ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନାରେ ରାଜ୍ୟର କୋଣଅନୁକୋଣରୁ ୫୦୦୦୦ କଳାକାରଙ୍କୁ ମାସିକ ୧୨୦୦ଟଙ୍କା ସହାୟତା ରାଶି

26904343_569086230097036_9093598242400849073_nଓଡ଼ିଶାର କଳା, ସଂସ୍କୃତିର ସୁରକ୍ଷା ଓ ପ୍ରସାର ଦିଗରେ ଆମ କଳାକାରଙ୍କ ନିଷ୍ଠା ଓ ଅବଦାନକୁ ସମ୍ମାନ ଜଣାଇ ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନାରେ ରାଜ୍ୟର କୋଣଅନୁକୋଣରୁ ୫୦୦୦୦ କଳାକାରଙ୍କୁ ମାସିକ ୧୨୦୦ଟଙ୍କା ସହାୟତା ରାଶି ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛୁ। ବର୍ତ୍ତମାନ ରାଜ୍ୟର ୪୦୦୦ କଳାକାର ଏହି ସହାୟତା ପାଉଛନ୍ତି।

କଳାକାରଙ୍କ ସୁବିଧା ପାଇଁ ଆବେଦନ ନିୟମାବଳୀକୁ ସହଜ କରାଯାଇଛି। ଏହି ସହାୟତା ମଞ୍ଜୁରୀ ଦାୟିତ୍ଵ ଜିଲ୍ଲା ପ୍ରଶାସନ ଉପରେ ନ୍ୟସ୍ତ କରାଯିବା ସହ ପୂର୍ବରୁ ଥିବା ବୟସ ସୀମା ହ୍ରାସ ହୋଇ ପୁରୁଷ କଳାକାରଙ୍କ ପାଇଁ ୬୦ରୁ ୫୦ ଓ ମହିଳା କଳାକାରଙ୍କ ପାଇଁ ୫୦ରୁ ୪୦ ବର୍ଷ କରାଯାଇଛି।

ଏହାଦ୍ଵାରା କଳାକାରଙ୍କ ଚିହ୍ନଟ ପ୍ରକ୍ରିୟା ସହଜ ହେବା ସହ ପ୍ରତି ଜିଲ୍ଲାରୁ କଳାକାରମାନଙ୍କ ପ୍ରତିନିଧିତ୍ଵ ସଂଖ୍ୟା ବୃଦ୍ଧି ହେବ। ରାଜ୍ୟର କଳା ଓ ସଂସ୍କୃତିର ସୁରକ୍ଷା ଦିଗରେ ଏହା ବଳିଷ୍ଠ ଭୂମିକା ନିଭାଇବ। କଳାକାରଙ୍କ କଲ୍ୟାଣରେ ଏହି ଆର୍ଥିକ ରାଶି ସହାୟକ ହେବା ସହ ଆହୁରି ଭଲ କାର୍ଯ୍ୟ କରିବାକୁ ସେମାନଙ୍କୁ ପ୍ରୋତ୍ସାହିତ କରିବ ବୋଲି ଆମର ବିଶ୍ବାସ।

Share in top social networks!
Powered By Indic IME