ସାମସଙ୍ଗ୍ ପକ୍ଷରୁ ସାମସଙ୍ଗ ମଲ୍ ସହିତ ଗାଲାକ୍ସି ଅନ୍୭ ପ୍ରାଇମ୍ ଉନ୍ମୋଚିତ

Samsung On7Prime Launch_Compressedଦେଶର ସର୍ବବୃହତ ଏବଂ ବିଶ୍ୱାସଯୋଗ୍ୟ ସ୍ମାର୍ଟଫୋନ୍ ବ୍ରାଣ୍ଡ୍ ସାମସଙ୍ଗ ଇଣ୍ଡିଆ ପକ୍ଷରୁ ବୈପ୍ଳବିକ ସାମସଙ୍ଗ ମଲ୍ ସୁବିଧା ଥିବା ଗାଲାକ୍ସି ଅନ୍୭ ପ୍ରାଇମ୍କୁ ଉନ୍ମୋଚିତ କରାଯାଇଛି । ସାମସଙ୍ଗ ମଲ୍ ହେଉଛି ଏକ ବୈପ୍ଳବିକ ଉପାୟ ଯାହା ଜରିଆରେ ନିଜ ସ୍ମାର୍ଟଫୋନ୍ରେ ଉପôାଦକୁ ସୁଟିଂ କରି ସପିଙ୍ଗ କରିହେବ, ଶ୍ରେÂ ଅନଲାଇନ୍ ଡିଲ୍ ପାଇହେବ ଏବଂ ଯେକୌଣସି ସମୟରେ ପେମେଣ୍ଟ୍ କରାଯାଇପାରିବ ।
ବଲିଉଡ୍ ଷ୍ଟାର୍ କ୍ରିତି ସନୋନ୍ଙ୍କ ଦ୍ୱାରା ନୂଆଦିଲ୍ଲୀଠାରେ ଗାଲାକ୍ସି ଅନ୍୭ ପ୍ରାଇମ୍କୁ ଉନ୍ମୋଚନ କରାଯାଇଥିଲା । ଏଥିରେ ରହିଛି ୫.୫ ଇଂଚ୍ ସ୍କ୍ରିନ୍ ଏବଂ ୨.୫ ଡି ଗୋରିଲା ଗ୍ଲାସ୍ । ଆଜିକାଲିର ଯୁବପିଢ଼ିଙ୍କ ପାଇଁ ଏହି ସ୍ମାର୍ଟଫୋନ୍ ବହୁତ ଉପଯୋଗୀ କାରଣ ଏଥିରେ ୧୩ ଏମ୍ପି ପଛ କ୍ୟାମେରା ସହିତ ଏଲଇଡି ଫ୍ଲାସ୍ ଯାହା ସ୍ପଷ୍ଟ ଚିତ୍ର ଉଠାଇବାରେ ସହାୟକ ହୋଇଥାଏ । ଏଥିରେ ୧୩ ଏମ୍ପି ସେଲ୍ଫି କ୍ୟାମେରା ମଧ୍ୟ ରହିଛି । ଏଥିରେ ରହିଛି ୧.୬ ଇଜିନସ ଅକ୍ଟା-କୋର ପ୍ରୋସେସର- ୪ ଜିବି ରାମ୍ ୬୪ ଜିବି ଷ୍ଟୋରେଜ୍ ଏବଂ ଅନ୍ୟଟିରେ ୩ ଜିବି ରାମ୍ ଓ ୩୨ ଜିବି ଷ୍ଟୋରେଜ୍ । ଉଭୟ ମଡେଲ୍ ଏସ୍ଡି କାର୍ଡ ଭାରିଆଣ୍ଟ୍ରେ ଉପଲବ୍ଧ ହେଉଛି ଯାହାର ଷ୍ଟୋରେଜ୍ କ୍ଷମତା ୨୫୬ ଜିବି ପର୍ଯ୍ୟନ୍ତ ବଢ଼ାଇ ହେବ ।
ଏହି ସ୍ମାର୍ଟଫୋନ୍ ବିଷୟରେ ଶ୍ରୀଯୁକ୍ତ ସନ୍ଦୀପ ସିଂହ ଅରୋରା, ଉପ ସଭାପତି, ସାମସଙ୍ଗ ଇଣ୍ଡିଆ କହିଛନ୍ତି ଯେ, “ସବୁ ବେଳେ ଯାତାୟାତ କରୁଥିବା ଏବଂ ନିରନ୍ତର ବିବିଧ କାମ କରୁଥିବା ଭାରତୀୟ ଗ୍ରାହକଙ୍କୁ ନଜରେ ରକି ଗାଲାକ୍ସି ଅନ୍୭ ପ୍ରାଇମ୍ ପ୍ରସ୍ତୁତ କରାଯାଇଛି । ଏଥିରେ ଅନେକ ପ୍ରିଲୋଡେଡ୍ ବୈଶିଷ୍ଟ୍ୟ ଥିବା ବେଳେ ସମ୍ପୂର୍ଣ୍ଣ ନୂଆ ମେକ୍ ଇନ୍ ଇଣ୍ଡିଆ ନୂତନତ୍ୱ-ସାମସଙ୍ଗ ମଲ୍ ରହିଛି ଯାହା ଜରିଆରେ ବ୍ୟବହାରକାରୀମାନେ ଯାତ୍ରା କରୁଥିବା ସମୟରେ ସପିଙ୍ଗ କରିପାରିବେ । ଆମର ଗବେଷଣାରୁ ଜଣାପଡ଼ିଛି ଯେ ଆଜିର ଗ୍ରାହକମାନେ ଯାହା ପସନ୍ଦ କରନ୍ତି ତାହାକୁ ତକ୍ରାଳ କିଣିବାକୁ ଚାହାନ୍ତି-ସଦ୍ୟତମ ଫେସନ୍୍ଠାରୁ ଆରମ୍ଭ କରି ଟ୍ରେଣ୍ଡି ଆକ୍ସେସୋରିଜ୍ ପର୍ଯ୍ୟନ୍ତ । ସେଭଳି ଗ୍ରାହକଙ୍କ ପାଇଁ ଗାଲାକ୍ସି ଅନ୍୍୭ ପ୍ରାଇମ୍ ଏକ ଉପଯୁକ୍ତ ସାଥୀ ।’’
ଆମାଜନ ଇଣ୍ଡିଆର କାଟେଗୋରି ମ୍ୟାନେଜମେଣ୍ଟ୍ ନିର୍ଦେଶକ ନୁର୍ ପଟେଲ୍ କହିଛନ୍ତି ଯେ, “ସାମସଙ୍ଗର ପସନ୍ଦର ପାର୍ଟନର ହୋଇ ରହିଥିବାରୁ ଆମେ ବହୁତ ଆନନ୍ଦିତ । ଆମେ ଆମର ଗ୍ରାହକମାନଙ୍କୁ ସ୍ୱତନ୍ତ୍ର ଭାବେ ଗାଲାକ୍ସି ଅନ୭ ପ୍ରାଇମ୍ ଉପଲବ୍ଧ କରାଇପାରିବୁ । ଆମର ବିଶ୍ୱାସ ରହିଛି ଯେ ଏହି ଫୋନ୍ ଗ୍ରାହକଙ୍କ ଦ୍ୱାରା ବିଶେଷ ଭାବେ ଆଦୃତ ହେବ ।’’
ସାମସଙ୍ଗ ମଲ୍ ପାଇଁ ସାମସଙ୍ଗ ପକ୍ଷରୁ ଆମାଜନ୍, ଜବଙ୍ଗ, ସପକ୍ଲୁଜ୍ ଏବଂ ଟାଟା କ୍ଲିକ୍ ସହିତ ବୁଝାମଣା କରାଯାଇଛି । ଗାଲାକ୍ସି ଅନ୭ ପ୍ରାଇମ୍ର ୪ ଜିବି ରାମ/୬୪ ଜିବି ଷ୍ଟୋରେଜ୍ ମଡେଲ୍ର ମୂଲ୍ୟ ୧୪,୯୯୦ ଟଙ୍କା ରହିଥିବା ବେଳେ ୩ ଜିବି ରାମ୍/୩୨ ଜିବି ଷ୍ଟୋରେଜ୍ ମଡେଲ୍ର ମୂଲ୍ୟ ୧୨,୯୯୦ ଟଙ୍କା ରହିଛି । ଗ୍ରାଫାଇଟି ବ୍ଲାକ୍ ଏବଂ ସାମ୍ପେନ୍ ଗୋଲ୍ଡ ରଙ୍ଗରେ ତାହା ଉପଲବ୍ଧ ହେଉଛି । ଜିଓ ଗ୍ରାହକମାନେ ଏହା ଉପରେ ଆକର୍ଷଣୀୟ ଅଫର୍ ପାଇପାରିବେ ।

Share in top social networks!
Powered By Indic IME