ଜାତୀୟ ଅନୁସୂଚିତ ଜନଜାତି ଆୟୋଗଙ୍କ ଓଡ଼ିଶା ଗସ୍ତ

ମାନ୍ୟବର ଜାତୀୟ ଅନୁସୂଚିତ ଜନଜାତି ଆୟୋଗର ଅଧ୍ୟକ୍ଷ ଶ୍ରୀ ନନ୍ଦ କୁମାର ସାଏଙ୍କ ଅଧ୍ୟକ୍ଷତାରେ ଏକ
ପ୍ରତିନିଧ#ଦଳ ଜାନୁଆରୀ ୧୬ ତାରିଖଠାରୁ ୧୯ ତାରିଖ ପର୍ଯ୍ୟନ୍ତ ଏକ ୪ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି । ଏହି
ଚାରିଦିନିଆ ସରକାରୀ ଗସ୍ତ ସମୟରେ ସେ ତା.୧୭.୦୧.୨୦୧୮ରିଖ ଅପରାହ୍ନ ଘ.୨.୩୦ମି. ସମୟରେ
ରାଉରକେଲାସ୍ଥିତ ସର୍କିଟ୍ ହାଉସ୍ଠାରେ ଜନଜାତି ପ୍ରତିନିଧ#ଙ୍କ ସହ ସାକ୍ଷାତ ପାଇଁ ସମୟ ଧାର୍ଯ୍ୟ କରାଯାଇଛି ।
ସେହିପରି ତା.୧୮.୦୧.୨୦୧୮ରିଖ ପୂର୍ବାହ୍ନ ଘ.୧୧.୩୦ମି. ଘଟିକାରେ ଝାରସୁଗୁଡ଼ାସ୍ଥିତ ସର୍କିଟ୍ ହାଉସଠାରେ
ମହାନଦୀ କୋଇଲା କମ୍ପାନୀ ଦ୍ୱାରା ଅଧ#କୃତ ଜମି ସଂକ୍ରାନ୍ତ ସମସ୍ୟା ତଥା ଶିକ୍ଷା, ସ୍ୱାସ୍ଥ୍ୟ, କର୍ମ ନିୟୋଜନ, ଥଇଥାନ
ଏବଂ ପୁର୍ନବାସ ଉପରେ ଜନଜାତି ପ୍ରତିନିଧ#ଙ୍କ ସହିତ ସାକ୍ଷାତ ନିମନ୍ତେ ସମୟ ଧାର୍ଯ୍ୟ କରାଯାଇଛି । ଜନଜାତି
ପ୍ରତିନିଧ# ଉପରୋକ୍ତ ତାରିଖ, ସ୍ଥାନ ଓ ସମୟ ମତେ ମାନ୍ୟବର ଜାତୀୟ ଅନୁସୂଚିତ ଜନଜାତି ଆୟୋଗଙ୍କ ସହ
ଆଲୋଚନାରେ ସାମିଲ ହେବାକୁ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ପକ୍ଷରୁ ଅନୁରୋଧ
କରାଯାଇଛି ।

Share in top social networks!
Powered By Indic IME