କେନ୍ଦ୍ର ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ଓ ଦକ୍ଷତା ଓ ଉଦ୍ୟମିତା ବିକାଶ ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦ୍ୱାରା ଅଏଲ ସେଫ୍ଟି ଆୱାର୍ଡ ପ୍ରଦାନ; ଇଣ୍ଡିଆନ ଅଏଲକୁ ସର୍ବାଧିକ ପୁରସ୍କାର

OISD Award ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ ତତ୍ୱାବଧାନରେ ଆୟୋଜିତ ହୋଇଥିବା ୨୨ ତମ ରିଫାଇନିଂ ଏବଂ ପେଟ୍ରୋକେମିକାଲ୍ସ ବୈଷୟିକ ବୈଠକରେ, ଭାରତ ସରକାରଙ୍କ ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ଏବଂ ଦକ୍ଷତା ଓ ଉଦ୍ୟମିତା ବିକାଶ ମନ୍ତ୍ରୀ ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନ ତୈଳ ଉଦ୍ୟୋଗ କ୍ଷେତ୍ରରେ ଉକ୍ରୃଷ୍ଟତା ପ୍ରଦର୍ଶନ ନିମନ୍ତେ ଅଏଲ ଇଣ୍ଡଷ୍ଟ୍ରି ସେଫ୍ଟି ଡାଇରେକ୍ଟଟୋରେଟ (ତୈଳ ଉଦ୍ୟୋଗ ସୁରକ୍ଷା ପୁରସ୍କାର) ପ୍ରଦାନ କରିଛନ୍ତି । ଏହି ଅବସରରେ ମାନ୍ୟବର ମନ୍ତ୍ରୀ ଶ୍ରୀ ପ୍ରଧାନ କହିଥିଲେ ଯେ, ବର୍ତମାନ ଏହି ବିପଦପୂର୍ଣ୍ଣ ଉଦ୍ୟୋଗରେ ସୁରକ୍ଷା ପ୍ରସ୍ତୁତି ସ୍ତରରେ ଉଲ୍ଲେଖନୀୟ ସୁଧାର ହେବାରେ ଲାଗିଛି, ମାତ୍ର ସୁରକ୍ଷା ହେଉଛି ଏକ ନିରନ୍ତର ପ୍ରକ୍ରିୟା, ଆମକୁ ନିଜ ସୁରକ୍ଷା ପ୍ରତି ଏକ କ୍ଷଣ ପାଇଁ ମଧ୍ୟ ନଜର ଅନ୍ଦାଜ କରିବା ଉଚିତ ନୁହେଁ । ଅନ୍ତତଃ ସୁରକ୍ଷା କ୍ଷେତ୍ରରେ ଆମେ ନିଜର ତୈଳ ଓ ଗ୍ୟାସ ପ୍ରତିÂାନଗୁଡ଼ିକୁ ବିଶ୍ୱସ୍ତରରେ ଆଣିବା ପାଇଁ ନିରନ୍ତର ପ୍ରୟାସ କରିବା ଉଚିତ ।
ଏହି ଅବସରରେ ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ ସଚିବ ଶ୍ରୀ କେ ଡ଼ି ତି୍ରିପାଠୀ, ଶ୍ରୀ ସନ୍ଦୀପ ପୌଣ୍ଡ୍ରିକ, ସଂଯୁକ୍ତ ସଚିବ, ଏମ୍ଓପି ଏବଂ ଏନ୍ଜି, ଶ୍ରୀ ସଞ୍ଜୀବ ସିଂ, ଅଧ୍ୟକ୍ଷ, ଇଣ୍ଡିଆନ ଅଏଲ ଏବଂ ଶ୍ରୀ ବି୍ରଜେଶ କୁମାର, କାର୍ଯ୍ୟକାରୀ ନିଦେ୍ର୍ଧଶକ, ସିଏଚ୍ଟି ଏବଂ ଅନ୍ୟାନ୍ୟ ତୈଳ କମ୍ପାନୀର ସିଏମ୍ଡି ପ୍ରମୁଖ ଉପସ୍ଥିତ ଥିଲେ । ଭାରତ ପ୍ରମୁଖ ଉର୍ଜା କମ୍ପାନୀ ଇଣ୍ଡିଆନ ଅଏଲ କର୍ପୋରେସନ ଲିମିଟେଡ (ଆଇଓସି) ସବୁଠାରୁ ଅଧିକ ପୁରସ୍କାର ପ୍ରାପ୍ତ କରିଛି । ଶ୍ରୀ ସଞ୍ଜୀବ ସିଂ, ଅଧ୍ୟକ୍ଷ, ଇଣ୍ଡିଆନ ଅଏଲ ତାଙ୍କ ଦଳର ସଦସ୍ୟଙ୍କୁ ଅଭିନନ୍ଦନ ଦେବା ଅବସରରେ କହିଥିଲେ ଯେ, ସମସ୍ତ ହିତାଧିକାରୀଙ୍କ ପାଇଁ ସୁରକ୍ଷିତ ବାତାବରଣ ପ୍ରଦାନ କରିବା ହେଉଛି ଆମ କ୍ଷେତ୍ରର ସବୁଠାରୁ ମହତ୍ୱପୂର୍ଣ୍ଣ ବିଷୟ । ଆସନ୍ତା ୫ ବର୍ଷ ମଧ୍ୟରେ ନିଗମ ପ୍ରାୟ ୧,୫୯ହଜାର କୋଟି ଟଙ୍କାର ପ୍ରକଳ୍ପ ପାଇଁ ପୁଞ୍ଜି ନିବେଶ କରିଛି । ନୂତନ ଲକ୍ଷ୍ୟ ଓ ଆକାଂକ୍ଷାର ସନ୍ଧାନରେ ଆମର ସମସ୍ତ ପରିଯୋଜନା ଏବଂ କାର୍ଯ୍ୟରେ ସୁରକ୍ଷାର ମହତ୍ୱ ସର୍ବାଧିକ ଅଟେ ।
୨୦୧୫-୧୬ ବର୍ଷ ପାଇଁ , ଇଣ୍ଡିଆନ ଅଏଲର ବିଭିନ୍ନ ପ୍ରତିÂାନ ଏବଂ କ୍ଷେତ୍ରରେ ବିଭିନ୍ନ ଶ୍ରେଣୀରେ ପୁରସ୍କାର ପ୍ରାପ୍ତ କରିଛନ୍ତି: ବରୌନୀ ରିଫାଇନାରୀ (ରିଫାଇନାରୀ/ ଅନ୍ୟ ପ୍ରୋସେସିଂ ପ୍ଲାଂଟ); ଚେନ୍ନାଇ-ଟ୍ରିଚି-ମଦୁରାଇ ଉପôାଦ ପାଇପଲାଇନ (ଦେଶ ଭିତରେ ପାଇପ ଲାଇନ); ଉତର ଭାଗ (ମାର୍କେଟିଂ-ପିଓଏଲ); ଏବଂ ବ୍ୟକ୍ତିଗତ ପୁରସ୍କାର ଶ୍ରେଣୀରେ ଶ୍ରୀ ଦିଲାୱର ସିଂ (ଚୁକ୍ତି ଭିତିକ କର୍ମଚାରୀ), ଉତର ଭାଗ (ମାର୍କେଟିଂ-ପିଓଏଲ) ଏବଂ ୨ ଆଇଓସିଆନ୍ ର ଶ୍ରୀ ଅରୁନ କୁମାର ସିଂ ଏବଂ ଶ୍ରୀ ସତେନ୍ଦ୍ର ବର୍ମା ସେମାନଙ୍କ ବ୍ୟକ୍ତିଗତ ଯୋଗଦାନ ପାଇଁ ସୁରକ୍ଷା ପୁରସ୍କାର ପ୍ରାପ୍ତ କରିଛନ୍ତି ।
୨୦୧୫-୧୬ ବର୍ଷ ପାଇଁ ଅନ୍ୟ ବିଜୟୀ ମାନେ ହେଲେ : ବେଦାନ୍ତ ଲିମିଟେଡ- ମଙ୍ଗଳା ଅଏଲ ଏବଂ ଗ୍ୟାସ ମାଇନ୍ ର କାଇରନ ଅଏଲ ଏବଂ ଗ୍ୟାସ (ତୈଳ ଏବଂ ଗ୍ୟାସ ଆସେଟ୍ସ-ଅନ୍ସୋର); ବି ଆଣ୍ଡ ଏସ୍ ଆସେଟ୍-ବିପିବି ପ୍ଲାଟଫର୍ମ (ଉପôାଦନ ମଂଚ/ ରିଗ୍ସ ଅଫ୍-ସୋର) ପାଇଁ ଓଏନ୍ଜିସି ଲିମିଟେଡ଼୍; ବିପିସିଏଲ୍ ର ଦକ୍ଷିଣ ଭାଗ (ମାର୍କେଟିଂ-ଏଲ୍ପିଜି) ; ଏଚ୍ପିସିଏଲ୍ ସହ ବ୍ୟକ୍ତିଗତ ଜଡ଼ିତ, ଏସାର ଲିମିଟେଡ ଏବଂ ଓଏନ୍ଜିସି ଲିମିଟେଡ଼ କୁ ମଧ୍ୟ ସେମାନଙ୍କ ବ୍ୟକ୍ତିଗତ ଯୋଗଦାନ ପାଇଁ ସୁରକ୍ଷା ପୁରସ୍କାର, ଭାରତ-ଓମାନ ରିଫାଇନରଜ୍ ଲିମିଟେଡ଼ ଦ୍ୱାରା ପୁରସ୍କାରରେ ସମ୍ମାନିତ କରାଯାଇଥିଲା । ୨୦୧୬-୧୭ ବର୍ଷ ପାଇଁ ଓଏନ୍ଜିସି ରାଜାମୁନ୍ଦ୍ରି (ତୈଳ ଏବଂ ଗ୍ୟାସ ଆସେଟ୍ସ ଅନ୍-ସୋର) ପୁରସ୍କାର ପ୍ରାପ୍ତ କରିଛି ଏବଂ ଏମ୍ଏଚ୍ ନର୍ଥ ଆସେସ୍ଟ ଭାଲେଂଟ ଡ୍ରିଲର ପାଇଁ ରିଗ୍ (ଉପôାଦନ ମଂଚ/ ରିଗ୍ ଅଫ୍-ସୋର); ମୁନ୍ଦ୍ରା-ଦିଲ୍ଲୀ ପାଇପ ଲାଇନ (ଦେଶ ବ୍ୟାପୀ ପାଇପ ଲାଇନ) ପାଇଁ ଏଚ୍ପିସିଏଲ୍; ଏଚ୍ପିସିଏଲ୍ ଦକ୍ଷିଣ ଭାଗ (ମାର୍କେଟିଂ ଏଲ୍ପିଜି); ଏବଂ ସୁରକ୍ଷା ଦିଗରେ ବ୍ୟକ୍ତିଗତ ଯୋଗଦାନ ପାଇଁ ଏଚ୍ପିସିଏଲ୍ କୁ ପୁରସ୍କାର ପ୍ରଦାନ କରାଯାଇଛି ।
ଓଆଇଏସ୍ଡ଼ି ପୁରସ୍କାର ସମ୍ପର୍କରେ : ତୈଳ ଉଦ୍ୟୋଗ ସୁରକ୍ଷା ପୁରସ୍କାର ୧୯୮୭ରେ ଅଏଲ ଇଣ୍ଡଷ୍ଟ୍ରି ସେଫ୍ଟି ଡାଇରେକ୍ଟଟୋରେଟ (ଓଆଇଏସ୍ଡି) ଦ୍ୱାରା ଆରମ୍ଭ କରାଯାଇଥିଲା, ଯାହା କି ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ କ୍ଷେତ୍ରରେ ପ୍ରଦର୍ଶନକୁ ପ୍ରୋତ୍ସାହନ ଦେବା ପାଇଁ ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟର ତତ୍ୱାବଧାନରେ କାମ କରିଥାଏ । ବ୍ୟକ୍ତିଗତ କମ୍ପାନୀ କର୍ମଚାରୀ / ଚୁକ୍ତି ଭିତିକ ଶ୍ରମିକ ଯେଉଁମାନେ କାର୍ଯ୍ୟସ୍ଥଳରେ ଦୁର୍ଘଟଣା ରୁ ବଂଚିବା ପାଇଁ ଉଲ୍ଲେଖନୀୟ ଯୋଗଦାନ ଦେଇଛନ୍ତି, ସେମାନଙ୍କୁ ବ୍ୟକ୍ତିଗତ ଭାବେ କର୍ମଚାରୀଙ୍କୁ ପ୍ରେରଣା ଯୋଗାଇବା ପାଇଁ ସମ୍ମାନିତ କରାଯାଇଛି ।

Share in top social networks!
Powered By Indic IME