ନର୍ଥ ଦିଲ୍ଲୀ ମେୟରଙ୍କ ଭୁବନେଶ୍ୱର ଗସ୍ତ

20180115_162615ନର୍ଥ ଦୀଲ୍ଲୀ ମୁନିସିପାଲ୍ କର୍ପୋରେସନ୍ର ମେୟର ଡ. ପ୍ରିତି ଅଗ୍ରୱାଲ୍ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସି ଆଜି ବିଏମ୍ସି ମେୟରଙ୍କୁ କରିଥିଲେ । ଡ. ଅଗ୍ରୱାଲ୍ ନିଗମ କାର୍ଯ୍ୟାଳୟରେ ବିଭିନ୍ନ କର୍ପୋରେଟର ଏବଂ ଅଧିକାରୀଙ୍କ ସହ ପୌର ଶାସନ ସକ୍ରାନ୍ତ କେତେକ ଆଲୋଚନା କରିଥିଲେ । ନର୍ଥ ଦୀଲ୍ଲୀ ପୌର ନିଗମର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ସଂପର୍କରେ ସେ କହିବା ସହ ସେଠାକାର ପୌର ଶାସନର କାର୍ଯ୍ୟ ପଦ୍ଧତି ସଂକ୍ରାନ୍ତରେ ସୂଚନା ଦେଇଥିଲେ ।
ଷ୍ଟାଣ୍ଡିଂ କମିଟିଗୁଡ଼ିକର କାର୍ଯ୍ୟ ପରିସରରେ କ’ଣ ସବୁ ଅନ୍ତର୍ଭୁକ୍ତ ରହିଛି ଏବଂ ଏହାର କ୍ଷମତା ସଂକ୍ରାନ୍ତରେ ବିଶେଷ ଆଲୋଚନା ହୋଇଥିଲା । ସେହିପରି ମେୟରଙ୍କ ଅନୁରୋଧରେ କର୍ପୋରେଟର ମାନସୀ ସୁନ୍ଦରରାୟ ଏକ ଜାତୀୟତାବୋଧକ ଗୀତ ଗାନ କରିଥିଲେ । କର୍ପୋରେଟର ସଂଜୟ ସେଠୀ ମନ୍ଦିର ମାଳିନୀ ଭୁବନେଶ୍ୱର ସଂକ୍ରାନ୍ତରେ ଏନ୍ଡିଏମ୍ସି ମେୟରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଭୁବନେଶ୍ୱରର ଐତିହ ସଂକ୍ରାନ୍ତରେ ଶ୍ରୀ ସେଠୀ କହିଥିଲେ ।
ଆଲୋଚନା ବୈଠକରେ ବହୁ ସଂଖ୍ୟକ ମହିଳା କର୍ପୋରେଟରଙ୍କୁ ଦେଖି ଶ୍ରୀମତୀ ଅଗ୍ରୱାଲ୍ ମହିଳା ସଶକ୍ତିକରଣର ସୁନ୍ଦର ଉଦାହରଣ ଓଡ଼ିଶାରେ ଦେଖିବାକୁ ମିଳୁଛି ବୋଲି କହିଥିଲେ ।
ବିଏମ୍ସି ପକ୍ଷରୁ ମେୟର ଅନନ୍ତ ନାରାୟଣ ଜେନା ଜଗନ୍ନାଥ, ବଳଭଦ୍ର, ସୁଭଦ୍ରାଙ୍କ ଏକ ତାରକସି ସ୍ମାରକି ନର୍ଥ ଦୀଲ୍ଲୀ ମେୟରଙ୍କୁ ପ୍ରଦାନ କରିଥିଲେ । ଶ୍ରୀମତୀ ଅଗ୍ରୱାଲ୍ ଗତ ଶନିବାର ଓଡ଼ିଶା ଗସ୍ତରେ ଆସି ପୁରି ଜଗନ୍ନାଥ ମନ୍ଦିର ଦର୍ଶନ କରିଥିବା ବେଳେ ଆଜି ଭୁବନେଶ୍ୱର ଗସ୍ତ ସାରି ଦୀଲ୍ଲୀ ପ୍ରତ୍ୟାବର୍ତନ କରିଛନ୍ତି । ସେ ଭୁବନେଶ୍ୱର ମହାନଗର ନିଗମର ଭେଣ୍ଡିଂ ଜୋନ୍ ବୁଲି ଦେଖିଥିଲେ । ବୈଠକରେ ଡେପୁଟି ମେୟର କେ. ଶାନ୍ତି, ସେକ୍ରେଟାରୀ ଦେବାଶୀଷ ମହାନ୍ତି, ଡେପୁଟି କମିଶନର ଶ୍ରୀମନ୍ତ ମିଶ୍ର, ଶୁଭ୍ରାଂଶୁ ମିଶ୍ର, ଅବନୀ ପଟ୍ଟନାୟକ, ଦୀପକ ରାଉତରାୟ ଏବଂ ଅନ୍ୟାନ୍ୟ କର୍ପୋରେଟର ଏବଂ ଅଧିକାରୀମାନେ ଉପସ୍ଥିତ ଥିଲେ ।

Share in top social networks!
Powered By Indic IME