ଜେଡ଼ି ସେଂଟର ଅଫ୍ ଆର୍ଟ ୧୨ତମ ଆନ୍ତର୍ଜାତିକ କଳା ଓ କଳାକାର ଚଳଚ୍ଚିତ୍ର ଉତ୍ସବ ଉଦ୍ୟାପିତ

Writer Manoj Das film maker Raju Mishra and Jatin Das after the screening of Lakshmi Rai Bahaghara
ଜେଡ଼ି ସେଂଟର ଅଫ୍ ଆର୍ଟ ଦ୍ୱାରା ଆୟୋଜିତ କଳା ଓ କଳାକାର ଉପରେ ପର୍ଯ୍ୟବେଶିତ ୧୨ତମ ଆନ୍ତର୍ଜାତିକ ଚଳଚ୍ଚିତ୍ର ଉତ୍ସବ ଆଜି ଉଦ୍ୟାପିତ ହୋଇଯାଇଅଛି । ମହୋତ୍ସବର ଶେଷ ଦିବସରେ ଆଜି ଅନେକ ଦେଶ ଓ ବିଦେଶରୁ ପୁରସ୍କାରପ୍ରାପ୍ତ ଚଳଚ୍ଚିତ୍ର, କର୍ମଶାଳା ଆୟୋଜନ ସହ ଓଡ଼ିଶାର ହସ୍ତଶିଳ୍ପ ପ୍ରଦର୍ଶନୀ ଅନୁÂିତ ହୋଇଯାଇଛି । ଉଦ୍ୟାପନୀ ଦିବସର ପ୍ରାରମ୍ଭରେ ମନୋଜ ଦାସଙ୍କ ଲିଖିତ ଗଳ୍ପ ଆଧାରରେ ଓଡ଼ିଶାର ସୁପ୍ରସିଦ୍ଧ ଚଳଚ୍ଚିତ୍ର ନିର୍ମାତା ରାଜୁ ମିଶଙ୍କ ଦ୍ୱାରା ନିର୍ମିତ ‘ଲକ୍ଷ୍ମୀର ଅଭିସାର’ ଚଳଚ୍ଚିତ୍ର ପ୍ରଦର୍ଶିତ ହୋଇଥିଲା । ଉଭୟ ମନୋଜ ଦାସ ଓ ରାଜୁ ମିଶ୍ର ଏଥିରେ ଉପସ୍ଥ୍ିତ ରହି ଦର୍ଶକମାନଙ୍କ ପ୍ରଶ୍ନର ଉତର ଦେଇଥିଲେ ।

ତାହାପରେ ବିଭିନ୍ନ ଦେଶ ବିଦେଶରୁ ଆସିଥିବା ପୁରସ୍କାରପ୍ରାପ୍ତ ଚଳଚ୍ଚିତ୍ରମାନ ପ୍ରଦର୍ଶିତ ହୋଇଥିଲା । ଏଥି ମଧ୍ୟରୁ ନିରଦ ମହାପାତ୍ରଙ୍କ ନିଦେ୍ର୍ଧଶିତ ଓ କଥାକାର ଗୌରହରି ଦାସଙ୍କ ଗଳ୍ପ ଉପରେ ଆଧାରିତ ଚଳଚ୍ଚିତ୍ର ‘ଅହଲ୍ୟାର ବାହାଘର’ ସମେତ ଫ୍ରାନ୍ସର ଭାଉଓଲାଇନ୍ ପିକାଉଟଙ୍କ ‘ମେର ଦେସ ପ୍ଲୁଇସ୍’, ଫ୍ଲୋରେନ୍ଓ
ମିଆଇଲେଙ୍କ ‘ଆଉ ପ୍ରିମିଅର୍ ଡିମାେଂଚ ଡ଼ିଆଉଟ୍’, ବିନୋଦ ଭରଦ୍ୱାଜ ଓ ରୋହିତ ସୁରୀଙ୍କ ଦ୍ୱାରା ହିମତ୍ ସାହାଙ୍କ ଭାସ୍କର୍ଯ୍ୟ ଉପରେ ଆଧାରିତ ଚଳଚ୍ଚିତ୍ର ‘ଫେସେସ୍: ଦ ଏନିଗ୍ମାଟିକ୍ ୱାର୍ଲଡ ଅଫ୍ ହିମ୍ମତ୍ ସାହ’, ଜର୍ମାନୀର କୁଏଷ୍ଟି ଫ୍ରାଉନ୍ଙ୍କ ‘ଗେରୋ’, ଅଷ୍ଟେ୍ରଲିଆର ରାଧେୟା ଜଗଥେଭାଙ୍କ ଦ୍ୱାରା କବିତା ସେଭେନ୍ ବିଲିଅନ୍ ଉପରେ ଆଧାରିତ ଚଳଚ୍ଚିତ୍ର ‘ଆଇରନି’, କାନାଡାର ଡାଭିଡ୍ ଲାଟ୍ରେଇଲେଙ୍କ ଜଣେ ଯୁବତୀ ମନସ୍ତତ୍ୱ ଉପରେ ନିର୍ମିତ ‘ଦ ବାଉଡୋୟେର’, ଫ୍ରାନ୍ସର ମୋର୍ଗାନ୍ ଗୁଏରିଙ୍ଗଙ୍କ ଦ୍ୱାରା ନିର୍ମିତ ‘ସ୍କ୍ରିନ୍ କାଓବୟ’, ପାରମ୍ପରିକ ଭାସ୍କର୍ଯ୍ୟକୁ ବିଲୁପ୍ତ କରି ଅତ୍ୟାଧୁନିକ କଳାଦ୍ୱାରା ଦଶର୍କ ଙ୍କୁ ଆକଷି ର୍ତ କରିବାର ସଂଘର୍ଷ ଉପରେ ଆଧାରିତ ଇରାକର ମାଜିନ୍ ସେରାବାୟନିଙ୍କ ‘ସାଇଲେଂଟ ମାସ୍କ’, ସୁଇଜରଲ୍ୟାଣ୍ଡର କ୍ଲାଉଡ଼୍ ବାରାସ୍ଙ୍କ ‘ମାଇଁ ଲାଇଫ୍ ଆଜ ଏ ଜୁଚିନି’, ପ୍ରଖ୍ୟାତ ମାଲାୟାଲି ଲେଖକ ପେରୁମ୍ପଦଭନ୍
ଶ୍ରୀଧରନ୍ଙ୍କ ଉପରେ ଏକ ବୃତଚିତ୍ର ସିନି ଜାକବ ବେଞ୍ଜାମିନ୍ଙ୍କ ଦ୍ୱାରା ନିଦେ୍ର୍ଧଶିତ ‘ଇନ୍ ରିଟର୍ଣ୍ଣ: ଜଷ୍ଟ ଏ ବୁକ୍’, ମନିଷା ମୋହନଙ୍କ ବୃତଚିତ୍ର ‘ଆନିମେସନ୍ ଆଣ୍ଡ ନିଉ ମେଡିଆ’, ଷଢେ଼ଇକଳା ଛଉନୃତ୍ୟ ବିଶାରଦ ଶଶଧର ଆଚାର୍ଯ୍ୟଙ୍କ ସଂଘର୍ଷ ଉପରେ ଆଧାରିତ ନିର୍ମଳ ଚନ୍ଦ୍ର ଦାଣ୍ଡ୍ରିଆଲ୍ଙ୍କ ‘ଦ ଫେସ୍ ବିହାଇଣ୍ଡ ଦ ମାସ୍କ’,
ଜାତୀୟ ପୁରସ୍କାରପ୍ରାପ୍ତ ସଞ୍ଜୁ ସୁରେନ୍ଦ୍ରନ୍ଙ୍କ ‘କପିଲା’, ସ୍ୱର୍ଗତ ନିରଦ ମହାପାତ୍ରଙ୍କ ବୃତଚିତ୍ର “ପଟ୍ଟ ପେଂଟିଙ୍ଗ୍ଅ ଫ୍ ଓଡ଼ିଶା’ ଏବଂ ଉଦ୍ୟାପନୀ ଉତ୍ସବ ପରେ ପରେ ୨୦୦୯ରେ ଓସ୍କାର ପୁରସ୍କାରପ୍ରାପ୍ତ ଆର୍ଜେଂଟିନାର ଜୁଆନ୍ ଜୋସ୍ କାମ୍ପାନେଲଙ୍କ ‘ଦ ସିକ୍ରେଟ୍ ଇନ୍ ଦେଆର ଆଇଜ’ ଆଦି ଚଳଚ୍ଚିତ୍ର ପ୍ରଦର୍ଶନରେ ଦର୍ଶକବୃନ୍ଦ
ବିମୋହିତ ହୋଇଯାଇଥିଲେ ।

ଚଳଚ୍ଚିତ୍ର ଉତ୍ସବର ଉଦ୍ୟାପନ ସମାରୋହ ଅପରାହ୍ନ ୪.୩୦ରେ ଅନୁÂିତ ହୋଇଥିଲା । ଏଥିରେ ପୂର୍ବତନ ବୈଦେଶିକ ସଚିବ ଲଳିତ ମାନସିଂହ, ଇନ୍ଟାକ୍ର ଚେୟାରମ୍ୟାନ ମେଜର ଜେନେରାଲ ଏଲ୍ କେ ଗୁପ୍ତା, ପ୍ରସିଦ୍ଧ ଫଟୋଗ୍ରାଫର ରଘୁ ରାୟ ଏବଂ ପ୍ରସିଦ୍ଧ ଶିଳ୍ପୀ ଦୁର୍ଗାପ୍ରସାଦ ଦାସ ଅତିଥି ରୂପେ ଯୋଗଦାନ କରିଥିଲେ ।
ଏହାପରେ ପ୍ରସିଦ୍ଧ ଫଟୋଗ୍ରାଫର ରଘୁ ରାୟଙ୍କ ସହିତ ପ୍ରସିଦ୍ଧ ଚଳଚ୍ଚିତ୍ର ନିର୍ମାତା ଅବନୀ ରାୟଙ୍କ ବାର୍ତାଳାପ ଅନୁÂିତ ହୋଇଥିଲା ଯାହାପି ଦର୍ଶକମାନଙ୍କ ପାଇଁ ବେଶ୍ ଉତ୍ସାହପ୍ରଦ ଥିଲା । ଏହି ଅବସରରେ ଯୁବ ଚଳଚ୍ଚିତ୍ର ନିର୍ମାତା ସଂଜୟ ଭଟ୍ଟ, ଅମର୍ତ ଭଟ୍ଟାଚାର୍ଯ୍ୟ ଏବଂ ପ୍ରଣବ ଆଇଚ୍ ସମେତ ପ୍ରଦର୍ଶନୀରେ ଭାଗ
ନେଇଥିବା ସମସ୍ତ କଳାକାରମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।

Share in top social networks!
Powered By Indic IME