“ନୂତନ ପ୍ରଯୁକ୍ତି ଦ୍ୱାରା ସକ୍ଷମ ବ୍ୟବସାୟ ମଡେଲର ଅନୁସନ୍ଧାନ ଉର୍ଜା କ୍ଷେତ୍ରରେ ନୂତନ ତଥା ଉସôାହଜନକ ସୁଯୋଗ ସୃଷ୍ଟି କରିବ-” ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ

A distinguished panel in discussion at 22nd RPTM at Bhubaneswar (1) ସ୍ୱଚ୍ଛ ପ୍ରଯୁକ୍ତି ବିଦ୍ୟା ଏବଂ ସ୍ୱଚ୍ଛ ଇନ୍ଧନର ଲକ୍ଷ୍ୟକୁ ପୂରଣ କରିବା ନିମନ୍ତେ ଆଗାମୀ ଦିନମାନଙ୍କରେ ନିର୍ଣ୍ଣାୟକ ପ୍ରଯୁକ୍ତି ହେଉଛି ଏକ ଚାଳକ ସଦୃଶ । ‘ହାଇଡ୍ରୋକାର୍ବନ କ୍ଷେତ୍ରରେ ସାମ୍ନାକୁ ଆସୁଥିବା ନୂତନ ଧାରା’ ବିଷୟବସ୍ତୁ ଉପରେ ଆଧାରିତ, ସେଂଟର ଅଫ୍ ହାଇ ଟେକ୍ନୋଲୋଜି (ସିଏଚ୍ଟି) ଏବଂ ଇଣ୍ଡିଆନ ଅଏଲ୍ ଦ୍ୱାରା ଭୁବନେଶ୍ୱର ସହରରେ ଆୟୋଜିତ ୨୨ତମ ରିଫାଇନିଂ ଏବଂ ପେଟ୍ରୋକେମିକାଲ୍ସ ବୈଷୟିକ ବୈଠକରେ, ଭାରତ ଏବଂ ବିଦେଶର ପ୍ରଯୁକ୍ତି ପ୍ରଦାତାମାନେ ଅଗ୍ରଣୀ ପ୍ରଯୁକ୍ତିର ପ୍ରଦର୍ଶନ କରିଛନ୍ତି ଯାହା କି ହାଇଡେ଼୍ରାକାର୍ବନ କ୍ଷେତ୍ରକୁ ପରବର୍ତୀ ଉନ୍ନତ ସ୍ତରକୁ ନେବା ପାଇଁ ମୁଖ୍ୟ ଭୂମିକା ଗ୍ରହଣ କରିପାରିବ । ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନ, ମାନ୍ୟବର କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ଏବଂ ଦକ୍ଷତା ଓ ଉଦ୍ୟମିତା ବିକାଶ ମନ୍ତ୍ରୀ ଏହି ୩ ଦିନିଆ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିବା ଅବସରରେ କହିଥିଲେ ଯେ, ନୂତନ ପ୍ରଯୁକ୍ତି ଦ୍ୱାରା ସକ୍ଷମ ବ୍ୟବସାୟ ମଡେଲର ଅନୁସନ୍ଧାନ ଉର୍ଜା କ୍ଷେତ୍ରରେ ନୂତନ ସୁଯୋଗ ସୃଷ୍ଟି କରିବ । ଏହି ତିନିଦିନିଆ ତଥ୍ୟ ଭିତିକ ବୈଠକରେ ପେଟ୍ରୋକେମିକାଲ୍ସ କ୍ଷେତ୍ରରେ ବିଭିନ ନୂତନ ପ୍ରଯୁକ୍ତି ସଂପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହେବା ସଙ୍ଗେସଙ୍ଗେ ଏ ସଂପର୍କିତ ପ୍ରଦର୍ଶନୀ ମଧ୍ୟ ଆୟୋଜିତ ହୋଇଥିଲା ।
ଭବିଷ୍ୟତ ପାଇଁ ପ୍ରସ୍ତୁତ ହାଇଡ୍ରୋକାର୍ବନ କ୍ଷେତ୍ର ନିମନ୍ତେ ଉଦ୍ଧିଷ୍ଟ ଜ୍ଞାନ କୌଶଳ ସମ୍ବନ୍ଧରେ ଜାଣିବା ପାଇଁ ବୈଠକରେ ଆୟୋଜିତ ପ୍ରଦର୍ଶନୀରେ ଭାରତୀୟ ତୈଳ ଉଦ୍ୟୋଗ ଯଥା ଇଣ୍ଡିଆନ୍ ଅଏଲ, ଇଆଇଏଲ, ଏଚ୍ପିସିଏଲ୍ ଏବଂ ଅନ୍ୟାନ୍ୟ ବୈଦେଶିକ କମ୍ପାନୀ ଡୁ୍ୟପଂଟ, ସେଲ୍ ଗ୍ଲୋବାଲ ସଲୁୃ୍ୟସନ, କେଏନ୍ଟି ଗ୍ରୁପ, ଆସ୍ପେନ୍ଟେକ୍, ଡୋର୍ଫ କେଟାଲ, କ୍ୱାଡ୍ରିମେକ୍ସ ଭଳି ଅନ୍ୟାନ୍ୟ କମ୍ପାନୀମାନେ ମଧ୍ୟ ଉପସ୍ଥିତ ଥିଲେ । ଇଣ୍ଡିଆନ୍ ଅଏଲର ଆର୍ ଆଣ୍ଡ ଡି, ଇଣ୍ଡାଡେପ୍ଟ ଜି, ଇଣ୍ଡେ ଡିଜେଲ ପ୍ରଯୁକ୍ତି ଯଥାକ୍ରମେ ପେଟ୍ରୋଲ ଓ ଡିଜେଲରେ ସଲ୍ଫରର ମାତ୍ରା ୧୦ ପିପିଏମ୍ରୁ କମ୍ କରିଥାଏ । ଇଣ୍ଡିଆନ୍ ଅଏଲର ପାରାଦୀପ ଅଏଲ ରିଫାଇନାରୀରେ ଇଣ୍ଡମ୍ୟାକ୍ସ ପ୍ରଯୁକ୍ତି ସଫଳତାର ସହ ଘରୋଇ ଏଲ୍ପିଜି ଇନ୍ଧନ ଏବଂ ଅକ୍ଟାମ୍ୟାକ୍ସ ସହ ଉଚ୍ଚ ଶକ୍ତି ସମ୍ପନ୍ନ ଅକ୍ଟଟେନ ଇନ୍ଧନ ଉପôାଦନ ବୃଦ୍ଧିରେ ସାହାଯ୍ୟ କରୁଛି । ଏଚ୍ପିସିଏଲ୍ ଦ୍ୱାରା ଆଦୃତ ଏଚ୍ପି-ହାଇ ଗ୍ୟାସ ପଦ୍ଧତି ଦ୍ୱାରା ବିଶୋଧନାଗାରରେ ବ୍ୟବହୃତ ସ୍ତମ୍ଭକୁ ୨୩ ମିଟର ରୁ ୨.୫ ମିଟର କୁ ହ୍ରାସ କରାଯାଇ ପାରିବା ସହ ସମୟ ତଥା ସ୍ଥାନ ସଂଚୟ ହୋଇପାରୁଛି । ବିଷାକ୍ତ ଧାତୁର ପ୍ରଭାବକୁ ହ୍ରାସ କରିବା ଏବଂ ଉଚ୍ଚମାନର ଅକ୍ଟେନ ଗ୍ୟାସୋଲିନ ଉପôାଦନ କରିବା ପାଇଁ ଡୁ୍ୟପଂଟ ଆଲ୍କାଲିସିୟନ୍ ପରି ସିଦ୍ଧ ଓ ବ୍ୟବସାୟିକ ପଦ୍ଧତିର ବ୍ୟବହାର କରାଯାଉଛି । ଆଇସୋଥର୍ମିଂ ବୈଷୟିକ ପଦ୍ଧତି ମଧ୍ୟ ଏକ ସଫଳ ବ୍ୟବସାୟିକ ପଦ୍ଧତି ଯଦ୍ୱାରା ବିଶୋଧନାଗାରରେ କମ୍ କ୍ଷମତା ସମ୍ପନ୍ନ ସଲ୍ଫର୍ ଗତାନୁଗତିକ ଇନ୍ଧନର ଉପôାଦନ କରାଯାଏ ଯାହା ଆର୍ଥôକ ସଫଳତା ଦେଇଥାଏ । ଡର୍ଫ୍ କେଟାଲ ନିଜ ବ୍ୟବସାୟରେ ଲାଭାଂଶ ବୃଦ୍ଧି ନିମନ୍ତେ ରସାୟନିକ ପଦ୍ଧତିରେ ଭବିଷ୍ୟତରେ ବିଶୋଧନାଗାର ନିମନ୍ତେ ଭାରି ଅଶୋଧିତ ତୈଳର ବ୍ୟବହାର ସମବେତ ଅତିଥିମାନଙ୍କର ଦୃଷ୍ଟି ଆକର୍ଷଣ କରିଥିଲା । ଅନ୍ୟ ଏକ ପ୍ରଦର୍ଶିତ ପଦ୍ଧତିରେ ରହିଥିଲା ସିଆର୍ଆଇ କାଟାଲିଷ୍ଟ ଦ୍ୱାରା ଆଦୃତ ଆଇଏଚ୍୨ ପଦ୍ଧତି ଯାହା ମାଧ୍ୟମରେ କୌଣସି ପ୍ରକାରର ଖାଦ୍ୟ ଭିତିକ ଜୈବମାସ କଂଚାମାଲରୁ ଜଙ୍ଗଲଭିତିକ, କୃଷିରୁ ନିର୍ଗତ ଆବର୍ଜନା, ଆଲ୍ଜିଆ, ଜଳଉଦ୍ଭିଦ ରୁ ଗ୍ୟାସୋଲିନ, ଜେଟଇନ୍ଧନ ଇତ୍ୟାଦିର ରୂପାନ୍ତରିତ କରାଯାଇପାରିବ ।
ଏହି ୩ ଦିନିଆ ବୈଠକ ସଫଳତାର ସହ ସମ୍ପନ୍ନ ହୋଇଛି, ଯେଉଁଠି ତୈଳ ଓ ଗ୍ୟାସ ଉଦ୍ୟୋଗର ବିଭିନ୍ନ ଦିଗ ଉପରେ ଦୀର୍ଘମିଆଦୀ ପ୍ରକ୍ରିୟାରୁ ଉଚ୍ଚ ଅକ୍ଟାଇନ ଗ୍ୟାସୋଲିନ ପ୍ରସ୍ତୁତ କରିବା ଉପରେ ବହୁ ଉପଯୋଗୀ ବିଚାର-ବିମର୍ଷ କରାଯାଇଥିଲା, ସ୍ୱଚ୍ଛ ଇନ୍ଧନ ଏବଂ ସ୍ୱଚ୍ଛ ପବନ ନିମନ୍ତେ କାର୍ବନ ରିସାଇକ୍ଲିିଂ, ଉର୍ଜା ସଂରକ୍ଷଣ ଏବଂ ଭାରତରେ ଜୈବ ଇନ୍ଧନର ଭବିଷ୍ୟତ ଉପରେ ନୂତନ ବିଚାର, ଭାରତୀୟ ଓ ବୈଷୟିକ ଶୋଧନ ଏବଂ ପରିଦୃଶ୍ୟ ଅନ୍ୟାନ୍ୟ ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଥିଲା ।
ପରିଶେଷରେ ଆଇଓସିଏଲର ବରିÂ କର୍ମକର୍ତାମାନେ ଏହି ତିନିଦିନିଆ ବୈଠକରେ ଭାଗନେଇଥିବା ତୈଳ ଶିଳ୍ପ ପେଶାଦାରମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Share in top social networks!
Powered By Indic IME