ନୂଆଦିଲ୍ଲୀରେ ପ୍ରାକ୍-ବଜେଟ୍ ବୈଠକ ଅର୍ଥମନ୍ତ୍ରୀ ଶ୍ରୀ ବେହେରାଙ୍କ ଦ୍ୱାରା ବିଭିନ୍ନ ଦାବି ଉପସ୍ଥାପିତ

23472729_161382724601347_3787952396573976173_nରାଜ୍ୟ ପ୍ରାକୃତିକ ବିପର୍ଯ୍ୟୟ ପା=ିକୁ କେନ୍ଦ୍ର ସରକାର ଅଧ#କ ଅର୍ଥ ଯୋଗାଇଦେବା ସହ ଠିକଣା ସମୟରେ କୃଷକମାନଙ୍କ ଋଣ ଭରଣା କରିବା ପାଇଁ ଏକ ଟ୍ରଷ୍ଟ ପା=ି ଗଠନ ଉପରେ ଅର୍ଥମନ୍ତ୍ରୀ ଶ୍ରୀ ଶଶିଭୂଷଣ ବେହେରା ଗୁରୁତ୍ୱ ଆରୋପ କରିଛନ୍ତିା ଆଜି ପୂର୍ବାହ୍ନରେ ନୂଆଦିଲ୍ଲୀରେ କେନ୍ଦ୍ର ବଜେଟ୍ ଆଗତ ପୂର୍ବରୁ ପ୍ରାକ୍ ବୈଠକରେ ଯୋଗଦେଇ ମନ୍ତ୍ରୀ ଶ୍ରୀ ବେହେରା ରାଜ୍ୟର ସ୍ୱାର୍ଥ ଓ ରାଜ୍ୟବାସୀଙ୍କ କଲ୍ୟାଣ ଦୃଷ୍ଟିରୁ କେତେକ ପ୍ରସ୍ତାବ ଦେଇ ବଜେଟ୍ରେ ଅର୍ଥ ବ୍ୟବସ୍ଥା କରିବାକୁ ଦୃଢ଼ ଦାବି ଜଣାଇଛନ୍ତିା
ବିଜ୍ଞାନଭବନରେ ଅନୁଷ୍ଠିତ ଏହି ବୈଠକରେ ଯୋଗଦେଇ ଅର୍ଥମନ୍ତ୍ରୀ ଶ୍ରୀ ବେହେରା କହିଛନ୍ତି ଯେ, ରାଜ୍ୟ ବିପର୍ଯ୍ୟୟ ପା=ିକୁ କେନ୍ଦ୍ର ସରକାର ଦେଉଥ#ବା ୭୫ ପ୍ରତିଶତ ଅର୍ଥକୁ ବୃଦ୍ଧି କରାଯାଇ ୯୦ ପ୍ରତିଶତ କରାଯାଉା ଜି.ଏସ୍.ଟି କାର୍ଯ୍ୟକାରୀ ହେଲେ ଏହି ଅନୁପାତରେ ଅର୍ଥ ଯୋଗାଇ ଦିଆଯିବ ବୋଲି ୧୪ଶ ଅର୍ଥ କମିଶନ୍ ସୁପାରିଶ କରିଥ#ଲେ ମଧ୍ୟ ଏଯାବତ୍ ତାହା କାର୍ଯ୍ୟକାରୀ ହୋଇନାହିାଁ ସେହିପରି କୃଷକମାନଙ୍କର ଋଣ କ୍ଷେତ୍ରରେ ପରିଶୋଧ ନିମନ୍ତେ ଏକ ନିଶ୍ଚିତ ବ୍ୟବସ୍ଥା ପ୍ରବର୍ତ୍ତନ ଉଦ୍ଦେଶ୍ୟରେ କେନ୍ଦ୍ର ସରକାର ନାବାର୍ଡ ଅଧୀନରେ ଏକ ଟ୍ରଷ୍ଟ ପା=ି ଗଠନ କରିବାକୁ ମନ୍ତ୍ରୀ ଶ୍ରୀ ବେହେରା ପ୍ରସ୍ତାବ ଦେଇଛନ୍ତିା
ମନ୍ତ୍ରୀ ଶ୍ରୀ ବେହେରା କହିଛନ୍ତି ଯେ କେନ୍ଦ୍ର ସରକାର ସଂଗୃହୀତ ଟିକସର ରାଜ୍ୟ ଭାଗ ପ୍ରତିମାସର ୧ ତାରିଖ ବଦଳରେ ୧୫ ତାରିଖରେ ଦେବା ପାଇଁ ସ୍ଥିର କରିବା ଯଥାର୍ଥ ନୁହୋଁ ଏହି ଟିକସ ଭାଗ ପ୍ରଦାନ ପାଇଁ ପ୍ରତିମାସର ୧ ତାରିଖକୁ ପୂର୍ବବତ୍ ସୁନିଶ୍ଚିତ କରିବା ନିମନ୍ତେ ପଦକ୍ଷେପ ନିଆଯାଉା ଯେଉଁସବୁ ଯୋଜନା ନିମନ୍ତେ କେନ୍ଦ୍ର ସରକାର ଅର୍ଥ ଦେଉଛନ୍ତି, ସେ ବାବଦରେ ନିର୍ଦ୍ଦିଷ୍ଟ ଭାବରେ ସହାୟତା ରାଶି ପରିମାଣ ଆଗତୁରା ଜଣାଇବାକୁ ମନ୍ତ୍ରୀ ପ୍ରସ୍ତାବ ଦେଇଛନ୍ତିା ସେପରି ହେଲେ ରାଜ୍ୟର ଯୋଜନା ରୂପାୟନ କ୍ଷେତ୍ରରେ ଅସଙ୍ଗତି କି ଜଟିଳତା ଦେଖାଦେବ ନାହିଁ ବୋଲି ସେ କହିଛନ୍ତିା
କୋଇଲା ଉପରେ ରୟାଲିଟି ଏ ପର୍ଯ୍ୟନ୍ତ ସଂଶୋଧନ ହେଲା ନାହିଁ ବୋଲି କ୍ଷୋଭ ପ୍ରକାଶ କରି ମନ୍ତ୍ରୀ ଶ୍ରୀ ବେହେରା କହିଛନ୍ତି ଯେ ପ୍ରତି ତିନିବର୍ଷରେ କୋଇଲା ରୟାଲିଟି ସଂଶୋଧ#ତ ହେବାର ନିୟମ ଥ#ଲେ ମଧ୍ୟ ୨୦୧୫ରୁ ଏଯାବତ୍ ଏହା କରାଯାଇ ନାହିାଁ ଫଳରେ ଓଡ଼ିଶା କୋଇଲା ରୟାଲିଟି
ହରାଉଛିା ତୁରନ୍ତ କୋଇଲା ରୟାଲିଟି ସଂଶୋଧନ କରିବାକୁ ସେ ଦାବି କରିଛନ୍ତିା
ରାଜ୍ୟରେ ରେଳବାଇ ବିକାଶ କ୍ଷେତ୍ରରେ କେନ୍ଦ୍ରର ଉଦାସୀନ ମନୋଭାବକୁ ଦର୍ଶାଇ ମନ୍ତ୍ରୀ କହିଛନ୍ତି ଯେ ରେଳବାଇ ଓଡ଼ିଶାରୁ ବାର୍ଷିକ ୧୭ ହଜାର କୋଟି ଟଙ୍କା ରାଜସ୍ୱ ସଂଗ୍ରହ କରୁଥ#ବାବେଳେ ଓଡ଼ିଶାରେ ମାତ୍ର ୧୫ ପ୍ରତିଶତ ରେଳପଥ ବିସ୍ତୃତ ହୋଇଛି, ଅଥଚ ପଶ୍ଚିମବଙ୍ଗରେ ୪୩ ପ୍ରତିଶତ ଓ ଝାଡ଼ଖଣ୍ଡରେ ୨୪ ପ୍ରତିଶତରୁ ଏହା ଅଧ#କା ଜାତୀୟ ହାରଠାରୁ ମଧ୍ୟ ଓଡ଼ିଶାରେ ରେଳପଥ ସଂପ୍ରସାରଣ କମ୍ା ରେଳବାଇ କ୍ଷେତ୍ରରେ ଓଡ଼ିଶା ପ୍ରତି ସ୍ୱତନ୍ତ ଧ୍ୟାନ ଦେବାକୁ ଶ୍ରୀ ବେହେରା କହିଛନ୍ତିା
ଏହା ବ୍ୟତୀତ ମନ୍ତ୍ରୀ ଶ୍ରୀ ବେହେରା ଅନ୍ୟ କେତେକ ପ୍ରସ୍ତାବ ଦେଇଛନ୍ତିା ସଫଳ ଆଥ#ର୍କ ଅନ୍ତର୍ଭୁକ୍ତି ନିମନ୍ତେ ରାଜ୍ୟରେ ଅଧ#କ ସଂଖ୍ୟାରେ ବ୍ୟାଙ୍କ୍ ପ୍ରତିଷ୍ଠା ସାଙ୍ଗକୁ ବ୍ୟାଙ୍କ ସୁବିଧା ନଥ#ବା ଗ୍ରାମପଞ୍ଚାୟତଗୁଡ଼ିକରେ ରିଜର୍ଭ ବ୍ୟାଙ୍କ ଲାଇସେନ୍ସପ୍ରାପ୍ତ ପେମେଣ୍ଟ ବ୍ୟାଙ୍କ୍ କାର୍ଯ୍ୟ କରିବା ନିମନ୍ତେ ଅର୍ଥ ମନ୍ତ୍ରାଳୟ ନିର୍ଦ୍ଦେଶ ଦେବାକୁ ପଦକ୍ଷେପ ନିଆଯିବା ନିମନ୍ତେ ମନ୍ତ୍ରୀ ପ୍ରସ୍ତାବ ଦେଇଛନ୍ତିା ଖଣି ସମୃଦ୍ଧ ଜିଲ୍ଲାମାନଙ୍କରେ ଗଠିତ ଜିଲ୍ଲା ଖଣିଜ ପଦାର୍ଥ ପା=ିରୁ ଆୟ ହେଉଥ#ବା ସୁଧ ଉପରେ କେନ୍ଦ୍ର ସରକାର ଆୟକର ଆଦାୟ କରୁଛନ୍ତିା ଏପରି ବ୍ୟବସ୍ଥା ବନ୍ଦ କରିବା ପାଇଁ ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ମନ୍ତ୍ରୀ ମତ ଦେଇଛନ୍ତିା ଉଲ୍ଲେଖଯୋଗ୍ୟ ଯେ ରାଜ୍ୟର ପ୍ରାୟ ସବୁ ଜିଲ୍ଲାରେ ଖଣିଜ ଦ୍ରବ୍ୟ ପା=ି ରହିଛିା
ଏହି ପ୍ରାକ୍-ବଜେଟ୍ ବୈଠକରେ କେନ୍ଦ୍ର ଅର୍ଥମନ୍ତ୍ରୀ ଶ୍ରୀ ଅରୁଣ ଜେଟଲୀ ଅଧ୍ୟକ୍ଷତା କରିଥ#ବାବେଳେ ଅର୍ଥ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଶିବପ୍ରସାଦ ଶୁକ୍ଳା ଓ ଶ୍ରୀ ପି. ରାଧାକ୍ରିଷ୍ଣନ୍ଙ୍କ ସମେତ ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ଅର୍ଥମନ୍ତ୍ରୀବୃନ୍ଦ, କେତେକ ମୁଖ୍ୟମନ୍ତ୍ରୀ, କେନ୍ଦ୍ର ଅର୍ଥ ମନ୍ତ୍ରାଳୟର ସଚିବ, ଅର୍ଥନୈତିକ ବ୍ୟାପାର ବିଭାଗ ସଚିବ ତଥା କେନ୍ଦ୍ର ଓ ରାଜ୍ୟଗୁଡ଼ିକର ବରିଷ୍ଠ ପଦାଧ#କାରୀମାନେ ଉପସ୍ଥିତ ଥ#ଲୋ

Share in top social networks!