୍ଷ ଡଃ ହେମା ଦିବାକର ।
ମହିଳାମାନଙ୍କ ସ୍ୱାସ୍ଥ୍ୟ ସମ୍ବନ୍ଧରେ ବିଶ୍ୱସ୍ତରରେ ସ୍ୱର ଉଠାଉଥିବା ଆପେକ୍ସ କମିଟି ‘ଫିଗୋ’ (ଅନ୍ତର୍ଜାତୀୟ ଫେଡେରେଶେନ ଅଫ୍ ଗାଇନୋକୋଲୋଜି ଏବଂ ପ୍ରସୂତି ବିଜ୍ଞାନ)ର ଡଃ ସି ଏନ୍ ପୁରାନ୍ଦରେ ଏବଂ ଡଃ ଜୋହାନଭିସ୍ ଭାରତରେ ଗର୍ଭାବସ୍ଥାରେ ମଧୁମେହ ରୋଗର ନିରାକରଣ କରିବା ଦିଗରେ ନିଆଯାଉଥିବା ପଦକ୍ଷେପ ସମ୍ପର୍କରେ ସୂଚନା ଦେଇଛନ୍ତି ।
ବେଙ୍ଗାଲୁରୁରେ ୧୫,୦୦୦ ରୁ ଊଦ୍ଧ୍ୱର୍ ଓବ୍ଜାଇନ୍ସଙ୍କ ସହିତ ଏକ ବିଶାଳ ସମ୍ମିଳନୀର ଆୟୋଜନର ଆହ୍ୱାନକୁ ବାଙ୍ଗାଲୁରୁ ଦଳ ଏକ ସୁଯୋଗ ଭାବେ ଗ୍ରହଣ କରିଛନ୍ତି ଏବଂ ରାଜ୍ୟର ସମୃଦ୍ଧିକୁ ଲୋକଲୋଚନକୁ ଆଣିବା ସହିତ ଏହାର ଅନୁଭବକୁ ଅନ୍ୟ ମାନଙ୍କ ସହ ବାଂଟିବା ଏକ ନିଆରା ଅନୁଭୂତି ବୋଲି ୬୨ତମ ଏଆଇସିଓଜି, ୨୦୧୯ର ସାଧାରଣ ସମ୍ପାଦକ ଡଃ ଶୀଲା ମାନେ ପ୍ରକାଶ କରିିଛନ୍ତି ।

Share in top social networks!
Powered By Indic IME