ଖୋର୍ଦ୍ଧା ଜିଲାକୁ ପୂର୍ଣ୍ଣ ମାନ୍ୟତା ଦେବାକୁ ଦୃଢ ଦାବୀ

ସ୍ଥାନୀୟ ଗୀତା ଭବନ ପରିସରରେ ସାମାଜିକ ଅନୁÂାନ ନିଉ ଥିଙ୍କିଙ୍ଗ୍ ଫୋରମ୍ ଆନୁକୂଲ୍ୟରେ “ଖୋର୍ଦ୍ଧା ଜିଲ୍ଲାକୁ ପୂର୍ଣ୍ଣ ମାନ୍ୟତା ଦେବା ଉଦେ୍ଧଶ୍ୟରେ
ଏକ ଆଲୋଚନା ଚକ୍ର ବରିÂ ଆଇନ୍ଜୀବି ପ୍ରଫୁଲ୍ଲ ଚନ୍ଦ୍ର ମହାନ୍ତିଙ୍କ ଅଧ୍ୟକ୍ଷରେ ଅନୁÂିତ ହୋଇଯାଇଛି । ଫୋରମର ସଭାପତି ନରେନ୍ଦ୍ର କୁମାର ପୃÂି ପ୍ରାରମ୍ଭରେ
ପ୍ରସଙ୍ଗର ଯଥାର୍ଥତା ପ୍ରତିପାଦନ କରି କହିଲେ ଦୀର୍ଘ ୨୫ ବର୍ଷ ହେଲା ସ୍ୱର୍ଗତ ବିଜୁ ପଟ୍ଟନାୟକ ଖୋର୍ଦ୍ଧା ଜିଲାକୁ ସ୍ୱତନ୍ତ୍ର ମାନ୍ୟତା ଦେଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ
ଖୋର୍ଦ୍ଧା ଜିଲା ପୂର୍ଣ୍ଣ ଭାବରେ କାର୍ଯ୍ୟକ୍ଷମ ହୋଇପାରୁ ନାହିଁ । ଜିଲାର ୨୯ଟି ବିଭାଗରୁ ମାତ୍ର ୧୮ଟି ବିଭାଗ ଖୋର୍ଦ୍ଧାରେ ଥିଲେ ମଧ୍ୟ ଜିଲ୍ଲାପାଳଙ୍କ ସମେତ ପ୍ରାୟ
ସମସ୍ତ ବିଭାଗର ଅଧିକାରୀ ମାନେ ହିଁ ଭୁବନେଶ୍ୱରରେ ରହୁଛନ୍ତି । ଆଲୋଚନା ଚକ୍ରରେ ସାହିତି୍ୟକ ଗୋପାଳକୃଷ୍ଣ ଦାସ, ଜୟୀ ରାଜଗୁରୁ ସ୍ମତି ସଂସଦର
ସଭାପତି ଶିକ୍ଷାବିତ୍ ଡକ୍ଟର ଧିରେନ୍ଦ୍ର ନନ୍ଦ, ଉକôଳ ସମ୍ମିଳନୀର ବିଚିତ୍ର ବଡଜେନା ଓ ବିମଳ ଷଡଙ୍ଗୀ, ଅଖିଳ ଓଡିଶା ବ୍ରାହ୍ମଣ ମହାସଭାର ଜିଲା ସଭାପତି
ଜ୍ଞାନରଞ୍ଜନ ଦାଶ, କଳିଙ୍ଗ ପାଇକ ସଂଗଠନର କୃଷ୍ଣଚନ୍ଦ୍ର ହରିଚନ୍ଦନ, ବରିÂ ସାମ୍ବାଦିକ ଇଶ୍ୱର ଚନ୍ଦ୍ର ମଙ୍ଗରାଜ, ସମାଜସେବୀ ସଂଜୟ ପଟ୍ଟନାୟକ, ପୌର
ପରିଷଦ ସଭ୍ୟ ରିତେଶ ସାହୁ, ସମାଜସେବୀ ସୈାଦାମିନୀ ପଟ୍ଟନାୟକ, ଭାରତୀୟ ଜନତା ପାର୍ଟିର ନିକୁଞ୍ଜ ପଟ୍ଟନାୟକ, ବରିÂ ଆଇନ୍ଜୀବି ବିଧାନ ଚନ୍ଦ୍ର ମହାନ୍ତି,
ଶିକ୍ଷାବିତ୍ ଭୀମସେନ ପ୍ରଧାନ, ଶିକ୍ଷାବିତ୍ ନରସିଂହ ପ୍ରସାଦ ପଟ୍ଟନାୟକ, ଆଇନଜୀବି ବିଜୟ ସାମନ୍ତସିଂହାର, ଆଶ୍ୱାସନା ପରିବାରର ଗୈାରୀ ଶଙ୍କର ରାଉତରାୟ,
ଆଇନଜୀବି ନୃସିଂହନାଥ ମିଶ୍ର, ଧରଣୀଧର ଛୋଟରାୟ ପ୍ରମୁଖ ଏହି ପ୍ରସଙ୍ଗକୁ ବିଶେଷ ଗୁରୁତ୍ୱ ଦେଇ କହିଲେ ଖୋର୍ଦ୍ଧାକୁ ଜିଲା ମାନ୍ୟତା ଦେବା ପରେ
ଭୁବନେଶ୍ୱରରେ କିଛି ବିଭାଗର ଜିଲା ମୁଖ୍ୟାଳୟ ରହିବା ଉଚିତ ନୁହେଁ । ବରଂ ସମସ୍ତ ବିଭାଗର ଜିଲ୍ଲା କାର୍ଯ୍ୟଳୟ ଖୋର୍ଦ୍ଧାକୁ ଆସିବା ଦରକାର । ତତ୍ ସହିତ
ସମସ୍ତ ଜିଲ୍ଲା ଅଧିକାରୀ ମାନଙ୍କର ଖୋର୍ଦ୍ଧାରେ ହିଁ ନିଜର ବସତି ରହିବା ଦରକାର । ନଚେତ୍ ଖୋର୍ଦ୍ଧା ଅଂଚଳର ବିକାଶ ଆଦୈା ସମ୍ଭବ ହେବ ନାହିଁ । ଯେଭଳି
ଭୁବନେଶ୍ୱରକୁ ବାଦ୍ ଦେଇ ଖୋର୍ଦ୍ଧାରେ ସ୍ୱତନ୍ତ୍ର ଏସ୍.ପି. ଅଫିସ ଅଛି, ସେହିଭଳି ଜିଲାପାଳ ଅଫିସ ଏବଂ ଜିଲ୍ଲା ଜଜ୍ କୋର୍ଟ ମଧ୍ୟ ସଂପୂର୍ଣ୍ଣ ଭାବରେ ଏହି
ଖୋର୍ଦ୍ଧାରେ ହିଁ କାର୍ଯ୍ୟ କରିବା ଉଚିତ୍ । ସେଥିପାଇଁ ଏକ ଦାବୀ ପତ୍ର ସ୍ଥାନୀୟ ଜିଲ୍ଲାପାଳଙ୍କ ଜରିଆରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦେ୍ଧଶ୍ୟରେ ଦେବାପାଇଁ
ସର୍ବସମ୍ମତି କ୍ରମେ ନିଷ୍ପତି ନିଆଯାଇଥିଲା । ସରକାର ଯଦି ଆସନ୍ତା ଦୁଇ ମାସ ମଧ୍ୟରେ ଏହି ବାବଦରେ କୈାଣସି ନିଷ୍ଟତି ନ ନିଅନ୍ତି ତେବେ ଆଗମୀ ଦିନରେ
ଖୋର୍ଦ୍ଧା ବାସୀଙ୍କ ତରଫରୁ ଏକ ବ୍ୟାପକ ଜନ ଆନେ୍ଦାଳନ କରିବା ପାଇଁ ସ୍ଥିର କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ଗୀତା ଗବେଷଣା ପରିଷଦର ସାପାଦକ
ଶକ୍ତିଶଙ୍କର ମିଶ୍ର, ବରିÂ ଆଇନଜୀବି ଶିବସୁନ୍ଦର ପଟ୍ଟନାୟକ, ସାମ୍ବାଦିକ ଟି. ବାଲାଜି ପାତ୍ର ଓ ଲଳିତ ମୋହନ ମହାପାତ୍ର, କେଦାର ନାଥ ସାହୁ ପ୍ରମୁଖ ଉପସ୍ଥିତ
ଥିଲେ ।

Share in top social networks!