କୋଟିଆବାସୀଙ୍କ ମନରେ ଶ୍ରଦ୍ଧା, ସମ୍ମାନ ଓ ଆତ୍ମୀୟତା ସୃଷ୍ଟି କରିବା କ୍ଷେତ୍ରରେ ବିଫଳ ହୋଇଛନ୍ତି ରାଜ୍ୟ ସରକାର: ବିଜେପି

 ଶାସକ ବିଜେଡିର ଚରମ ଦାୟୀତ୍ୱହୀନତାର ପରିଚୟ
 ମୁଖ୍ୟମନ୍ତ୍ରୀ ତୁରନ୍ତ ସେ ଅଂଚଳକୁ ଯାଇ ନିର୍ଭର ପ୍ରତିଶୃତି ଦେବା ସହ ବିକାଶମୂଳକ କାର୍ଯ୍ୟର ସମୀକ୍ଷା କରନ୍ତୁ
 ଚିଠି ଲେଖି ଅଭିଯୋଗ କରିବାରେ ଧୁରନ୍ଧର ମୁଖ୍ୟମନ୍ତ୍ରୀ, ଆଲୋଚନା ପାଇଁ କାହିଁକି ଡରୁଛନ୍ତି ?

IMG_2877
କୋଟିଆ ଗ୍ରାମପୁଞ୍ଜ ଉପରେ ଓଡିଶା ସରକାର ତାଙ୍କର ଅଧିକାର ଜାହିର କରିବା ଓ ସେ ଅଂଚଳର ବିକାଶ କରି ସେଠାକାର ଅଧିବାସୀମାନଙ୍କ ମନରେ ଶ୍ରଦ୍ଧା, ସମ୍ମାନ ଓ ଆତ୍ମୀୟତା ସୃଷ୍ଟି କରିବା କ୍ଷେତ୍ରରେ ସଂପୂର୍ଣ୍ଣ ବ୍ୟର୍ଥ ହୋଇଛନ୍ତି । ଏହାର ସୁଯୋଗ ନେଇ ପଡୋଶୀ ଆନ୍ଧ୍ର ସରକାର ସେଠାକାର ଲୋକଙ୍କୁ ନିଜ ଆଡକୁ ଆକର୍ଷିତ କରିବା ପାଇଁ ବିଭିନ୍ନ ସମୟରେ ଚେଷ୍ଟା କରି ଆସିଛନ୍ତି । ନିକଟରେ ବିଶାଖାପାଟଣା ଜିଲ୍ଲାର ଜିଲ୍ଲାପାଳ ଓ ଏସପି ତାଙ୍କର ଅଫିସରଙ୍କୁ ନେଇ ସେ ଅଂଚଳରେ କେବଳ ଯେ ଅନୁପ୍ରବେଶ କରିଛନ୍ତି ତା ନୁହେଁ, ବରଂ କମ୍ବଳ ଆଦି ବଂଟନ କରି ଆନ୍ଧ୍ର ସରକାର ସେମାନଙ୍କୁ ସମସ୍ତ ପ୍ରକାର ସାହାଯ୍ୟ ସହେଯାଗ କରିବେ ବୋଲି ପ୍ରତିଶୃତି ମଧ୍ୟ ଦେଇଛନ୍ତି । ଏ ସବୁ ସତ୍ୱେ ଓଡିଶା ସରକାରଙ୍କ ନିଦ୍ରା ଭଙ୍ଗ ନହେବା ଚରମ ଦାୟୀତ୍ୱହୀନତାର ପରିଚୟ ବୋଲି ବରିÂ ବିଜେପି ନେତା ଓ ପୂର୍ବତନ ରାଜସ୍ୱ ମନ୍ତ୍ରୀ ଶ୍ରୀ ବିଶ୍ୱଭୂଷଣ ହରିଚନ୍ଦନ କହିଛନ୍ତି ।
ମୁଖ୍ୟମନ୍ତ୍ରୀ ତୁରନ୍ତ ଏହି ପ୍ରସଙ୍ଗରେ ହସ୍ତକ୍ଷେପ କରି ସେ ଅଂଚଳକୁ ଯାଇ ସେଠାକାର ବିକାଶ ମୂଳକ କାର୍ଯ୍ୟର ସମୀକ୍ଷା ସହ କାର୍ଯ୍ୟରମ୍ଭ କରନ୍ତୁ । ଏହା ସହ ସେଠାକାର ଲୋକମାନଙ୍କୁ ଅଭୟ ପ୍ରଦାନ କରିବା ସହ ତାଙ୍କୁ ସୁରକ୍ଷା ଯୋଗାଇ ଦେବାର ନିର୍ଭର ପ୍ରତିଶୃତି ଦେବାକୁ ଶ୍ରୀ ହରିଚନ୍ଦନ ମୁଖ୍ୟମନ୍ତ୍ରୀଙ୍କୁ ପରାମର୍ଶ ଦେଇଛନ୍ତି ।
ବିଭିନ୍ନ ପ୍ରସଙ୍ଗରେ ଚିଠି ଲେଖି ଖସିଯିବାରେ ଧୁରନ୍ଧର ହେଲେ ମୁଖ୍ୟମନ୍ତ୍ରୀ । ମାତ୍ର ଆଲୋଚନା ପାଇଁ ସର୍ବଦା ପଛଘୁଂଚା ଦେଉଛନ୍ତି । ବିଶାଖାପାଟଣା ଜିଲ୍ଲାପାଳ ଏବଂ ଅନ୍ୟ ଅଫିସରମାନେ ମନୋମୁଖୀ ଭାବେ ଯେଉଁ ଭଳି ଭାବେ ଅନୁପ୍ରବେଶ କରି ସେଠାରେ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମରେ ଯୋଗ ଦେଉଛନ୍ତି, ସେ ସଂପର୍କରେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରି ଏଥିରୁ ନିବୃତ ରହିବାକୁ କହନ୍ତୁ ବୋଲି ଶ୍ରୀ ହରିଚନ୍ଦନ ଦାବୀ କରିଛନ୍ତି ।
କୋଟିଆ ପ୍ରସଙ୍ଗରେ ବିବୃତି ଦେଇ ଓଡିଶା ସରକାରଙ୍କ ରାଜସ୍ୱ ମନ୍ତ୍ରୀ ଶ୍ରୀ ମହେଶ୍ୱର ମହାନ୍ତି କହିଛନ୍ତି ଯେ, ରାଜ୍ୟ ସରକାରଙ୍କ ରାଜସ୍ୱ ବିଭାଗ କେବେ କିଛି କରି ନାହିଁ ଓ ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ଥିବା ରାଜ୍ୟର ସୀମା ସଂପର୍କିତ ଗୃହ କମିଟି ଏହି ପ୍ରସଙ୍ଗରେ ଆବଶ୍ୟକୀୟ ପଦକ୍ଷେପ ନେବ । ଶାସକ ବିଜେଡିର ମୁଖପାତ୍ରମାନେ ମଧ୍ୟ ଗୃହ କମିଟି ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବେ ବୋଲି ବିବୃତି ଦେଇଛନ୍ତି । ଗୃହ କମିଟିର କ୍ଷମତା ଓ ଦାୟୀତ୍ୱ ସଂପର୍କରେ ଅବଗତ ଥିବା ରାଜ୍ୟ ସରକାର ନିଜର କ୍ଷମତା ଓ ଦାୟୀତ୍ୱ ସଂପର୍କରେ ସଚେତନ ନୁହନ୍ତି ବୋଲି ଶ୍ରୀ ହରିଚନ୍ଦନ ଅଭିଯୋଗ କରିଛନ୍ତି ।
(ପୃÂା: ୧/୨)
ଶ୍ରୀ ହରିଚନ୍ଦନ ସୁଚନା ଦେଇ କହିଛନ୍ତି ଯେ, ୧୯୭୭ ମସିହାର ତକ୍ରାଳୀନ ଜନତା ପାର୍ଟି ସରକାରର ଆଇନ ମନ୍ତ୍ରୀ ଭାବରେ ପୂର୍ବରୁ ମାନ୍ୟବର ସୁପ୍ରିମକୋର୍ଟରେ ଏ ସଂକ୍ରାନ୍ତରେ ଆମର ଦାଖଲ ହୋଇଥିବା କେଶରେ ଗୁରୁତର ତୃଟି ଥିବାରୁ ତାର ସଂଶୋଧନ କରି ସୁପ୍ରିମକୋର୍ଟରେ ଦରଖାସ୍ତ ଦାଖଲ କରିଥିଲୁ ଓ ତାର ଶୁଣାଣି ପରେ ସୁପ୍ରିମକୋର୍ଟ ତାକୁ ଗ୍ରହଣ କରିଥିଲେ । ୨୦୦୦ ମସିହାରେ ବିଜେପି ଓ ବିଜେଡି ମେଂଟ ସରକାରରେ ଆଇନ ବିଭାଗ ମନ୍ତ୍ରଣାଳୟ ତାଙ୍କ ପାଖରେ ଥିବା ସମୟରେ କୋଟିଆ ଗ୍ରାମପୁଞ୍ଜକୁ ନେଇ ଆନ୍ଧ୍ର ଓ ଓଡିଶା ମଧ୍ୟରେ ଲାଗି ରହିଥିବା ସୀମା ବିବାଦକୁ ନେଇ ମାନ୍ୟବର ସୁପ୍ରିମକୋର୍ଟଙ୍କ ନିଦେ୍ର୍ଧଶରେ କୋରାପୁଟ ଜିଲ୍ଲା ଜଜ୍ ଙ୍କୁ କମିଶନର ଭାବେ ନିଯୁକ୍ତି ଦେଇ ଏ ବାବଦରେ ପ୍ରମାଣ ସଂଗ୍ରହ କରିବାକୁ ଦାୟୀତ୍ୱ ଦେଇଥିଲେ । ଉକ୍ରଳ ସମ୍ମିଳନୀର ତକ୍ରାଳୀନ ସଭାପତି ଓ ବରିÂ ଓକିଲ ଶ୍ରୀ ବସନ୍ତ ପାଣିଗ୍ରାହୀ ଓ ଜୟପୁରର ବରିÂ ଓକିଲ ଶ୍ରୀ ଜେ.ସି.ନାୟକଙ୍କୁ ରାଜ୍ୟ ସରକାରଙ୍କ ଓକିଲ ଭାବେ ନିଯୁକ୍ତି ଦିଆଯାଇ କେଶ ପରିଚାଳନା ଦାୟୀତ୍ୱ ଦିଆଯାଇଥିଲା । କୋରାପୁଟ ଜିଲ୍ଲାପାଳଙ୍କ ରେକର୍ଡ ରୁମ, ବୋର୍ଡ ଅଫ ରେଭେନୁ୍ୟ ରେକର୍ଡ ରୁମ ଓ ଜୟପୁର ରାଜାଙ୍କ ରେକଡଙ ରୁମରେ ଥିବା ବହୁ ମୂଲ୍ୟବାନ ପ୍ରମାଣ ଓ ସେ ସଂକ୍ରାନ୍ତୀୟ ଅନେକ ଅଫିଡେଭିଟ୍ କମିଶନଙ୍କ ପାଖରେ ଦାଖଲ ହୋଇଥିଲା । ବହୁ ଦିନ ଧରି କମିଶନଙ୍କ ପାଖରେ ଏହାର ଶୁଣାଣି ଚାଲିଲା ଓ ବଡ ବଡ ଟ୍ରଙ୍କରେ ସିଲ୍ ହୋଇ ସମସ୍ତ ରେକର୍ଡ ସୁପ୍ରିମକୋର୍ଟ ଯାଇଥିଲା । ଓଡିଶା ସରକାର ଦାଖଲ କରିଥିବା ରେକର୍ଡ ଓ ତଥ୍ୟ ଉପରେ ଆଧାର କରି ମାନ୍ୟବର ସୁପ୍ରିମକୋର୍ଟରେ କେଶ ଆମେ ଜିତିବା ବୋଲି ଦୃଢ ବିଶ୍ୱାସ ଥିଲା ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି । ମାତ୍ର ଦୁଇଟି ରାଜ୍ୟର ସୀମା ବିବାଦ ଉପରେ ବିଚାର କରିବା ତାଙ୍କ କ୍ଷମତାର ପରିସରଭୁକ୍ତ ନୁହେଁ ଏବଂ ଏ ସଂପର୍କରେ କେବଳ ପାର୍ଲାମେଂଟ ନିଷ୍ପତି ନେଇପାରିବ ବୋଲି କହି ୩୦/୦୩/୨୦୦୬ ମସିହାରେ ମାନ୍ୟବର ସୁପ୍ରିମକୋର୍ଟ ମକଦ୍ଧମାକୁ ଖାରଜ କରିଥିଲେ । ତା ଉପରେ ରିଭିଉ ଓ କିଉରେଟିଭ ପିଟିସନ ମଧ୍ୟ ଖାରଜ ହୋଇଛି । ମାତ୍ର ୦୨/୧୨/୧୯୬୮ ତାରିଖରେ ଏହି ଗ୍ରାମପୁଞ୍ଜ ଉପରେ ସ୍ଥାୟୀ ନିଷେଧାଦେଶ ମାନ୍ୟବର ସୁପ୍ରିମକୋର୍ଟ ଜାରି କରିଥିବାରୁ ଆନ୍ଧ୍ର ସରକାର ମନମୁଖୀ ଭାବରେ ଏଠାରେ କୈାଣସି କାମ କରିପାରିବ ନାହିଁ । ତେଣୁ ମାନ୍ୟବର ସୁପ୍ରମକୋର୍ଟରେ ଆମ ମକଦ୍ଧମା ଖାରଜ ହେବା ସତ୍ୱେ କୋଟିଆ ଗ୍ରାମପୁଞ୍ଜ ଉପରେ ଓଡିଶାର ଅଧିକାର ପୂର୍ବବତ ଅବ୍ୟାହତ ରହିଛି । ଆଇନ ଏବଂ ନିଦେ୍ର୍ଧଶ ସଂପର୍କରେ ଅଜ୍ଞ ଥିବା କାରଣରୁ ରାଜ୍ୟ ସରକାର ନିଜକୁ ବର୍ତମାନ ଅସହାୟ ମନେ କରୁଛନ୍ତି ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି ।
ଶ୍ରୀ ହରିଚନ୍ଦନ କହିଛନ୍ତି ଯେ, ରାଜ୍ୟ ସରକାର ୧୯୬୮ ମସିହାରେ କୋଟିଆ ଗ୍ରାମପୁଞ୍ଜ ଉପରେ ତାଙ୍କର ଅଧିକାରକୁ ସାବ୍ୟସ୍ତ କରିବାକୁ ସୁପ୍ରିମକୋର୍ଟରେ ଦୁଇଟି ମକଦ୍ଧମା ଙ.ଝ ଘକ୍ଟ,୧୦/୬୮ ଜ୍ଝ ଙ.ଝ.ଘକ୍ଟ.୧୧/୬୮ ଦାଖଲ କରିଥିଲେ । ଙ.ଝ.ଘକ୍ଟ.୧୦/୬୮ ମାମଲା ଶୁଣାଣି ହୋଇ ୩୦.୦୩.୨୦୦୬ରେ ଖାରଜ ହୋଇଥିଲା । କିନ୍ତୁ ଗ୍ରାମଗୁଡିକ ଉପରେ ଥିବା ସ୍ଥିତାବସ୍ଥାକୁ ବଜାୟ ରଖିବାକୁ ୦୨.୧୨.୧୯୬୮ ରେ ଯେଉଁ ନିଦେ୍ର୍ଧଶ ଦେଇଥିଲେ ତାହା ଏବେ ବି ବଜାୟ ରହିଛି । ଦ୍ୱିତୀୟ ମକଦ୍ଧମା ଙ.ଝ.ଘକ୍ଟ.୧୧/୬୮ ୦୫.୦୫.୨୦୧୦ରେ ଓ ତାପରେ ରିଭିଉ ପିଟିଶନ ୧୨.୦୮.୨୦୧୦ ତାରିଖରେ ଖାରଜ ହୋଇଛି । ଏଭଳି ପରିସ୍ଥିତିରେ ମୁଖ୍ୟମନ୍ତ୍ରୀ ମହୋଦୟ କୋଟିଆ ଅଂଚଳକୁ ଯାଇ ସେଠାକାର ବିକାଶ ମୂଳକ କାର୍ଯ୍ୟର ସମୀକ୍ଷା ସହ କାର୍ଯ୍ୟରମ୍ଭ କରିବାକୁ ଶ୍ରୀ ହରିଚନ୍ଦନ ପରାମର୍ଶ ଦେଇଛନ୍ତି ।
ରାଜ୍ୟ କାର୍ଯ୍ୟାଳୟରେ ଅନୁÂିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ମୁଖପାତ୍ର ଶ୍ରୀ ସଜ୍ଜନ ଶର୍ମା ଉପସ୍ଥିତ ଥିଲେ ।

Share in top social networks!
Powered By Indic IME