ଓଡ଼ିଶାରେ ପ୍ରଥମ ଫ୍ରାଞ୍ଚାଇଜି ଷ୍ଟୋର୍ ଖୋଲିଲା ଇଜିଗୋ୧ ଡଟ୍ କମ୍

26992452_1819388934746762_4905616339731630226_nବିଶ୍ୱ ସ୍ତରୀୟ ଟ୍ରାଭେଲ୍ ମାର୍କେଟ୍ ପ୍ଲେସ୍ ଇଜିଗୋ୧ ଡଟ୍ କମ୍ ପକ୍ଷରୁ ଓଡ଼ିଶାରେ ଏହାର ପ୍ରଥମ ଫ୍ରାଞ୍ଚାଇଜି ଷ୍ଟୋର୍ କଟକଠାରେ ଖୋଲାଯାଇଛି । ମିସ୍ ତସଲିମ୍ଙ୍କ ଦ୍ୱାରା ପରିଚାଳିତ ଏହି ଷ୍ଟୋର କଟକଟର ବକ୍ସି ବଜାରସ୍ଥିତ ମେଟ୍ରୋ ପ୍ଲାଜା ଫେଜ୍-୧ରେ ରହିଛି । ଏହା ପକ୍ଷରୁ ଦେଶ ଓ ବିଦେଶର ଅଗ୍ରଣୀ ଟ୍ରାଭେଲ୍ ସେବା ପ୍ରଦାନକାରୀଙ୍କ ସେବାକୁ ଲୋକମାନଙ୍କୁ ପ୍ରଦାନ କରାଯାଉଛି । ବିମାନ ଟିକଟଠାରୁ ଆରମ୍ଭ କରି, ହୋଟେଲ୍, ପ୍ୟାକେଜ୍, ରେଳ ଏବଂ କ୍ରୁଜ୍ ଛୁଟିଦିନ ଭଳି ସୁବିଧା ଏହା ପ୍ରଦାନ କରୁଛି ।
ଏହି ଷ୍ଟୋର୍ ଉନ୍ମୋଚନ ବିଷୟରେ ମିସ୍ ନିଲୁ ସିଂହ, ସିଇଓ ଓ ନିର୍ଦେଶିକ, ଇଜିଗୋ୧ ଡଟ୍ କମ୍ କହିଛନ୍ତି ଯେ, “ବର୍ଦ୍ଧିତ ଟ୍ରାଭେଲ୍ ବଜାରରେ ସମ୍ପ୍ରସାରଣ ହେଉଛି ସଫଳତାର ଚାବିକାଠି ଏବଂ ନୂତନ ଫ୍ରାଞ୍ଚାଇଜି ଖୋଲିବା ଆମକୁ ଏହି ବଜାରରେ ଦୃଢ଼ ଉପସ୍ଥିତ ହାସଲ କରିବାରେ ସହାୟକ ହେବ । ଆମର ସେବାଗୁଡ଼ିକ ବିଭିନ୍ନ ଟ୍ରାଭେଲ୍ ଏଗ୍ରିଗେଟରଙ୍କ ଜରିଆରେ ପ୍ରଦାନ କରାଯାଉଛି ଏବଂ ତାହାକୁ ଆମ ପ୍ଲାଟଫର୍ମ ଜରିଆରେ ଉପଲବ୍ଧ କରାଯାଉଛି । ‘’
ଇଜିଗୋ୧ ଡଟ୍ କମ୍ ପକ୍ଷରୁ ଫ୍ରାଞ୍ଚାଇଜିଙ୍କୁ ମାର୍କେଟିଂ, ବୈଷୟିକ ଏବଂ ବିକାଶ ସହାୟତା ପ୍ରଦାନ କରାଯିବ । ମାର୍କେଟିଂ ଅଭିଯାନ ଭିତରେ ରହିଛି ଟିଭି, ସମ୍ବାଦପତ୍ର ଆଦିରେ ବିଜ୍ଞାପନ ପ୍ରଦାନ କରିବା ଏବଂ ଏହା ଷ୍ଟୋର୍କୁ ବିକଶିତ କରିବା ପାଇଁ ମଧ୍ୟ ସହାୟତା ପ୍ରଦାନ କରୁଛି । ଫ୍ରାଞ୍ଚାଇଜିର ସମସ୍ତ ଷ୍ଟାଫ୍ଙ୍କୁ ଏହା ତାଲିମ ଏବଂ ବୈଷୟିକ ସହାୟତା ପ୍ରଦାନ କରିବ ।
ଦେଶ ଭିତରେ ଲାଦାଖ, ଆଣ୍ଡାମାନ , ସିକିମ୍, ହିମାଚଳ, ଗୋଆ, କାଶ୍ମୀର ଭଳି ସ୍ଥାନ ଏବଂ ୟୁରୋପ, ଦକ୍ଷିଣ ଆଫ୍ରିକା, ଦୁବାଇ, ଥାଇଲ୍ୟାଣ୍ଡ୍, ମରିସସ୍, ହଂକଂ, ସିଙ୍ଗାପୁର ଭଳି ଆନ୍ତର୍ଜାତିକ ପର୍ଯ୍ୟଟନସ୍ଥଳୀ ପାଇଁ ଲୋକମାନେ ପ୍ୟାକେଜ୍ ବୁକିଙ୍ଗ କରିପାରିବେ ।
ପ୍ୟାକେଜ୍ ବୁକିଙ୍ଗ କରିବା ପାଇଁ ଯାତ୍ରୀମାନେ ଇଜିଗୋରେ କଟକସ୍ଥିତ ଷ୍ଟୋର୍ରେ ପହଞ୍ଚିପାରିବେ କିମ୍ବା ମିସ୍ ତସନୀମ୍ଙ୍କୁ ୭୦୦୮୦୮୯୫୨୩ / ୯୪୩୮୦୩୮୪୭୮ରେ କଲ୍ କରିପାରିବେ ।

Share in top social networks!
Powered By Indic IME