“ମାଇଁ ରେଡ୍କ୍ରସ ଷ୍ଟୋରୀ” ମହାମହିମ ରାଜ୍ୟପାଳଙ୍କ ଦ୍ୱାରା ଲୋକାର୍ପିତ

ରାଜଭବନ ଭୁବନେଶ୍ୱରଠାରେ ଭାରତୀୟ ରେଡ୍କ୍ରସ ସଂସ୍ଥା କେନ୍ଦୁଝର ଶାଖାର ଯୁଗ୍ମ ସଂପାଦକ ଶ୍ରୀ ଏ.ଆର୍.ଖାନଙ୍କ ଲିଖିତ ପୁସ୍ତକ “ମାଇଁ ରେଡ୍କ୍ରସ୍ ଷ୍ଟୋରୀ” ମହାମହିମ ରାଜ୍ୟପାଳ ଡଃ ଏସ୍.ସି. ଜମିର ଙ୍କ ଦ୍ୱାରା ଲୋକାର୍ପିତ ହୋଇଯାଇଛି । ପୁସ୍ତକର ପ୍ରଥମ କପି ଗ୍ରହଣ କରି ପ୍ରତିକ୍ରିୟାରେ ମହାମହିମ ରାଜ୍ୟପାଳ କହିଲେ ଯେ ବାସ୍ତବିକ ଏହା ସମସ୍ତଙ୍କ ପାଇଁ ପ୍ରେରଣା ଦାୟକ । ୫୨ ପୃଷ୍ଟାର ସୁଦୃଶ୍ୟ ରଙ୍ଗୀନ ଫଟୋଚିତ୍ର ଓ ତଥ୍ୟାବଳୀ ଦ୍ୱାରା ସମୃଦ୍ଧ ଏହି ପୁସ୍ତକ ଶ୍ରୀ ଖାନଙ୍କ ଦୀର୍ଘ ୧୭ ବର୍ଷର ରେଡ୍କ୍ରସ ସହିତ ସଂପୃକ୍ତି ଓ ମାନବସେବା କାର୍ଯ୍ୟଧାରାର ନିଚ୍ଛକ କାର୍ଯ୍ୟାବଳୀ ପର୍ଯ୍ୟବେଶିତ ହୋଇଛି । ଏହି ଅବସରରେ ଶ୍ରୀ ଖାନ୍ଙ୍କ ଧର୍ମପନôୀ ନୁରବାନୁ, ଦୁଇପୁତ୍ର ଆରନ୍ ଓ ଆହାନ ଉପସ୍ଥିତ ଥିଲେ । ଏଠାରେ ଉଲ୍ଲେଖଯୋଗ୍ୟ ଯେ କେନ୍ଦୁଝର ଜିଲ୍ଲାର ଏକମାତ୍ର ଓ ଓଡିଶାର ଅନ୍ୟତମ ରେଡ୍କ୍ରସ ସଦସ୍ୟ ଭାବରେ ଶ୍ରୀ ଏ.ଆର୍.ଖାନ ଜାତୀୟ ସ୍ତରରେ ନିୟମିତ ତାଲିମ ଗ୍ରହଣ କରି ମାଷ୍ଟର ଟ୍ରେନର ଡିଗ୍ରୀ ହାସଲ କରି ଦୀର୍ଘ ବର୍ଷରୁ ଜିଲ୍ଲା ଓ ରାଜ୍ୟର ବିଭିନ୍ନ ସ୍ଥାନରେ ରେଡ୍କ୍ରସ ସଦସ୍ୟମାନଙ୍କୁ ଡିଜାଷ୍ଟର ମ୍ୟାନେଜମେଂଟ୍, ଫାଷ୍ଟ୍ ଏଡ୍, କ୍ଲାଇମେଟଚେଞ୍ଜ୍, ଗ୍ରୀନହାଉସ ଇଫେକ୍ଟ ସଂପର୍କରେ ତାଲିମ ପ୍ରଦାନ କରି ଶହ ଶହ ଦକ୍ଷ ସ୍ୱେଚ୍ଛାସେବୀ ସୃଷ୍ଟି କରିପାରିଛନ୍ତି । ତାଙ୍କର କୃତିତ୍ୱ ଜିଲ୍ଲା ଓ ରାଜ୍ୟ ପାଇଁ ଗର୍ବ ଓ ଗୌରବର ବିଷୟ ହୋଇପାରିଛି । ଶ୍ରୀ ଏ.ଆର.ଖାନ୍ ସାମ୍ବାଦିକତାରୁ ସମାଜସେବା… ଛାତ୍ରରୁ ସୁନାମଧନ୍ୟ ଫଟୋଗ୍ରାଫର … ସାଧାରଣ ଜୀବନରୁ ଲମ୍ଫ ଦେଇଥିଲେ ସମାଜସେବା ପାଇଁ ତାହା ପୁଣି ଥିଲା ଏକ ମାଧ୍ୟମ । ସେଇ ମାଧ୍ୟମଟି ଥିଲା ରେଡକ୍ରସ । କୌଣସି ଏକ ମୂହୁର୍ତରେ ୍ ଭଲ ପାଇ ବସିଥିଲେ ରେଡ୍କ୍ରସକୁ । ଏଇ ଭଲ ପାଇବା ଭିତରେ କେତେବେଳେ ସାଧାରଣ ଆଜୀବନ ସଦସ୍ୟଟିଏ ପାଲଟି ଯାଇଥିଲେ ଜାଣି ପାରିନଥିଲେ । ବ୍ୟସ୍ତ ବହୁଳ କର୍ମମୟ ଜୀବନରୁ କିଛି ସମୟ ବାହାର କରୁଥିଲେ ଅସହାୟ ପୀଡିତଙ୍କ ପାଇଁ, ମଜା ଲାଗୁଥିଲା ଏହି ସହାୟତା କାର୍ଯ୍ୟ ପାଇଁ ଆତ୍ମ ସନ୍ତୋଷ ମିଳୁଥିଲା, ତା’ରି ଭିତରେ ତତ୍କାଳୀନ କେନ୍ଦୁଝର ଜିଲ୍ଲାପାଳ ଶ୍ରୀମତୀ ଦେବଯାନୀ ଚକ୍ରବର୍ତୀ, ଦାୟିତ୍ୱଟିଏ ଦେଇଦେଲେ କେନ୍ଦୁଝରଜିଲ୍ଲା ରେଡକ୍ରସ ଯୁଗ୍ମ ସଂପାଦକର, ୟା ମଧ୍ୟରେ କିନ୍ତୁ କେନ୍ଦୁଝର ଜନତାଙ୍କ ମଙ୍ଗଳ ପାଇଁ ଡାଃ ପ୍ରତାପ ଚନ୍ଦ୍ର ରଣାଙ୍କ ସହ ମିଶି ଅବକ୍ଷୟ ଅବସ୍ଥାରେ ପଡି ରହିଥିବା ରେଡକ୍ରସ ରକ୍ତ ଭଣ୍ଡାରର ପୁନଃରୁଦ୍ଧାର କରି ତାକୁ ଆଧୁନିକତାର ଛାପ ଦେଇଥିଲେ ଜିଲ୍ଲାପାଳଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ । ଆଉ ଏକ ଦାୟିତ୍ୱ ମଧ୍ୟ ବହନ କରିବାକୁ ପଡିଥିଲା ରେଡ୍କ୍ରସ ରକ୍ତଭଣ୍ଡାର ପରିଚାଳନା ମଣ୍ଡଳୀ ସଦସ୍ୟ ଆଉ ଜିଲ୍ଲା ସ୍ୱେଚ୍ଛାକୃତ ରକ୍ତଦାତା ସଂଘ ସଂପାଦକ ର । ଅନେକ ପରିଶ୍ରମ ଘାତ ପ୍ରତିଘାତ ମଧ୍ୟରେ ଗତି କରି ଆଜି କେନ୍ଦୁଝର ରେଡ୍କ୍ରସ ରକ୍ତଭଣ୍ଡାର ବାର୍ଷିକ ୦୯ ହଜାର ୟୁନିଟ୍ ରକ୍ତ ସଂଗ୍ରହ ଓ ପ୍ରତିବଦଳ କରି ସ୍ୱାବଲମ୍ବୀ ହେବାର ପାଦ ଦେଶରେ ପହଂଚିଯାଇଛି । ରାଜ୍ୟ ରେଡ୍କ୍ରସ ସୋସାଇଟିର ସହଯୋଗ ଯୋଗୁଁ ବିଭିନ୍ନ ସମୟରେ ବିଭିନ୍ନ ପ୍ରକାର ତାଲିମ ନେଇ ଆଜି ଓଡ଼ିଶା ତଥା କେନ୍ଦୁଝର ଜିଲ୍ଲାର ପ୍ରଥମ ଜାତୀୟ ସ୍ତରୀୟ ମାଷ୍ଟର ଟ୍ରେନର (ଫାଷ୍ଟ ମେଡିକାଲ ରେସପଣ୍ଡର) ର ମାନ୍ୟତା ପାଇ କେନ୍ଦୁଝର ଜିଲ୍ଲା, ରାଜ୍ୟ ଓ ରାଜ୍ୟ ବାହାରର ବିଭିନ୍ନ ସ୍ଥାନ ମାନଙ୍କରେ ନିୟମିତ ତାଲିମ୍ ପ୍ରଦାନ କରି ଅନେକ ସୁଯୋଗ୍ୟ ରେଡ୍କ୍ରସ ସ୍ୱେଚ୍ଛାସେବୀ ସୃଷ୍ଟି କରିବାରେ ସହାୟକ ହୋଇଛନ୍ତି । ଯାହାକି ତାଂକ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଉପଲବ୍ଧି । ଏଥିରେ ତତକାଳୀନ ରାଜ୍ୟ ରେଡ୍କ୍ରସର ଅବୈତନିକ ସଂପାଦକ ଡା. ମଙ୍ଗଳା ପ୍ରସାଦ ମହାନ୍ତି ଙ୍କ ଅବଦାନ ଅନସ୍ୱୀକାର୍ଯ୍ୟ । ତାଙ୍କର ଦୂରଦର୍ଶିତା ପାଇଁ ଶ୍ରୀ ଖାନଙ୍କ ସେବା ଯାତ୍ରା ପଥ ସୁଗମ ହୋଇ ଆଗକୁ ମାଡି ଚାଲିଛି । ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ତଥା କେନ୍ଦୁଝର ଜିଲ୍ଲାପାଳ ଡି.ଭି. ସ୍ୱାମୀ, ବଲୱନ୍ତ ସିଂହ, ଡାଃ ଏନ୍.ତିରୁମାଲା ନାଏକଙ୍କ ସମୟ ଉପଯୋଗୀ ଉତ୍ସାହ ପ୍ରେରଣା ସହଯୋଗ ଆଉ ନିଦେ୍ର୍ଧଶ ଆଜି ତାଙ୍କୁ ନେଇ ଯାଉଛି ସେଇ ଅସହାୟମାନଙ୍କ ନିକଟକୁ ଯାହାଙ୍କ ପାଖରେ ସହଜରେ ଉପଲବ୍ଧ ନଥାଏ ସେବା ଓ ସହାୟତାର ମାଧ୍ୟମ । ଗଭୀର ଆତ୍ମ ତୃପ୍ତିି ପାଉଛନ୍ତି ଅସହାୟମାନଙ୍କୁ ଆପଦ ବିପଦ ସମୟରେ ସହାୟତା ଯୋଗାଇଦେଇ, ନୂତନ ପିଢୀମାନଙ୍କୁ ଫାଷ୍ଟଏଡ୍ ,କ୍ଲାଇମେଟଚେଞ୍ଜ, ଡିଜାଷ୍ଟରରିସ୍କ, ଡିଜାଷ୍ଟରମ୍ୟାନେଜମେଂଟ୍, ସାଇକୋସୋସିଆଲ୍ ସପୋର୍ଟ, ହେଲଥକେୟାର, ୱାଟରମ୍ୟାନେଜମେଂଟ୍, ଇଂଟରନ୍ୟାସନାଲ ହୁ୍ୟମାନଟରିଆନ ଲ, ଗ୍ରୀନହାଉସ୍ ପ୍ରଭାବ, ଭଲୁ୍ୟଂଟାରିଜିମ ସଂପର୍କରେ ଅବଗତ ଓ ନିୟମିତ ତାଲିମ୍ ପ୍ରଦାନ କରି ଏକ ସୁନ୍ଦର ସୁସ୍ଥ ସମାଜ ଗଠନ ର ମୂଳଦୁଆ ପକାଇବାରେ ଯୋଗଦାନ କରିଚାଲିଛନ୍ତି । ଶ୍ରୀ ଖାନ ବାପା ହଲିମ୍ ଖାନ, ମା ହସିରନ ବିବି, ଧର୍ମପନôୀ ନୁରବାନୋ, “ଇଣ୍ଡଷ୍ଟ୍ରି ମାଇନ୍ସ ଅବଜରଭର” ର ସଂପାଦକ ଶିରିଷ ଚନ୍ଦ୍ର ମହାନ୍ତି, “ଉକ୍ରଳ ସମାଚାର”ର ସଂପାଦକ ପ୍ରକାଶ କୁମାର ଧଳ ଙ୍କ ନିକଟରୁ ଶିଖିଛନ୍ତି ମାନବ ସେବାର ମହତ୍ୱ । ଦୁଇପୁଅ ଆର୍ନ ଓ ଆହାନ ମଧ୍ୟ ଭାରତୀୟ ରେଡ୍କ୍ରସ ସଂସ୍ଥାର ଆଜୀବନ ସଦସ୍ୟ ପାଲଟି ଯାଇ ଗୌରବାନ୍ୱିତ କରିଛନ୍ତି ଶ୍ରୀ ଖାନ ଙ୍କୁ । ଏକ ସମର୍ପିତ ଭାବରେ ରେଡକ୍ରସର ସାତୋଟି ମୂଳମନ୍ତ୍ରକୁ ନେଇ ଆଗେଇଚାଲିଛନ୍ତି ମାନବ ସେବା ପାଇଁ, ସଫଳତାର ଶିର୍ଷ ସ୍ପର୍ଶ କରିବେ ନିଶ୍ଚିତ । ଦୀର୍ଘ ବର୍ଷର ଅଭିଜ୍ଞତାକୁ କିଂଚିତ୍ ଭାବରେ ଉପସ୍ଥାପନା କରିଛନ୍ତି, ବିଶ୍ୱାସ ଏହା ରେଡ୍କ୍ରସ ସ୍ୱେଚ୍ଛାସେବୀ ମାନଙ୍କ ପାଇଁ ଉତ୍ସାହପ୍ରଦ ହେବ ।

Share in top social networks!