ପଞ୍ଚଦଶ ଜାତୀୟ ହସ୍ତତନ୍ତ ମେଳା ଉଦ୍ଘାଟିତ; ବୟନ ଓ ହସ୍ତତନ୍ତରେ ଆମର ସମୃଦ୍ଧ ପରମ୍ପରା ରହିଛି :ରାଜ୍ୟପାଳ

26805068_2037254686545171_5929329596868036635_n
ବୟନ ଓ ହସ୍ତତନ୍ତରେ ଆମର ସମୃଦ୍ଧ ପରମ୍ପରା ରହିଛିା ଆମ ହସ୍ତତନ୍ତ କ୍ଷେତ୍ର ଆମ ସଭ୍ୟତାର ଆରମ୍ଭରୁ ରହି ଆସିଛି ଏବଂ ଏହା ଆମ ସାଂସ୍କୃତିକ ବିଭବର ଅଂଶବିଶେଷା ଏହା ମାଧ୍ୟମରେ ଆମ ଦେଶର ବିବିଧତା ଓ ବୁଣାକାରମାନଙ୍କ କଳା ଓ କାରିଗରୀ ପ୍ରକାଶିତା ଏହି କଳା ପିଢ଼ି ପରେ ପିଢ଼ିକୁ ପ୍ରସାରିତ ହେଉଛି ଏବଂ ଆମ ଅର୍ଥନୀତିରେ ଏହି କ୍ଷେତ୍ରର ଅନନ୍ୟ ସ୍ଥାନ ରହିଛି ବୋଲି ରାଜ୍ୟପାଳ ଡ. ଏସ୍.ସି. ଜମିର୍ ପ୍ରକାଶ କରିଛନ୍ତିା

ଆଜି ଇଡ଼୍କୋ ପ୍ରଦର୍ଶନୀ ପଡ଼ିଆରେ ପଞ୍ଚଦଶ ଜାତୀୟ ହ୍ୟାଣ୍ଡଲୁମ୍ ଏକ୍ସପୋ- ୨୦୧୮କୁ ଉଦ୍ଘାଟନ କରି ରାଜ୍ୟପାଳ କହିଲେ ଯେ ହସ୍ତତନ୍ତ କ୍ଷେତ୍ରଟି ଅର୍ଥନୀତିର ଏକ
ବୃହତ୍ ଅସଂଗଠିତ କ୍ଷେତ୍ରା ଏହି କ୍ଷେତ୍ରରେ ପ୍ରାୟତଃ ଦୁର୍ବଳ ଓ ସମାଜର ଅବହେଳିତ ବର୍ଗର ଲୋକମାନେ ନିଜର ଜୀବିକାର୍ଜନ ପାଇଁ କାର୍ଯ୍ୟ କରିଥାନ୍ତିା ସେମାନଙ୍କର ଅର୍ଥନୈତିକ ବିକାଶ ପ୍ରାଧାନ୍ୟ ପାଇବା ଦରକାରା ବୁଣାକାର ବିଶେଷ କରି ଯୁବ ବୁଣାକାରଙ୍କ ମଧ୍ୟରେ ଦକ୍ଷତା ବୃଦ୍ଧି, ଉଦ୍ୟୋଗଶୀଳତା, ଆଧୁନିକ ବୈଷୟିକ ବିଦ୍ୟା ତଥା ପରିଚାଳନା ପଦ୍ଧତିର ବ୍ୟବହାର, ମାନ ନିୟନ୍ତ୍ରଣ ନିମନ୍ତେ ବିଶେଷ ଉଦ୍ୟମ କରାଗଲେ ଏହି କ୍ଷେତ୍ରରେ ସଫଳ ଉଦ୍ୟୋଗୀ ବାହାରିପାରିବେ ବୋଲି ରାଜ୍ୟପାଳ କହିଛନ୍ତିା
ରାଜ୍ୟରେ ହସ୍ତତନ୍ତ ଓ ବୟନ କ୍ଷେତ୍ରରେ ଆଖ#ଦୃଶିଆ ପରିବର୍ତ୍ତନ ଆସିଛିା

ବୁଣାକାରମାନଙ୍କର ଜୀବନ ଓ ଜୀବିକାର ମାନବୃଦ୍ଧି ପାଇଁ ଭିତ୍ତିଭୂମି ଉନ୍ନୟନ, ପ୍ରୋତ୍ସାହନ ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ ମାଧ୍ୟମରେ ରାଜ୍ୟ ସରକାର ଉଲ୍ଲେଖନୀୟ କାର୍ଯ୍ୟ କରୁଛନ୍ତିା ବୟନିକା ଗତ ୬୨ ବର୍ଷ ଧରି ବୁଣାକାରମାନଙ୍କ ପାଇଁ ଉତ୍ସର୍ଗୀକୃତ ସେବା ଯୋଗାଇ ଆସୁଛି ଓ ବୟନସାମଗ୍ରୀ ବଜାରରେ ଓଡ଼ିଶା ପ୍ରଭାବଶାଳୀ ଉପସ୍ଥିତି ଜାହିର କରିପାରିଛିା କୋଟପାଡ଼ ହସ୍ତତନ୍ତ ଶାଢ଼ୀ ଓ ଓଡ଼ିଶା ଇକତ୍କୁ ଜି.ଆଇ. ମାନ୍ୟତା ମିଳିବା ଉଲ୍ଲେଖନୀୟ ଉପଲବ୍ଧିା ଜାତୀୟ ହସ୍ତତନ୍ତ ମେଳା ଓଡ଼ିଶା ପାଇଁ ନୂତନ ପରିଚୟ ଆଣିବା ସହ ଅନ୍ୟ ରାଜ୍ୟର ବୟନ ଓ ହସ୍ତତନ୍ତ କ୍ଷେତ୍ର ସହ କି୍ରୟାଶୀଳ ସଂପର୍କ ସ୍ଥାପନରେ ସହାୟକ ହେବ ବୋଲି ରାଜ୍ୟପାଳ ଆଶା ପ୍ରକାଶ କରିଛନ୍ତିା

ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ସ୍ନେହାଙ୍ଗିନୀ ଛୁରିଆ, ଭୁବନେଶ୍ୱର ସାଂସଦ ପ୍ରସନ୍ନ କୁମାର ପାଟ୍ଟଶାଣୀ, ବିଧାୟକ ବିଜୟ କୁମାର ମହାନ୍ତି, ବିଧାୟକ ପ୍ରିୟଦର୍ଶୀ ମିଶ୍ର, ମେୟର ଅନନ୍ତ ନାରାୟଣ ଜେନା, ବିଭାଗୀୟ ସଚିବ ଶୁଭା ଶର୍ମା, ବୟନିକାର ଅଧ୍ୟକ୍ଷ ଶେଷ କୁମାର ମେହେର, ବୟନିକାର ପରିଚାଳନା ନିର୍ଦ୍ଦେଶକ ବିଷ୍ଣୁପ୍ରସାଦ ମିଶ୍ର ପ୍ରମୁଖ ଉଦ୍ବୋଧନ ଦେଇଥ#ଲୋ ରାଜ୍ୟପାଳ ଓ ରାଜ୍ୟର ପ୍ରଥମ ମହିଳା ଆଲେମଲା ଜମିର ଥ#ମ୍ ପାଭିଲିୟନ୍ ଓ ଅନ୍ୟାନ୍ୟ ଷ୍ଟଲ ବୁଲି ଦେଖ#ଥ#ଲୋ

Share in top social networks!
Powered By Indic IME