ରାଜ୍ୟର ଧ୍ୱଂସାଭୀମୁଖୀ ଗଣତାନ୍ତ୍ରିକ ବ୍ୟବସ୍ଥାର ସୁରକ୍ଷା ଦାବୀରେ ବରଗଡ ଜିଲ୍ଲା ପଡାଗ୍ରାମରୁ ବରପାଲି ପର୍ଯ୍ୟନ୍ତ ଦୁଇ ଦିନିଆ ପଦଯାତ୍ରା

 ଶାସକ ବିଜେଡିର ଅପାରଗତା କାରଣରୁ ଗଣତାନ୍ତ୍ରିକ ବ୍ୟବସ୍ଥା ଭୁଷୁଡି ଯାଇଛି
 ପୋଲିସ ଓ ପ୍ରଶାସନର ସହାୟତାରେ ରାଜନୈତିକ ବିରୋଧୀଙ୍କୁ ଦମନ କରିବାର ଅପପ୍ରୟାସ କରୁଛି ବିଜେଡି
 ପଦଯାତ୍ରା ମାଧ୍ୟମରେ ରାଜ୍ୟବାସୀଙ୍କୁ ସଚେତନ କରିବ ବିଜେପି
 ପଦଯାତ୍ରାକୁ ଅବହେଳିତ, ଅପମାନିତ ଓ ଅସୁରକ୍ଷିତ ଅଂଚଳବାସିନ୍ଦାଙ୍କ ବିପୁଳ ସମର୍ଥନ
PadaYatra (2)

ଶାସକ ବିଜେଡିର ଅପାରଗତା କାରଣରୁ ରାଜ୍ୟର ଗଣତାନ୍ତ୍ରିକ ବ୍ୟବସ୍ଥା ଭୁଷୁଡି ପଡଛିି । ସାଧାରଣ ଓ ସରଳ ରାଜ୍ୟବାସୀଙ୍କୁ ଆତଙ୍କିତ କରି ଶାସକ ବିଜେଡି ଭୟର ବାତାବରଣ ସୃଷ୍ଟି କରିବାର ହୀନ ଚକ୍ରାନ୍ତ କରୁଛି । ଅହଂକାରରେ ବୁଡି ରହିଥିବା ଶାସକ ବିଜେଡି ନିଜର ଲୋକପ୍ରିୟତା ହ୍ରାସରେ ବିଚଳିତ ହୋଇ ରାଜନୈତିକ ବିରୋଧୀଙ୍କୁ ଦମନ କରୁଛି । ଏପରିକି ପୋଲିସ ଓ ପ୍ରଶାସନର ସହାୟତାରେ ବିରୋଧୀଙ୍କୁ ଦମନ କରିବା ପାଇଁ ହିଂସା ପନ୍ଥାକୁ ଆପଣାଇବାରେ ମଧ୍ୟ ପଛାଉ ନାହିଁ । ଶାସକ ବିଜେଡିର ଏଭଳି ହୀନ ରାଜନୀତି କାର୍ଯ୍ୟକଳାପ ଏବଂ ଧ୍ୱଂସାଭୁମୁଖୀ ଗଣତାନ୍ତ୍ରିକ ବ୍ୟବସ୍ଥାକୁ ସୁରକ୍ଷିତ ରଖିବା ପାଇଁ ଭାରତୀୟ ଜନତା ପାର୍ଟି ପଦଯାତ୍ରା ମାଧ୍ୟମରେ ନିରୀହ ରାଜ୍ୟବାସୀଙ୍କୁ ସଚେତନ କରିବ ।
ନିଜ ରାଜନୈତିକ ବିରୋଧୀଙ୍କୁ ଦମନ କରିବାର ଅପପ୍ରୟାସ ସ୍ୱରୁପ ଶାସକ ବିଜେଡିର ପ୍ରଭାବଶାଳୀ ମନ୍ତ୍ରୀ ତଥା ଜିଲ୍ଲାର ଟାଣୁଆ ନେତା ଶ୍ରୀ ସୁଶାନ୍ତ ସିଂହଙ୍କ ପ୍ରରୋଚନାରେ ବରଗଡ ଜିଲ୍ଲା ପଡାଗ୍ରାମ ବାସିନ୍ଦା ତଥା ବିଜପି ଯୁବ କାର୍ଯ୍ୟକର୍ତା ମନୋରଂଜନ ମେହେରଙ୍କ ଘରେ ପଶି ଗୁଳି ମାଡ କରାଯାଇଥିଲା । ସାଧାରଣ ଓ ନିରୀହ ଜିଲ୍ଲାବାସୀଙ୍କ ମନ ଭିତରେ ଭୟର ବାତାବରଣ ସୃଷ୍ଟି କରି ହୀନ ରାଜନୀତି କରୁଥିବା ଶାସକ ବିଜେଡିର ଏଭଳି କାର୍ଯ୍ୟକଳାପକୁ ବିରୋଧ କରିବା ସହ ଗଣତନ୍ତ୍ରକୁ ବଂଚାଇ ରଖିବା ପାଇଁ ବିଜେପି ତରଫରୁ ଆଜିଠୁ ମନୋରଂଜନ ମେହେରଙ୍କ ବାସସ୍ଥାନ ପଡାଗ୍ରାମରୁ ପଦଯାତ୍ରା ଆରମ୍ଭ ହୋଇଛି । ରାଜ୍ୟ ସଭାପତି ଶ୍ରୀ ବସନ୍ତ ପଣ୍ଡାଙ୍କ ନେତୃତ୍ୱରେ ଆରମ୍ଭ ହୋଇଥିବା ଏହି ପଦଯାତ୍ରାରେ ବିଧାୟକ ଦଳ ନେତା କନକ ବର୍ଦ୍ଧନ ସିଂହଦେଓ, ବିଧାୟକ ପ୍ରଦୀପ ପୁରୋହିତ, ବିଧାୟିକା ରାଧାରାଣୀ ପଣ୍ଡା, ପୂର୍ବତନ ମନ୍ତ୍ରୀ ଜୟ ନାରାୟଣ ମିଶ୍ର, ବିଜେପି ରାଜ୍ୟ ଉପ ସଭାପତି ଅଶ୍ୱିନୀ ଷଡଙ୍ଗୀ, ରାଜ୍ୟ ସାଧାରଣ ସଂପାଦକ ରଂଜନ ପଟେଲ, ରାଜ୍ୟ ପ୍ରବକ୍ତା ଗୋଲକ ପ୍ରସାଦ ମହାପାତ୍ର, ଯୁବମୋର୍ଚ୍ଚା ରାଜ୍ୟ ସଭାପତି ଟଙ୍କଧର ତ୍ରିପାଠୀ, ବରଗଡ ଜିଲ୍ଲା ସଭାପତି ଡ.ଅରୁପାନନ୍ଦ ସାହୁ ପ୍ରମୁଖ ସାମିଲ ହୋଇଛନ୍ତି ।
ଏହି ପଦଯାତ୍ରା ଆଜି ସକାଳ ୧୧ଟାରେ ପଡାଗ୍ରାମରୁ ଆରମ୍ଭ ହୋଇ କେଉଟିପାଲି, ବିଜେପୁର, ଗଣ୍ଡାପାଲି, ପୁରୁଣାମଠ୍, ଜାରିଙ୍ଗ ଗ୍ରାମ ହୋଇ ସଂଧ୍ୟାରେ ବନ୍ଧପାଲି ପହଂଚି ରାତ୍ରଯାପନ କରିଛି । ଆସନ୍ତା କାଲି ପୁଣି ଥରେ ବନ୍ଧପାଲିରୁ ଏହି ପଦଯାତ୍ର ଆରମ୍ଭ ହୋଇ ପୂର୍ବ ନିର୍ଦ୍ଧାରିତ ଚିଖନିପାଲି, ଧଉରାଖନ୍ଧା, ଗୋପେଇପାଲି ଗ୍ରାମ ହୋଇ ଗଙ୍ଗାଧର ମେହେରଙ୍କ ଜନ୍ମସ୍ଥାନ ବରପାଲିଠାରେ ସମାପ୍ତ ହେବ । ଚିର ଅବହେଳିତ ଏହି ସ୍ଥାନୀୟ ଅଂଚଳବାସିଙ୍କୁ ବାରମ୍ବାର ଅପମାନିତ କରାଯିବା ଏବଂ ବର୍ତମାନ ହିଂସା ମାଧ୍ୟମରେ ଭୟଭୀତ କରାଯିବା ଭଳି ଶାସକ ବିଜେଡିର କାର୍ଯକଳାପ ବିରୁଦ୍ଧରେ ଅନୁÂିତ ଏହି ପଦଯାତ୍ରାକୁ ବହୁ ସଂଖ୍ୟାରେ ଜନ ସମର୍ଥନ ମିଳିଥିବାର ପରିଲକ୍ଷିତ ହୋଇଛି ।

Share in top social networks!
Powered By Indic IME