ପୋଲାଭରମ ସମ୍ପର୍କରେ କେନ୍ଦ୍ରମନ୍ତ୍ରୀଙ୍କୁ ମନ୍ତ୍ରୀ ଶ୍ରୀ ମାଝୀଙ୍କ ପତ୍ର ପୋଲାଭରମ ସମ୍ପର୍କରେ କେନ୍ଦ୍ରମନ୍ତ୍ରୀଙ୍କୁ ମନ୍ତ୍ରୀ ଶ୍ରୀ ମାଝୀଙ୍କ ପତ୍ର ପୋଲାଭରମ ସମ୍ପର୍କରେ କେନ୍ଦ୍ରମନ୍ତ୍ରୀଙ୍କୁ ମନ୍ତ୍ରୀ ଶ୍ରୀ ମାଝୀଙ୍କ ପତ୍ର

କେନ୍ଦ୍ର ଜନଜାତି କଲ୍ୟାଣ ବିଭାଗ ମନ୍ତ୍ରୀ ଜୁଏଲ ଓରାମ ପୋଲାଭରମ ବହୁମୁଖୀ ପ୍ରକଳ୍ପ ସମ୍ପର୍କରେ ୨୦୧୪
ମସିହା ଜୁନ୍ ୮ ତାରିଖରେ ଆଉଟ୍ ଲୁକ୍ ମାଗାଜିନକୁ ଦେଇଥ#ବା ସାକ୍ଷାତକାର ଅନୁସାରେ ଏହି ପ୍ରକଳ୍ପ ଦ୍ୱାରା
ରାଜ୍ୟରେ ବହୁ ସଂଖ୍ୟକ ଲୋକ କ୍ଷତିଗ୍ରସ୍ତ ହେବେ । ମାତ୍ର ମାନ୍ୟବର ସାଂସଦ ଶ୍ରୀ ଡ଼ି.ରାଜାଙ୍କ ଦ୍ୱାରା ରାଜ୍ୟସଭାରେ
ପଚରା ଯାଇଥ#ବା ପ୍ରଶ୍ନୋତ୍ତରରେ ମତ ରଖିଥ#ଲେ ଯେ, ଏହାଦ୍ୱାରା ଜନଜାତି ପ୍ରଭାବିତ ହେବେ ନାହିଁ ।
ଆନ୍ଧ୍ରପ୍ରଦେଶ ସରକାରଙ୍କ ଦ୍ୱାରା ନିର୍ମାଣଧୀନ ପୋଲାଭରମ ପ୍ରକଳ୍ପ ଅନେକ ପ୍ରଚଳିତ ନିୟମକୁ ଉଲଂଘନ
କରୁଛି । ଓଡ଼ିଶାର ୫୯୧୬ ଜନଜାତି ବର୍ଗଙ୍କ ସମେତ ୬୮୧୮ଜଣ ଏହାଦ୍ୱାରା କ୍ଷତିଗ୍ରସ୍ତ ହେବେ । ଏହି ପ୍ରକଳ୍ପ
ସ୍ୱତନ୍ତ୍ର ଭାବେ ମାଲକାନଗିରିର ମୋଟୁ ଅଞ୍ଚଳରେ ୭୬୫୬ ହେକଫର ପରିମିତ ଜମି ସହ ୧୦ ଗୋଟି କ୍ଷୁଦ୍ର
ଜନବସତି ଏବଂ ୧୫ ଗୋଟି ରାଜସ୍ୱ ଗ୍ରାମ ସମେତ ୨୫ଟି ଜନବସତିକୁ କ୍ଷତିଗ୍ରସ୍ତ କରିବ ବୋଲି ଅନୁସୂଚିତ
ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ମନ୍ତ୍ରୀ ରମେଶ ଚନ୍ଦ୍ର ମାଝୀ ପ୍ରକାଶ କରିଛନ୍ତି । ଜନଜାତିମାନଙ୍କର
ସ୍ୱାର୍ଥର ସୁରକ୍ଷା ନିମନ୍ତେ ଏହି ପ୍ରକଳ୍ପ କାର୍ଯ୍ୟ ତୁରନ୍ତ ବନ୍ଦ କରାଯିବା ଆବଶ୍ୟକ ।
ଏ ସମ୍ବନ୍ଧରେ ଜାନୁଆରୀ ୧୫ ତାରିଖ ଦିନ ରାଜ୍ୟ ଅନୁସୂଚିତ ଜନଜାତି, ଅନୁସୂଚିତ ଜାତି ଉନ୍ନୟନ ମନ୍ତ୍ରୀ
ରମେଶ ଚନ୍ଦ୍ର ମାଝୀ ଏକ ପତ୍ର ଯୋଗେ ପୋଲାଭରମ ବାବଦରେ କେନ୍ଦ୍ର ଜନଜାତି କଲ୍ୟାଣ ବିଭାଗ ମନ୍ତ୍ରୀ ଜୁଏଲ
ଓରାମଙ୍କୁ ଜଣାଇଛନ୍ତି ।
ଡ଼

Share in top social networks!
Powered By Indic IME